ଘନ କୁହୁଡି ଯୋଗୁଁ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର : ଅଞ୍ଚଳରେ ଆତଙ୍କ, ଅଗ୍ନିଶମ ବିଭାଗର ଉଧ୍ଯାର କାର୍ଯ୍ୟ ଜାରି
ଛତ୍ରପୁର : (୧୩/୦୧/୨୦୨୧) ସୁଶାନ୍ତ ପଟ୍ଟନାୟକ : ଘନ କୁହୁଡି ହେଲା କାଳ, ଜାତୀୟ ରାଜପଥରେ ଘନ କୁହୁଡି ଯୋଗୁଁ ଗୋଟିଏ ଗ୍ୟାସ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଯାଇଥିବା ସୂଚନା ମିଳିଛି। ଗଂଜାମ ଜିଲ୍ଲା ଜାତୀୟ ରାଜପଥ -୧୬ , ଛତ୍ରପୁର ନିକଟ ତାମ୍ପରା ହ୍ରଦ ଛକ ନିକଟରେ ଆଜି ସକାଳୁ ସକାଳୁ ଏପରି ଏକ ଅଘଟଣ ଘଟିଥିବା ନଜରକୁ ଆସିଛି ।ଗ୍ୟାସ ଟ୍ୟାଙ୍କଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି। ତେବେ ଗ୍ଯାସ ଟ୍ଯାଙ୍କର ଟି ଓଲଟିବା ଯୋଗୁଁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଁଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ରାସ୍ତା କୁ ପୋଲିସ ବନ୍ଦ କରି ଦେଇଛି। ଯାହା ଫଳରେ କି, ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି।ଅପରପକ୍ଷେ ଏହି ଖବର ପାଇ ଏକ ପୋଲିସ ଭ୍ୟାନ ଗହଣା ସ୍ଥଳକୁ ଯାଉଥିବା ବେଳେ ହଠାତ ଏକ ସାଇକେଲ ଚାଳକ ପୋଲିସ ଗାଡି ସମ୍ମୁଖ କୁ ଆସିଯିବାରୁ ତାକୁ ବଞ୍ଚାଇ ବାକୁ ଉଦ୍ୟମ କରି ଓଲଟି ପଡିଥିବା ଖବର ମିଳିଛି।ପୋଲିସ ଗାଡ଼ିରେ ଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇ ଛନ୍ତି।ଚାରି ଜଣଙ୍କୁ ସ୍ଥାନୀୟ ଏମ୍ କେ ସି ଜି ରେ ଭର୍ତ୍ତି କରା ଯାଇଥିବା ବେଳେ ଗୁରୁତର ଜଣକୁ କଟକ ଏସସିବି କୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଛତ୍ରପୁର ଉପ ଜିଲ୍ଲାପାଳ, ,ଅତିରିକ୍ତ ଏସ୍ ପି ଠାକୁର ପ୍ରସାଦ ପାତ୍ର , ତହସିଲଦାର ନୀଳମାଧଵ ଭୋଇ , ଅତିରିକ୍ତ ତହସିଲଦାର ,ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଉପସ୍ଥିତ ରହି ଘଟଣାକୁ ପରିଚାଳନା କରୁଛନ୍ତି l
