Odisha news

ବେଗୁନିଆପଡ଼ା ବ୍ଳକରେ ଠିକାଦାର ସଙ୍ଘ ଗଠିତ

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସ୍ଥିତ ଠିକାଦାର ମାନଙ୍କୁ ନେଇ ଶୁକ୍ରବାର ଏକ ନୂତନ କରି ସଂଘ ଗଠିତ ହୋଇଛି। ଅମରେଶ୍ୱର ଠିକାଦାର ସଙ୍ଘ ଗଠିତ ହୋଇଯାଇଛି। ବ୍ଲକର ସମସ୍ତ ଠିକାଦାର ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ନାରାୟଣୀ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା।
ବିଭିନ୍ନ ସମୟରେ ଠିକାଦାର ମାନେ ଭିନ୍ନ ଭିନ୍ନ ସମସ୍ଯାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ଏହି ସଂଘ ଜରିଆରେ ସମସ୍ଯାକୁ ସମାଧାନ କରାଯିବ ବୋଲି କହିଛନ୍ତି ଠିକାଦାର। ବୈଠକରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଚରଣ ନାୟକ, ଉପସଭାପତି ଜିତେନ୍ଦ୍ର କୁମାର ବେହେରା, ସଂପାଦକ ଗୌରାଙ୍ଗ ଚରଣ ରଥ, ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା ସହ କୋଷାଧ୍ୟକ୍ଷ ଜଗନ୍ନାଥ ଗୌଡ଼ ନିର୍ବାଚିତ ହୋଇଥିଲେ। ଟେଣ୍ଡର ପକାଇବା ଠାରୁ ଆରମ୍ଭ କରି କାମ କରୁଥିବା ସମୟରେ କୌଣସି ଅସୁବିଧା ହେଲେ ପରସ୍ୱର ସହଯୋଗରେ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Nalco
Leave A Reply