Odisha news

ସାହି ବାସିନ୍ଦାଙ୍କ ବିରୋଧ, କରୋନା ପଜିଟିଭକୁ ନନେଇ ଫେରିଗଲା ଆମ୍ବୁଲାନ୍ସ l

0
କୋଦଳା (Susanta Kumar Pattnayak) : କରୋନାର କରାଳ ପ୍ରକୋପକୁ ନେଇ ସାରା ବିଶ୍ୱ ଏବେ ପ୍ରମାଦ ଗଣୁଥିବା ବେଳେ  ସଚେତନତା ଅଭାବରୁ କିଛି ସ୍ଥାନରେ ଲୋକେ ଏଯାବତ୍ ସୁଧୁରୁ ହେଉ ନଥିବା ଦେଖିବାକୁ ମିଳିଛି। ଏପରିକି କରୋନା ଲକ୍ଷଣ ଦେଖାଯାଉଥିଲେବି କିଛିଲୋକ ଏବେ କୋଭିଡ୍ କେୟାର୍ କୁ ଚାଲିଯିବା ଭୟରେ ରୋଗକୁ ଲୁଚାଇ ଚାଲିଛନ୍ତି। କରୋନାକୁ ନେଇ ଯେଉଁ ଅଛୁଆଁ ପରିସ୍ଥିତି ସୃଷ୍ଟି ହୋଇଛି କିଛି ଲୋକ ଏବେ ସମାଜକୁ ଡରି କାହା ଆଗରେ ପ୍ରକାଶ କରୁ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଖଇରଖମା ପଞ୍ଚାୟତରେ ।
ଖଇରଖମା ପଞ୍ଚାୟତର ଥୁଆମୂଳ ଗ୍ରାମରେ ଜଣେ ବ୍ଯକ୍ତିଙ୍କର କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ବ୍ଯକ୍ତିଙ୍କୁ ହସ୍ପିଟାଲକୁ ନେବାକୁ ଆମ୍ବୁଲାନ୍ସ ଆସିଥିଲା ।ତେବେ ହସ୍ପିଟାଲକୁ ନେବାକୁ ବାରଣକରି ଆମ୍ବୁଲାନ୍ସକୁ ଗାଁ ସାହିରେ ପୁରାଇ ଦେଇ ନଥିଲେ ସାହି ଲୋକେ। ଯାହା ଫଳରେ କି ଆମ୍ବୁଲାନ୍ସ ବାଧ୍ୟ ହୋଇ ଫେରି ଯାଇଥିଲା। ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ, ଏଏନଏମ ଅନିତା ମିସ୍ତ୍ରୀ, ଆଶାକର୍ମୀ ଆସି ବହୁ ବୁଝାସୁଝା କଲାପରେ ବି ସାହିଲୋକେ ଶୁଣିନଥିଲେ l ଫଳରେ ଆମ୍ବୁଲାନ୍ସ ଫେରିଯାଇଥିଲା l ଏନେଇ ସରପଞ୍ଚ ପ୍ରତିନିଧି ବିଡ଼ିଓ ଓ ତହସିଲଦାରଙ୍କ ସହ ଯୋଗାଯୋଗ ବି କରିଥିଲେ l କିନ୍ତୁ କୌଣସି ସୁଫଳ ମିଳିନଥିଲା l  କରୋନା ପଜିଟିଭ୍ ବ୍ଯକ୍ତି ଏବେ ଗାଁ ରେ ରହୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକକଂ ଏଭଳି ମନୋଭାବକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଇଛି।
Nalco
Leave A Reply