କୋଦଳା(Susanta Kumar Pattnayak) : କରୋନା କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ସ୍ଵାୟତ୍ତ ଶାସନ ଦିବସ। ଗଂଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଂଚଳ ପରିଷଦରେ କରୋନା ଗାଇଡ୍ ଲାଇନ୍ କୁ ମାନି ନିରାଡାମ୍ବର ଭାବେ ଏହି ଦିବସ ପାଳନ କରାଯାଇଥିଲା।
ଉସ୍ଛବରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏନ୍ଏସି ର ଅନ୍ୟ ସମସ୍ତ କର୍ମଚାରୀ ମଧ୍ୟ ପତାକା ଉତ୍ତୋଳନ ବେଳେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଶ୍ରୀ ମୂଦୁଲି ସ୍ଵାୟତ୍ତ ଶାସନ ଦିବସ ବିଷୟରେ ବିସ୍ତୃତ ଆଲୋଚନା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ କର୍ମଚାରୀ ମାନେ ଜନସାଧାରଣଙ୍କ ନିକଟରେ ବିଶ୍ୱାସ ଭାଜନ ହେବାକୁ ପରାମର୍ଶ ଦେଇଥିଲେ। ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଏହି ଅବସରରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
