Odisha news

କବିସୂର୍ଯ୍ୟନଗର ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ବିଧାୟିକାଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଉପସ୍ଥିତ

0
କବିସୂର୍ଯ୍ୟନଗର : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ମା ମହାମୟୀଙ୍କ  ମନ୍ଦିର ପାର୍ଶ୍ଵରେ ପିତ୍ତଳ ଧାତୁରେ ନିର୍ମିତ ପାଞ୍ଚଶହ ଓଜନ ବିଶିଷ୍ଟ ବଜରଗଂ ବାଲି ହନୁମାନଙ୍କ ବିଗ୍ରହ  ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଏହି ଉତ୍ସବ ଯଥାରୀତି ଅନୁସାରେ ପାଳନ ହୋଇଥିବା ବେଳେ ଗତକାଲି ସମାପ୍ତ ହୋଇଛି। ଗତ ମଂଗଳବାର ଏଥିପାଇଁ କଳସ ଯାତ୍ରା, ଅଂକୁରା ରୋପଣ ସହ ଅଧିବାସ କାର୍ଯ୍ୟ କରାଯାଇଥିଲା। ବୁଧବାର ନାମଜଜ୍ଞ ଆରମ୍ଭ ହୋଇ କର୍ମ କାର୍ଯ୍ୟ କରାଯାଇଥିଲା। ଏହାପରେ ଦେବତାଙ୍କ ମହା ସ୍ନାନ ପୂର୍ବକ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏଥି ସହିତ ୧୦୮ ହନୁମାନ ଚାଳିସା ପାଠ କରାଯାଇଥିଲା। ଗୁରୁବାର ଦେବତାଙ୍କ ସିଂହାସନ ଆରୋହଣ କରାଯାଇ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି କରାଯାଇଥିଲା।
ଏହା ପରେ ଅନ୍ନଜଜ୍ଞ ତଥା ପ୍ରସାଦ ସେବନ କରାଯାଇଥିଲା। ଗୁରୁବାର ଏହି ଧାର୍ମିକ କାର୍ଯ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ ତହସିଲଦାର ପ୍ରକାଶ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ  ବସୁଦେବ ନାହକ,ପୂର୍ବତନ ନଗର ପାଳ ମନୋରଞ୍ଜନ ମହାପାତ୍ର,ବିଜେଡି ସଭାନେତ୍ରୀ ତଥା ପୂର୍ବତନ ନଗର ପାଳିକା ଲକ୍ଷ୍ମୀ ପ୍ରିୟା ସାହୁ,ନଗର ସଭାପତି ଭଗବାନ ସ୍ୱାଇଁ, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ରସଲ ଦାସ, ଦିଲ୍ଲୀପ ସାହୁ,ରାକେଶ ପ୍ରଧାନ,ସୁର୍ଦଶନ ପ୍ରଧାନ,ଅରୁଣ ନାୟକ,ପ୍ରସନ୍ନ ନାୟକ,ସୁରଜ ରେଡ୍ଡୀ, କାଳିଆ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ ।ଗଂଜାମ ଜିଲ୍ଲା ଓ ଜିଲ୍ଲା ବାହାରୁ ମହାମାୟୀକଂ ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହି ହନୁମାନଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ଦ୍ୱାରରେ ରହିଥିବା ହେତୁ ପ୍ରଥମେ  ପ୍ରଭୁ ସଙ୍କଟ ମୋଚନ ଙ୍କ ଦର୍ଶନ ଲାଭ କରିବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଏହି ମୂର୍ତ୍ତି ସ୍ଥାପନ ଉତ୍ସବ ରେ ପ୍ରଥମ ଦିନରେ ୧୦୮ ଜଣ ମହିଳାଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିବା ବେଳେ ଦୁଇଦିନ ଧରି କବିସୂର୍ଯ୍ୟ ନଗର ପରିବା ସଙ୍ଘ ପକ୍ଷରୁ ସହର ବାସୀ ଙ୍କ ପାଇଁ ପ୍ରାସଦ ସେବନ ଆୟୋଜନ କରାଯାଇଥିଲା।
Nalco
Leave A Reply