ଇଂଲଣ୍ଡର ପୃବତନ ଅଧିନାୟକ ଏଲିସ୍ଟର କୁକ୍ ବିଶ୍ୱର ୫ ଜଣ ଖେଳାଳି ଙ୍କ ସହିତ ବିରାଟ ଙ୍କୁ ସମାନ କରିଛନ୍ତି l ଏହି ଖେଳାଳି ମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ ର ବ୍ରାଏନ୍ ଲାରା ଙ୍କ ନାମ ସର୍ବାଗ୍ରେ ଅଛି l ଏହି ୫ ଖେଳାଳିଙ୍କ ମଧ୍ୟରେ ସଚୀନ୍ କିମ୍ବl ଦ୍ରାବିଡ଼ ଙ୍କ ପରି ମହାନ ଖେଳାଳିଙ୍କ ନାମକୁ ସାମିଲ ନକରି ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଙ୍କୁ ସାମିଲ କରିଛନ୍ତି l ଲାର ବିଶ୍ୱର ଏପରି ଏକ ଖେଳାଳି ଯିଏକି ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସ ରେ ୪00 ରନ ସଂଗ୍ରହ କରିଥିଲେ l କୁକ୍ କହିଛନ୍ତି “୨00୪ ମସିହାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମ୍ୟାଚ ଚାଲିଥାଏ l ଲାର ଶତକ ହାସଲ କରି ଆମ ଟିମ କୁ ସଂକଟରେ ପକାଇ ଦେଇଥିଲେ l ”
କୋହୋଲିଙ୍କ ବ୍ୟତୀତ କୁକ୍ ଅନ୍ୟ ଯେଉଁ ଖେଳାଳିଙ୍କ ନାଁ କୁ ସାମିଲ କରିଛନ୍ତି ସେମାନଙ୍କ ମଧ୍ୟରେ ରିକୀ ପେଣ୍ଟିଙ୍ଗ ,ଜ୍ୟାକସ କଲିଂସ ଓ କୁମାର ସାଙ୍ଗାକାର ସାମିଲ ଅଛନ୍ତି l ଇଂଲଣ୍ଡର ଦଳରେ କୁକ୍ ଖେଳିଲା ବେଳେ ଲାରାଙ୍କ ପରି ଏହିସବୁ ମହାନ ଖେଳାଳିଙ୍କ ନିକଟତର ହୋଇଥିଲେ l କୁକ୍ କହିଛନ୍ତି ଯେ “କୋହଲି ଙ୍କୁ ଲାରlଙ୍କର ସମକକ୍ଷ ଏଥିପାଇଁ କହିଲି କାରଣ କୋହଲି ନିର୍ଭିକତାର ସହିତ ରନ ସଂଗ୍ରହ କରନ୍ତି l ଏହି ଗ୍ରୁପରେ ଏବେ ବିରାଟ ଙ୍କ ନାମ ଏଥିପାଇଁ ସାମିଲ ହେଲା ସେ ଯେକୌଣସି ଫର୍ମାଟ ରେ ନିର୍ଵିଘଂତାର ସହିତ ଖେଳି ପାରନ୍ତି l ”
କୁକ୍ ମଧ୍ୟ ଟେଷ୍ଟ କ୍ରିକେଟ୍ ର ଜଣେ ଧୂରନ୍ଦର ବ୍ୟାଟ୍ସମ୍ୟାନ ଅଟନ୍ତି l ସିଏ ୧୨000 ରୁ ଅଧିକ ରନ ସଂଗ୍ରହ କରିଛନ୍ତି l ସମୟ ଥିଲା ସମୀକ୍ଷକ ମାନେ ଚିନ୍ତା କରୁଥିଲେ ଯେ କୁକ୍ ସଚିନଙ୍କ ରେକଡ଼ ଭାଙ୍ଗିବେ କିନ୍ତୁ ତାଙ୍କର ସେ ଇଛା ପୁରଣ ହୋଇପାରିଲା ନାହିଁ l