Odisha news

ରୋଷେଇ ଘରେ କଦାପି କରନ୍ତୁ ନାହିଁ ଏହିସବୁ ଭୁଲ, ଜୀବନ ଟାଣିହୋଇ ଯାଇଥାଏ ଅସୁବିଧା ଆଡକୁ

0

ହିନ୍ଦୁ ଧର୍ମରେ ରୋଷେଇଘର ହେଉଛି ଘରର ଗୋଟିଏ ପ୍ରମୁଖ ଓ ପବିତ୍ର ସ୍ଥାନ ଅଟେ l ଆମେ କିନ୍ତୁ ଅନେକ ସମୟରେ ରୋଷେଇଘରର ଛୋଟ ଛୋଟ କଥାକୁ ଧ୍ୟାନ ଦେଇନଥାଉ, କିନ୍ତୁ ଏହି ରୋଷେଇ ଘରେ ମଧ୍ୟ ଏଭଳି କିଛି ସ୍ଥାନ ରହିଥାଏ ଯାହାକୁ ଆମେ ଅଣଦେଖା କରି ଦେଇଥାଉ , କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ସ୍ଥାନ ଗୁଡିକ ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ l ସେଥି ମଧ୍ୟରୁ ଗୋଟିଏ ହେଉଛି ରୋଷେଇ ଘରର ଝରକା l ଘରର ସୁଖ-ଶାନ୍ତି ପାଇଁ ରୋଷେଇ ଘରର ଝରକା ସର୍ବଦା ସଠିକ ସ୍ଥାନରେ ଯଦି ହୋଇଥାଏ ତେବେ ଜୀବନ ଉପରେ ଏହାର ଶୁଭଫଳ ପଡିଥାଏ l

– ରୋଷେଇ ଘରର ଝରକା ସବୁବେଳେ ପୂର୍ବ ଦିଗରେ ରହିବା ଜରୁରୀ l ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବ ଦିଗରେ ଝରକା ରହିବା ଦ୍ୱାରା ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ l

– ଯଦି ଆପଣ ପୂର୍ବ ଦିଗରେ କୌଣସି କାରଣରୁ ଝରକା କରି ପାରୁ ନାହାନ୍ତି , ତେବେ ଝରକା ଦକ୍ଷିଣ ଦିଗରେ ରହିବା ଦ୍ୱାରା ମଧ୍ୟ ଶୁଭଫଳ ଦେଇଥାଏ, ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ l

-ବାସ୍ତୁଶାସ୍ତ୍ର ଅନୁସାରେ କୁହାଯାଇଛି ଝରକା ବାହାରୁ ଯେଭଳି ଚୁଲି ଦେଖା ନଯାଏ, ଏଭଳି ଯଦି ହୋଇଥାଏ ତେବେ ଏହାର ନକାରାତ୍ମକ ପ୍ରଭାବ ଜୀବନ ଉପରେ ପଡିଥାଏ l

– ରୋଷେଇ ଘରର କାନ୍ଥ ରଙ୍ଗ ମଧ୍ୟ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l ବାସ୍ତୁଶାସ୍ତ୍ର ରେ କୁହାଯାଇଛି ଯେ ରୋଷେଇଘର ନାରଙ୍ଗୀ, ସବୁଜ, ପାଉଁଶିଆ କିମ୍ବା ଧଳା ହେବା ଆବଶ୍ୟକ l

– ଯଦି ଝରକା କାରଣରୁ କୌଣସି ପ୍ରକାରର ଅସୁବିଧା ଜୀବନରେ ଦେଖା ଯାଉଛି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଟିଏ ଛୋଟ ତୁଳସୀ ଗଛ କୁଣ୍ଡରେ ଲଗାଇ ରୋଷେଇ ଘରେ ରଖି ଦିଅନ୍ତୁ l ଏହାଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

Ad2
Leave A Reply