ଅବ୍ୟବସ୍ଥା ଘେରରେ ଧାନମଣ୍ଡି! ଉଠୁନି ଧାନ, ନିରାଶ ହେଉଛନ୍ତି ଚାଷୀ, ବାଧ୍ୟ ହୋଇ କମ୍ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକୁଛନ୍ତି ଧାନ
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବିଭିନ୍ନ ଧାନମଣ୍ଡି ଗୁଡିକରେ ଅବ୍ଯବସ୍ଥା ଦେଖିବାକୁ ମିଳିଛି ।ଚାଷୀମାନେ ଶହଶହ ସଂଖ୍ୟାରେ ଧାନ ବସ୍ତା ମଣ୍ଡିକୁ ବିକ୍ରି କରିବା ପାଇଁ ନେଉଥିବା ବେଳେ ସଠିକ୍ ସମୟରେ ଟୋକେନ୍ ନ ମିଳିବା ଓ ମିଲର୍ ର ଦେଖା ନ ମିଳିବା ଯୋଗୁଁ ଧାନ ମଣ୍ଡିରୁ ଉଠି ପାରୁନି। ଏଭଳି ଅବ୍ଯବସ୍ଥା ବ୍ଲକର ବହୁ ସୋସାଇଟି ରେ ଦେଖାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଯୋଗୁଁ ଚାଷୀ ବାଧ୍ୟ ହୋଇ କମ୍ ଦାମରେ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ଧାନ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି। ବେଗୁନିଆପଡ଼ା ବ୍ଳକର ମର୍ଦକୋଟ ସୋସାଇଟି ଅଧିନରେ ଥିବା ଚାଷୀମାନେ ଏଭଳି ଅଭିଯୋଗ ଆଣିଥିବା ବେଳେ ସୋସାଇଟି ସଂପାଦକ ମଧ୍ଯ ଏଭଳି ଅବ୍ଯବସ୍ଥାକୁ ସ୍ୱୀକାର କରିଛନ୍ତି।
ସରକାର ଚାଷୀଙ୍କ ପାଇଁ ଯୋଜନା କରୁଥିବା ବେଳେ ଉପଯୁକ୍ତ ମୂଲ୍ୟରେ କିପରି ଧାନ ବିକ୍ରୟ କରି ପାରିବେ ସେ ନେଇ ମଣ୍ଡି ବ୍ଯବସ୍ଥା କରିଛନ୍ତି। କିନ୍ତୁ ଚାଷୀମାନଙ୍କୁ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆବଶ୍ୟକ ସଂଖ୍ୟକ ଟୋକେନ୍ ନ ମିଳିବା ଯୋଗୁଁ ହତାଶ ହେଉଛନ୍ତି ଚାଷୀ। ଅପରପକ୍ଷେ ମିଲର୍ ମାନେ ମଧ୍ୟ ସଠିକ ସମୟରେ ଧାନ ଉଠାଉ ନଥିବା ଯୋଗୁଁ ମାସ ମାସ ଧରି ମଣ୍ଡିରେ ଧାନ ପଡି ରହୁଛି।
ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନି ।ଯାହାର ସୁଯୋଗ ନେଇ ଆନ୍ଧ୍ର ବେପାରୀ କମ୍ ଦରରେ ଚାଷୀଙ୍କ ଠାରୁ ଧାନ ନେଇ ମାଲାମାଲ୍ ହେଉଛନ୍ତି।
Comments are closed.