Odisha news

ଚନ୍ଦନପୁର ସମିତି ସଭ୍ୟ ଉପ ନିର୍ବାଚନକୁ ନେଇ ବିଜେଡି ଓ ବିଜେପିର ସାମ୍ବାଦିକ ସମ୍ମିଳନୀ

କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ଉପ ନିର୍ବାଚନକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି। ଏହି ପଞ୍ଚାୟତର ସମିତି ସଭ୍ୟ ଦିବଂଗତ ସୁବଳ ସାହୁଙ୍କ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା। ତେବେ ଗତ ୦୫ ଏପ୍ରିଲ ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ସମର୍ଥିତ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ନିକଟକୁ ଆସିଥିଲେ। ତେବେ ବ୍ଲକ କାର୍ଯ୍ଯାଳୟ ନିକଟରେ ବିଜେପି ସମର୍ଥିତ ପ୍ରାର୍ଥୀ ଓ ଦୁଇ ସମର୍ଥକଙ୍କୁ ବିଜେଡି କର୍ମକର୍ତ୍ତା ମାନେ ଧମକ ଚମକ ଦେବା ସହ ଧସ୍ତାଧସ୍ତି କରିଥିବା, ଅପହରଣ ଏବଂ ଜୀବନର ମାରି ଦେବାକୁ ଧମକ ଦେଇଥିବା ନେଇ କୋଦଳା ଥାନାରେ ଅଭିଯୋଗ ହୋଇଛି। ବ୍ଲକ ପରିସରରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ପୋଲିସ ତଦନ୍ତ କରିବାକୁ ଦାବି କରିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ କୁନା ସ୍ବାଇଁ। ତେବେ ଏହି ଘଟଣାକୁ ନେଇ ମଂଗଳବାର ଉଭୟ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି ବ୍ଯକ୍ତିଙ୍କୁ ଧମକ କିମ୍ବା ଅପହରଣ ଘଟଣାକୁ ଅସ୍ବୀକାର କରିଛି ବିଜେଡି। ସେପଟେ ମଂଗଳବାର ପ୍ରାର୍ଥୀପତ୍ର ଜାଞ୍ଚ୍ ଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ କୁନା ସ୍ବାଇଁଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯାଇଛି। କୁନାକଂ ୪ ଟି ସନ୍ତାନ ଥିବା ଦର୍ଶାଇ ତାଙ୍କର ପ୍ରାର୍ଥୀପତ୍ର ନାକଚ କରାଯାଇଛି ଏବଂ ବିଜେଡ଼ି ସମର୍ଥିତ ପ୍ରାର୍ଥୀନୀ ସୁନୀତା ସାହୁଙ୍କୁ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଛନ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ।ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି ।ପ୍ରାର୍ଥୀପତ୍ର ନାକଚ କରିବା ଅଦାଲତର କାମ ଏବଂ ବିଡ଼ିଓଙ୍କୁ କିଏ ଏହି କ୍ଷମତା ଦେଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ବିଜେପି। ଏହାକୁ ନେଇ ଖୁବ୍ ଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
Nalco

Comments are closed.