Odisha news

ପ୍ରଶାସନର ଜୁଲୁମ୍ କୁ ନେଇ ପୁଣି ତାତିଲେ ଟ୍ରାକ୍ଟର ସଂଘ, ସମାଧାନ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ନିଷ୍ପତ୍ତି

0
କୋଦଳା (Susanta Kumar Pattnayak)  : ଗଂଜାମ ଜିଲ୍ଲା କୋଦଳା ଦଣ୍ଡିଶ୍ୱର ଟ୍ରକ ଓ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ମା ବାଘୁଆ ଠାକୁରାଣୀଙ୍କ ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତହସିଲ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କିଛି ଦିନ ତଳେ ସଂଘ ପକ୍ଷରୁ ତହସିଲ କାର୍ଯ୍ଯାଳୟ ଘେରାଉ କରାଯାଇଥିବା ବେଳେ ଏବେ ପୁଣି ତାତିଛି ସଂଘ । କୋଦଳା ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ବିରୋଧ କରିଛି ଟ୍ରାକ୍ଟର ସଂଘ।ବିଲ୍ ଫର୍ମ ଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ଟ୍ରକ ଓ ଟ୍ରାକ୍ଟର ମାଲିକ ମାନଙ୍କୁ ମାତ୍ରାଧିକ ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ କରିଛି ସଂଘ। ଏହି ତହସିଲ ଅନ୍ତର୍ଗତ ଆର୍ ଆଇ ଅମିନ ମାନେ ଅନବରତ ଭାବେ ଟ୍ରାକ୍ଟର ମାଲିକକୁଂ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି।ଏପରିକି ସରକାରୀ କାର୍ଯ୍ୟ ଯଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ତିଆରି ପାଇଁ ବ୍ଯବହୃତ ସାମଗ୍ରୀ ଟ୍ରାକ୍ଟରରେ ଯାଉଥିବା ବେଳେ ମଧ୍ୟ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଟ୍ରାକ୍ଟର ମାଲିକ ମାନେ।ପ୍ରଶାସନର ଏଭଳି କାର୍ଯ୍ୟ ଯୋଗୁଁ ପରିବାର ଚଳାଇବା ତ ଦୂରର କଥା, ଟ୍ରାକ୍ଟର ମାଲିକ ମାନେ  ବ୍ଯାକଂ ଫାଇନାନ୍ସ କିସ୍ତି ମଧ୍ୟ ସୁଝି ପାରୁ ନଥିବା କହିଛନ୍ତି। କୋଦଳା, ବେଗୁନିଆପଡ଼ା ଓ ଅଙ୍ଗାରଗାଁ ଜୋନ୍ ର ସମସ୍ତ ଟ୍ରାକ୍ଟର ମାଲିକ ଏକତ୍ରୀତ ହୋଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଏନେଇ ସ୍ଥାନୀୟ ବିଧାୟିକାଙ୍କୁ ଅବଗତ କରାଇବେ ଏବଂ ସମାଧାନ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି।
Nalco
Leave A Reply