Odisha news

ମାସେ ରହିଲା ଗଣେଷ ପୂଜା, ଦ୍ବନ୍ଦରେ ମୂର୍ତ୍ତି କାରିଗର।

0
କୋଦଳା(Susanta Kumar Pattnayak) : ଆଉ ମାତ୍ର ମାସେ ପରେ ଆରମ୍ଭ ହେବାକୁ ଯାଉଛି ପାର୍ବଣ ରୁତୁ। ଅଗ୍ରପୂଜ୍ୟ ଗଜାନନକଂ ଠାରୁ ଆରମ୍ଭ କରି ବିଶ୍ୱକର୍ମା, ମା ଦୁର୍ଗା, ମା ଲକ୍ଷ୍ମୀ, ମା କାଳୀଙ୍କ ପୂଜା ହେବ। ଗଣେଷ ପୂଜା ଆଉ ମାସେ ରହିଥିବା ବେଳେ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ମୂର୍ତ୍ତି ତିଆରି ଆରମ୍ଭ ହୋଇନି। ମୂର୍ତ୍ତି ନିର୍ମାଣ ପାଇଁ ବରାଦ ମିଳିନଥିବାରୁ କାରିଗର ଚିନ୍ତାରେ ପଡି ଯାଇଛନ୍ତି। ଚଳିତ ବର୍ଷ କରୋନା ଯୋଗୁଁ ଗଣେଷ ପୂଜା ହେବା ନେଇ ଆଶଙ୍କା ଦେଖା ଦେଇଥିବା କାରିଗର କହିଛନ୍ତି। ବିଭିନ୍ନ କଟକଣା ଯୋଗୁଁ ଲୋକକଂ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ବେଳେ ପରମ୍ପରାରେ ମଧ୍ୟ ବାଡ ପଡିଛି। କରୋନା କଟକଣା ଯୋଗୁଁ ବେଗୁନିଆପଡ଼ା ବ୍ଳକ ତଥା ଗଂଜାମ ଜିଲ୍ଲାରେ ବିଭିନ୍ନ ପର୍ବ ପର୍ବାଣୀ ବନ୍ଦ ହୋଇଯାଇଛି।
ଦଣ୍ଡନାଚ ଠାରୁ ଆରମ୍ଭ କରି ଚୈତ୍ର ଯାତ୍ରା, ପଣା ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ରଥଯାତ୍ରା ପ୍ରଭୃତି ବନ୍ଦ କରାଯାଇଛି ।ଏଭଳି ସ୍ଥିତିରେ ଆସନ୍ତା ମାସରେ ଗଣେଶ ପୂଜା ରହିଥିବା ବେଳେ ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ତାକୁ ଅପେକ୍ଷା। କରୋନା ଯୋଗୁଁ ମୂର୍ତ୍ତି ତିଆରି କରିବେ କି ନାହିଁ ତାକୁ ନେଇ ଦ୍ବନ୍ଦରେ ପଡିଛନ୍ତି କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳର ବହୁ ମୂର୍ତ୍ତି କାରିଗର। ଗଣେଷ ପୂଜା ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ସବୁଠି ପାଳନ ହୁଏ। ବିଭିନ୍ନ ସାହି ମାନଙ୍କରେ ଯୁବକ ମାନେ ମିଳିତ ହୋଇ ବଡ଼ ବଡ଼ ମେଢ଼ ଆୟୋଜନ କରିଥାନ୍ତି। ଘରେ ଘରେ ପୂଜା ହେବା ସହ ବିଦ୍ୟାଳୟ, କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ପୂଜା ହୋଇଥାଏ।
କିନ୍ତୁ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କାରିଗର ମାନେ ବରାଦ ଅନୁସାରେ ବଡ଼ ମୂର୍ତ୍ତି ତିଆରି କରିବା ସହ ଛୋଟ ମୂର୍ତ୍ତି ମଧ୍ୟ ବିକ୍ରି ପାଇଁ ତିଆରି କରିଥାନ୍ତି। ମୂର୍ତ୍ତି ତିଆରି କରିବା ପାଇଁ ମାଟି, ନଡା, ସୁତୁଲି, ବାଲି, ବାଉଁଶ, କାଠ ଓ ରଂଗ ଭଳି କଞ୍ଚାମାଲ ଆବଶ୍ୟକ ଥିବା ବେଳେ କରୋନା କଟକଣା ଯୋଗୁଁ ଏସବୁ ସାମଗ୍ରୀ ପାଇବା କଷ୍ଟକର ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିବା ବେଳେ ଯାନବାହାନ ଯାତାୟତରେ କଟକଣା ଲାଗୁ ହୋଇ ଥିବାରୁ ସାମଗ୍ରୀ ମଧ୍ୟ କିଣି ହେଉନି ବୋଲି କାରିଗର କହିଛନ୍ତି। କେବଳ ମୂର୍ତ୍ତି କାରିଗର କାହିଁକି, ଲାଇଟ୍ ଆଣ୍ଡ ସାଉଣ୍ଡ ମାଲିକ ମାନଙ୍କ ପାଖକୁ ମଧ୍ଯ ଏବର୍ଷ କୌଣସି ବରାଦ ଆସି ନାହିଁ।
Nalco
Leave A Reply