କୋଦଳା:କୋଭିଡ୍ ୧୯ କଟକଣା ଭିତରେ ଉନ୍ନୟନ କାର୍ଯ୍ୟ ମଧ୍ୟ ଯଥାସମ୍ଭବ ଚାଲୁ ରହିଛି। ସାମାଜିକ ଦୂରତାକୁ ବଜାୟ ରଖି ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ଏହି କାର୍ଯ୍ଯାଦେଶ ବଣ୍ଟନ କରିଛନ୍ତି।
ବିଧାୟିକା ନିଜସ୍ବ ଆଞ୍ଚଳିକ ଉନ୍ନୟନ ହାତପାଣ୍ଠିରୁ ୧୫ ଟି ପ୍ରକଳ୍ପ ପାଇଁ ୩୧ ଲକ୍ଷ ଟଙ୍କା, ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିରୁ ୩ ଟି ପ୍ରକଳ୍ପ ନିମନ୍ତେ ୭ ଲକ୍ଷ ୫୦ ହଜାର ଟଙ୍କା ଏବଂ କ୍ରିଟିକାଲ୍ ଯୋଜନାରୁ ୩ ଲକ୍ଷ ଟଙ୍କା ବ୍ଯୟରେ ଗୋଟିଏ ପ୍ରକଲ୍ପ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ସମସ୍ତ କାର୍ଯ୍ୟ ଗୁଡିକ ସଠିକ୍ ସମୟରେ ସଂପୂର୍ଣ୍ଣ କରିବା ପାଇଁ କହିଛନ୍ତି ବିଧାୟିକା। ଏହି ଅବସରରେ ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁଙ୍କ ସମେତ ବହୁ ସରପଞ୍ଚ ଉପସ୍ଥିତ ଥିଲେ।