ଆପଣଙ୍କ ରୋଷେଇଘରେ ଥିବା ଆପଣଙ୍କ ବାସନ ମଧ୍ୟ ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ l ଆମେରିକାର ୟୁନିଭର୍ସିଟି ଅଫ ସାଉଥ କାରଲିଫୋର୍ଣ୍ଣିଆ ର ବୈଜ୍ଞାନିକ ମାନେ ଗୋଟିଏ ଗବେଷଣାରେ ପାଇଥିଲେ ଯେ ନନଷ୍ଟିକ ପ୍ୟାନ ସହିତ ନିଜର ପସନ୍ଦ ଯୋଗ୍ୟ ଖାଦ୍ୟ ରାନ୍ଧିଥାଉ l କିନ୍ତୁ ନନଷ୍ଟିକ ପ୍ୟାନ ରେ ଲାଗିଥାଏ ଚିକଣିଆ କୋଟିଂ ଟି ଲିଭର କ୍ୟାନ୍ସର ବିପଦକୁ ୪ଗୁଣା ବଢ଼ାଇ ଦେଇଥାଏ l ଏହାକୁ ବୈଜ୍ଞାନିକ ଭାଷାରେ ‘ ଫରଏଭର କେମିକାଲ ‘ ମଧ୍ୟ କୁହାଯାଇ ଥାଏ l
ଯଦି ଆପଣ ପ୍ଲାଷ୍ଟିକ ଜିନିଷରେ ଖାଦ୍ୟ ପାକିଙ୍ଗ କରି ଥାନ୍ତି ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗମ୍ଭୀର ହୋଇପାରେ l ଏହି କେମିକାଲ ଆଜିକାଲି ଆମର ଜୀବନର ଗୋଟିଏ ଅଭିନ୍ନ ଅଙ୍ଗ ହୋଇ ସାରିଛି l
କଣ କହୁଛି ଗବେଷଣା ?
ଆମେରିକାର ଏହି ଗବେଷଣା ୨ଲକ୍ଷ ଲୋକଙ୍କୁ ନେଇ ହୋଇଥିଲା l ଯେଉଁମାନଙ୍କ ମଧ୍ୟରେ ୫୦ ଜଣ ଏପରି ଲୋକ ଥିଲେ, ଯେଉଁ ମାନଙ୍କୁ ଲିଭର କ୍ୟାନ୍ସର ପୂର୍ବରୁ ହୋଇ ସାରିଛି l ସେମାନଙ୍କ ତୁଳନା ଏଭଳି ୫୦ ଜଣଙ୍କ ସହିତ କରାଯାଇ ଥିଲା ଯେଉଁ ମାନଙ୍କୁ କ୍ୟାନ୍ସର ହୋଇ ନଥିଲା l ଗବେଷକ ମାନେ କ୍ୟାନ୍ସର ପୀଡିତ ହୋଇଥିବା ଲୋକଙ୍କର ଡାଇଗୋନିସିସ ପୂର୍ବରୁ ତାଙ୍କ ବ୍ଲଡ଼ ସାମ୍ପଲ କୁ ବିସ୍ଲେସଣ କରିଥିଲେ l ଏହାପରେ ସେମିନାଙ୍କ ତୁଳନା ଅନ୍ୟ ବ୍ୟକ୍ତି ସମୂହ ଙ୍କ ସହିତ କରିଥିଲେ ଯେଉଁ ମାନଙ୍କୁ କ୍ୟାନ୍ସର ହୋଇ ନଥିଲା l ଏଥିରୁ ମିଳିଥିଲା ଯେ ଯେଉଁ ବ୍ୟକ୍ତିଙ୍କୁ କ୍ୟାନ୍ସର ହୋଇଥିଲା ସେମାନଙ୍କ ମଧ୍ୟରେ ଅନେକ ଲୋକଙ୍କ ବ୍ଲଡ଼ ରେ ଅନେକ ପ୍ରକାରର କେମିକାଲ ରହିଛି l
କ୍ୟାନ୍ସର ବିଶେଷଜ୍ଞ ଙ୍କ ମତ କଣ ରହିଛି ? –
ମେକ୍ସ ହସ୍ପିଟାଲ ରେ ଆନକୋଲୋଜିଷ୍ଟ ଡକ୍ଟର ସଜ୍ଜନ ରାଜପୁରୋହିତ କହିଛନ୍ତି, ‘ ଏହା ସତ୍ୟ ଅଟେ ଯେ କ୍ୟାନ୍ସର ହେବାର ଅନେକ କାରଣ ହେଉଛି ଆମେ ଅନେକ ଗୁଡିଏ ଘାତକ କେମିକାଲ ବ୍ୟବହାର କରିବା l ଆମେ ଅନେକ ସମୟରେ ଏଭଳି ଭୁଲ ବାରମ୍ବାର କରିଥାଉ କାରଣ ଆମକୁ ସଚେତନତା କରିବାର ଅଭାବ ରହିଛି l ଫୁଡ ପ୍ୟାକେଜିଙ୍ଗ ନାମରେ ଅନେକ ଲୋକ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି l କିନ୍ତୁ ଏହି ପ୍ଲାଷ୍ଟିକ କେତେ ସୁରକ୍ଷିତ ସେମାନେ ତାହା କଦାପି ଦେଖା ନଥାଆନ୍ତି l ଏହି କାରଣରୁ ଆମ ଶରୀରରେ ରୋଗର ବିକାଶ ହୋଇଥାଏ, ଯେଉଁ ମାନଙ୍କ ମଧ୍ୟରେ କ୍ୟାନ୍ସର ମୁଖ୍ୟ l
କିପରି କରିବେ ନିଜକୁ ରକ୍ଷା –
– ଯେବେବି ଆପଣ କୌଣସି ଗରମ ଖାଦ୍ୟ ପଦାର୍ଥ ଗରମ ଅବସ୍ଥାରେ ହେଉ କିମ୍ବା ଥଣ୍ଡା ଅବସ୍ଥାରେ ଜରି ରେ ପୁରାଉଚନ୍ତି ତେବେ ତାହା ଶରୀର ପକ୍ଷରେ ହିତକର ନୁହେଁ l
– ଆପଣ ସର୍ବଦା ଷ୍ଟିଲ ର ବ୍ୟବହାର କରନ୍ତୁ , ନଚେତ ଯଦି ପ୍ଲାଷ୍ଟିକ ଡବା ବ୍ୟବହାର କରୁଛନ୍ତି ତେବେ ୧ ରୁ ନେଇ ୭ ନମ୍ବର ପର୍ଯ୍ୟନ୍ତ ପ୍ଲାଷ୍ଟିକ ଡବା ରେ ମାର୍କିଙ୍ଗ ରହିଥାଏ l ଯାହାକୁ କମ ଥର ବ୍ୟବହାର କରି ରିସାଇକେଲିଂ ପାଇଁ ଫିଙ୍ଗି ଦିଆ ଯାଇଥାଏ l
– ୨, ୪ , ୫ ମାର୍କିଙ୍ଗ ଥିବା ପ୍ଲାଷ୍ଟିକ ଡବା କୁ ଦୀର୍ଘଦିନ ଧରି ବ୍ୟବହାର କରାଯାଇ ଥାଏ l ଅର୍ଥାତ ୬ମାସ ପର୍ଯ୍ୟନ୍ତ l
– ସେହିଭଳି ବାସନ ଧୋଇବା ପାଇଁ ବ୍ୟବହାର ହେଉଥିବା କେମିକାଲ ମଧ୍ୟ ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l ତେଣୁ ବାସନ ଧୋଇଲା ବେଳେ ଯେପରି ଧ୍ୟାନ ଦେବେ ପ୍ଲେଟ ରେ କେମିକାଲ ନଲାଗେ l
– ନନଷ୍ଟିକ ଜିନିଷ ମଧ୍ୟ ବ୍ୟବହାର କରିବା ବେଳେ ସାବଧାନ ରୁହନ୍ତୁ l ସେହି ସ୍ଥାନରେ ଆପଣ ଲୁହାର ବାସନ ବ୍ୟବହାର କରିପାରିବେ ଯାହାକି ଶରୀର ପକ୍ଷରେ ହିତକର l
