Odisha news

ଡକାୟତି ବେଳେ ରିଭଲବର ସହ ଜଣେ ଗିରଫ: ସହଯୋଗୀ ଫେରାର

0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀର  ଜଣେ ହୋମଗାର୍ଡ ନିଜ ଗ୍ରାମ ଦୂତିମେଣ୍ଡି ରୁ ଫୁଲବାଣୀକୁ ଶନିବାର ରାତିରେ ନିଜ  ମୋଟର ସାଇକେଲ ରେ ଆସୁଥିବା ବେଳେ ଏଫ୍.ସି. ଆଇ ଛକ ନିକଟ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲ ଅଟକାଇ ରିଭଲବର ଦେଖାଇ ଡକାୟତି ଉଦ୍ୟମ କରୁଥିବାବେଳେ ଖବର ପାଇ ଫୁଲବାଣୀ ଟାଉନ୍ ଥାନା  ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି କାହ୍ନୁ ନାୟକ ନାମକ ଏକ ଯୁବକ କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗି ଘଟଣା ସ୍ଥଳରୁ  ଚମ୍ପଟ ମାରିଥିଲା  ।

ଗିରଫ ଯୁବକ ପାଖରୁ ଏକ ରିଭଲଭର ସହ ୫  ଟି ଜୀବନ୍ତ ଗୁଳି ମଧ୍ୟ ପୋଲିସ ଜବତ କରିଛି। ଗିରଫ ଯୁବକ ମାନେ ନିୟମିତ ଫୁଲବାଣୀ- ଭୁବନେଶ୍ୱର ରାସ୍ତା ଓ ଫୁଲବାଣୀ- ବୌଦ୍ଧ ରାସ୍ତାରେ ରାତିରେ ଗାଡ଼ିରେ ଆସୁଥିବା ଯାତ୍ରୀ ମାନଙ୍କୁ ବନ୍ଧୁକ ଦେଖାଇ ଡକାୟତ କରୁଥିଲେ। ପୋଲିସ କାହ୍ନୁ ନାୟକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଚମ୍ପଟ ମାରିଥିବା ସହଯୋଗୀ ସହ ଏହି ଘଟଣାରେ ଅନ୍ୟ କେହି ସଂଶ୍ଲିଷ୍ଟ ଅଛନ୍ତି ସେ ନେଇ  ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

IEC 2 years
Leave A Reply