କୋଦଳା : ଚଳିତବର୍ଷ ଖରିଫ ଧାନ କ୍ରୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ସେବା ସମବାୟ ସମିତିର ସଂପାଦକ ନିଳାଞ୍ଚଳ ନାୟକଙ୍କ ତତ୍ୱବାଧାନରେ ଶନିବାର ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ସରକାରଙ୍କ ଧାନ କ୍ରୟ ପାଇଁ କରାଯାଇଥିବ ନିୟମ ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ୧୬ ତାରିଖ ଦିନ ଆନୁଷ୍ଠାନିକ ଭାବେ ମଣ୍ଡିର ଉଦଘାଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏଥିସହିତ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ଚାଷୀଙ୍କ ଧନ କିପରି ବିକ୍ରୟ ହୋଇ ପାରିବ ସେଥି ପ୍ରତି ସମସ୍ତ ସହଯୋଗ ଦରକାର ବୋଲି ସମ୍ପାଦକ କହିଥିଲେ।ଏଥିରେ ସଭାପତି ସୀମାଞ୍ଚଳ ବିଷୋୟୀ, ପାଣିପାଞ୍ଚାୟତ ସଭାପତି ନିରଂଜନ ନାୟକ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।
