Odisha news

ମହିଳା ଗୋଷ୍ଠୀକଂ ରୁଣ ଟଙ୍କା ଧରି ଚମ୍ପଟ୍ ମାରିଲେ ଜଣେ ମହିଳା, ଏପଟେ ରୁଣ କିସ୍ତି ପୈଠ ପାଇଁ ନିର୍ଯାତନାର ଶିକାର ହେଉଛନ୍ତି ୬ ମହିଳା

0
କୋଦଳା : ବ୍ଯାକଂ ରୁ ରୁଣ ଟଙ୍କା ଆଣିବା ପରେ ଅତି ଚତୁରତାର ସହ ଜଣେ ମହିଳା ୬ ଜଣ ମହିଳାଙ୍କ ଠାରୁ ୩ ଲକ୍ଷ ୮୫ ହଜାର ଟଙ୍କା ନେଇ ହୋଇଗଲେ ଫେରାର୍, ଏପଟେ ରୁଣ ଟଙ୍କାର ସାପ୍ତାହିକ କିସ୍ତି ପରିଶୋଧ କରିବା ପାଇଁ ଭାରତ ଫାଇନାନ୍ସ ପକ୍ଷରୁ ମହିଳାଙ୍କୁ ଦିଆଯାଉଛି ନିର୍ଯାତନା ।ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବିଲୁଆ ସାହିର ୬ ଜଣ ମହିଳାଙ୍କ ଅଭିଯୋଗ ଅନୁସାରେ ନମିତା ପରିଡା ୮୦ ହଜାର ଟଙ୍କା, ଗୀତାଞ୍ଜଳି ବେହେରା ୭୫ ହଜାର, କନକ ପ୍ରଧାନ ୯୦ ହଜାର, ସବିତା ସ୍ବାଇଁ ୮୦ ହଜାର, କ୍ଷୀର ପ୍ରଧାନ ୩୫ ହଜାର, ତନୁ ସେଠୀ ୨୫ ହଜାର ଟଙ୍କା ସର୍ବମୋଟ ୩ ଲକ୍ଷ ୮୫ ହଜାର ଟଙ୍କା ଭାରତ ଫାଇନାନ୍ସ କମ୍ପାନୀ ଠାରୁ ୩ ଲକ୍ଷ ୮୫ ହଜାର ଟଙ୍କା ରୁଣ ଆଣିଥିଲେ।
ରୁଣ ଟଙ୍କା ସମସ୍ତଙ୍କ ବ୍ଯାକଂ ଆକାଉଣ୍ଟ୍ କୁ ଆସିଥିଲା। ତେବେ ସମସ୍ତ ଟଙ୍କା ବ୍ଯାକଂରୁ ଉଠାଇବା ପରେ ଘରକୁ ନେଇ ଆସିଥିଲେ। ତେବେ ତନ୍ମଧ୍ୟରୁ ଗୀତାଞ୍ଜଳି ବେହେରା ନାମକ ଜଣେ ମହିଳାଙ୍କ ଝିଆରୀ କସ୍ତୁରୀ ବେହେରା ସମସ୍ତ ଟଙ୍କା ନିଜ ପାଖରେ ରଖି ସକାଳୁ ବାଣ୍ଟିବା ବୋଲି କହି ରାତି ଅଧରେ ନିଜ ସ୍ବାମୀଙ୍କ ସହିତ କୁଆଡ଼େ ଫେରାର୍ ହୋଇଯାଇଥିବା ଜଣାପଡିଥିଲା। ଘଟଣା ପରେ ସଂପୃକ୍ତ ଫେରାର୍ ମହିଳାଙ୍କୁ ବାରମ୍ବାର ଫୋନ୍ କରି ନିରାଶ ହୋଇଥିଲେ ୬ ମହିଳା। ଏହାପରେ ଘଟଣାକୁ ନେଇ ବେଗୁନିଆପଡ଼ା ଫାଣ୍ଡିରେ ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ କସ୍ତୁରୀ ବେହେରା ଏଯାବତ୍ ଧରାପଡିନଥିବା ଜଣାପଡିଛି ।ବେଗୁନିଆପଡ଼ା ଫାଣ୍ଡି ପୋଲିସ ଘଟଣାର ତଦନ୍ତ ପାଇଁ ସଂପୃକ୍ତ ମହିଳାଙ୍କୁ ଫାଣ୍ଡିକୁ ଆଣିବା ପାଇଁ କହିଛନ୍ତି।ଏପଟେ ଭାରତ ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ପ୍ରତି ମଂଗଳବାର ମହିଳା ମାନଙ୍କ ଘରକୁ ଆସି ଲୋନ୍ ବାବଦୀୟ କିସ୍ତି ବାନ୍ଧିବା ପାଇଁ ଦାବି କରୁଛନ୍ତି। ସମସ୍ତ ମହିଳା ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ସେମାନେ ଲୋନ୍ ବାନ୍ଧିବା କଷ୍ଟକର ହୋଇପଡିଛି।
Nalco
Leave A Reply