Odisha news

କୋଠଘର ଉଦଘାଟନ ସହ କ୍ଯାନ୍ସର ପୀଡିତା ଙ୍କୁ ସହଯୋଗର ହାତ ବଢାଇଲେ ବିଧାୟିକା

କୋଦଳା : (୦୨/୦୪/୨୦୨୧) : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର କୋଦଳା ଏନଏସି ଗସ୍ତରେ ଆସି ୧୦ ନମ୍ବର ଓ୍ବାର୍ଡର ନବନିର୍ମିତ କୋଠଘର ଉଦଘାଟନ କରିଛନ୍ତି। ଏହା ସହ କୋଦଳା ଏନଏସି ଅନ୍ତର୍ଗତ ୫ ନମ୍ବର ଓ୍ବାର୍ଡରେ ଥିବା ଜଣେ  ପନ୍ଦର ବର୍ଷୀୟ କ୍ୟାନ୍ସର ପୀଡିତା ନାବାଳିକା  ପୁଜା ନାହାକ ଙ୍କ ଘରେ ପହଂଚି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପିଡିତାଙ୍କୁ କିଛି ଆର୍ଥିକ ସାହାଯ୍ୟ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଧାୟିକା। ଏଥି ସହ ବେଗୁନିଆପଡ଼ା ପାଇକ ସାହି ର ଦଣ୍ଡପାଣି ବିଷୋୟୀଙ୍କ ବିୟୋଗ ଏବଂ କେ.ବରିଡା ପଞ୍ଚାୟତ  ପିହାଣୀଆ ଗ୍ରାମର ମାଧବ ବେହେରାଙ୍କ ମା କୁମାରୀ ବେହେରା  କ୍ୟାନସରରେ ମୃତ୍ଯୁ ବରଣ କରିଥିବାରୁ ଉଭୟ ପରିବାରକୁ ଭେଟି ସମବେଦନା ଜଣାଇଇଥିବା ଜଣାପଡିଛି ।ଏହି ଅବସରରେ ବେଗୁନିଆପଡ଼ା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ,ମହିଳା ବିଜେଡି ସଭାନେତ୍ରୀ ସୁଜାତା ପ୍ରଧାନ,  ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ,ଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ।

Comments are closed.