ସାଉଥକୋ ମିଟର ରିଡିଂ କର୍ମଚାରୀଙ୍କ ପ୍ରତି ଅବିଚାର ଅଭିଯୋଗ : ନିଷ୍ପତ୍ତି ପରିବର୍ତ୍ତନ ନହେଲେ ଜାରି ରହିବ ନିରବ ପ୍ରତିବାଦ।
କୋଦଳା (susant pattanaik) : ଗଂଜାମ ଜିଲ୍ଲା କୋଦଳା ସାଉଥକୋ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ମିଟର ରିଡିଂ କର୍ମଚାରୀଙ୍କ ପ୍ରତି ଅବିଚାର ଅଭିଯୋଗ ।ଏଭଳି ଅଭିଯୋଗ କରି ସାଉଥକୋ ୟୁଟିଲିଟି ସହକାରୀ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ସମସ୍ତ ମିଟର ରିଡିଂ କର୍ମଚାରୀ। ଅଭିଯୋଗ ଅନୁସାରେ ପୁରୁଷୋତ୍ତମପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ତଥା ଏଜେନ୍ସିକଂ ମଧୁଚନ୍ଦ୍ରିକାରେ ପୁରୁଣା ନିୟମକୁ ବଦଳାଇ ନୂତନ ଭାବେ ଏକ ନିୟମ ଜାରି କରିଛନ୍ତି। ଆଗରୁ ଜଣେ ମିଟର ରିଡିଂ କର୍ମଚାରୀଙ୍କୁ ୩୫୦୦ ଉପଭୋକ୍ତାଙ୍କ ମିଟର ରିଡିଂ କରିବାକୁ ଅନୁମତି ଦିଆଯାଇଥିଲା। ଏହି ଅନୁସାରେ ମିଟର ରିଡିଂ କର୍ମଚାରୀ ମାନେ ମାସିକ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ। ତେବେ ବର୍ତମାନ ଏହି ନିୟମକୁ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅନୁକମ୍ପା କରିବା ଉଦ୍ଦେଶ୍ୟରେ କାଣ୍ଟଛାଣ୍ଟ କରିଦେଇଛନ୍ତି। ବର୍ତ୍ତମାନ ଜଣେ ମିଟର ରିଡିଂ କର୍ମଚାରୀ କେବଳ ୧୭୦୦ ବିଦ୍ଯୁତ ଉପଭୋକ୍ତାଙ୍କ ମିଟର ରିଡିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ କି ମିଟର ରିଡିଂ କର୍ମଚାରୀ ମାନେ ମାସିକ ୫ ହଜାରରୁ ଅଧିକ ପାଇ ପାରିବେ ନାହିଁ ବୋଲି କହିଛନ୍ତି କର୍ମଚାରୀ। ସାଉଥକୋ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀ କାହା ସ୍ବାର୍ଥରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସମସ୍ତ ମିଟର ରିଡିଂ କର୍ମଚାରୀ ପ୍ରଶ୍ନ କରିବା ସହ ଏନେଇ ଅଭିଯୋଗ ପତ୍ର ଲେଖିଛନ୍ତି। ଅନ୍ୟ ଡିଭିଜନ ମାନଙ୍କରେ ପୁରୁଣା ନିୟମ ବଳବତ୍ତର ରହିଥିବା ବେଳେ ପୁରୁଷୋତ୍ତମପୁର ଡିଭିଜନରେ ଏଭଳି ଅଜବ ନିୟମ ହେବା କର୍ମଚାରୀଙ୍କ ପେଟକୁ ଲାତ ମାରିବା ସଦୃଶ ବୋଲି କହିଛନ୍ତି କର୍ମଚାରୀ। ବର୍ତ୍ତମାନ ସ୍ଥିତିରେ ଦରଦାମ ବୃଦ୍ଧି ପାଉଥିବା ବେଳେ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା ବଦଳରେ କାମକୁ କମ୍ କରି ଦରମା କମାଯିବା ଭଳି ମାରଣ ନୀତିକୁ ବିରୋଧ କରି ନିରବ ପ୍ରତିବାଦ କରାଯିବ ବୋଲି କହିଛନ୍ତି ସମସ୍ତ ମିଟର ରିଡିଂ କର୍ମଚାରୀ। ଏନେଇ ବ୍ରହ୍ମପୁର ଏ. ଓ କୁଂ ମଧ୍ୟ ଅବଗତ କରାଯାଇଥିବା ଜଣାପଡିଛି।
