କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବେଗୁନିଆପଡ଼ା ବ୍ଳକର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମଂଗଳବାର ରୋଗୀ କଲ୍ୟାଣ ସମିତି ବେଠକ ଅନୁଷ୍ଠିତ ହୋଇଯାଇଛି ।କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ରାଜଲକ୍ଷ୍ମୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ଗୀତାଞ୍ଜଳୀ ଭୂୟାଁ, ଅଧ୍ୟକ୍ଷ ପ୍ରତିନିଧି ଵିଜୟ କୁମାର ଦୋରା, ଡାକ୍ତର ସୁଜିତ କୁମାର ବେହେରା, ରାଜେନ୍ଦ୍ର କୁମାର ପ୍ରଧାନ, ସଂଜୟ କୁମାର ସାହୁ, ଆଦିତ୍ୟ ପ୍ରସାଦ ସାହୁ,ମଧୁସ୍ମିତା ବିଶ୍ବାଳ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ଯୋଜନାରେ ୭୫ ହଜାର ଓ ରୋଗୀ କଲ୍ୟାଣ ସମିତିର ୨ ଲକ୍ଷ ୫୦ ହଜାର ଟଙ୍କା, ବେଗୁନିଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧ ଲକ୍ଷ ୭୩ ହଜାର,ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୩ ଲକ୍ଷ ୫୦ ହଜାର ଓ ରାହାଡା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୨ ଲକ୍ଷ ୬୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରେ ବେଡ଼, ଚେୟାର, ଟେବୁଲ, ମରାମତି, କଣ୍ଟ୍ରୋଲ ରୁମ, ଵିଲଡିଂ ମରାମତି, ପାନୀୟ ଜଳ,ମେଡିକାଲ୍ ପରିସର ସୌନ୍ଦଯ୍ୟକରଣ ,ବାଇକ ଷ୍ଟାଣ୍ଡ, ଆକ୍ବାଗାର୍ଡ , ସି ସି କ୍ୟାମେରା ଆଦି କାର୍ଯ୍ୟ କରିବା ପାଇଁ ସ୍ଥିର କରାଯାଇଥିଲା।
