Odisha news

ଚୁମ୍ବନ ପଛରେ କଣ ରହିଛି ବୈଜ୍ଞାନିକ କାରଣ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ : ଗୋଟିଏ ଚୁମ୍ବନ ଦ୍ୱାରା ଏତିକି ମାଂସପେଶୀ ହୋଇଥାଏ ସକ୍ରିୟ

ନୂଆଦିଲ୍ଲୀ : ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଚୁମ୍ବନ ପଛରେ ମଧ୍ୟ ବିଜ୍ଞାନ ରହିଛି l ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଜଣା ପଡିଛି ଯେ ୧୦ ସେକେଣ୍ଡର ଚୁମ୍ବନ ଦ୍ୱାରା ୮ କୋଟି ବ୍ୟାକ୍ଟେରିଆ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଯାଇଥାଏ l ବିଜ୍ଞାନ ମତରେ ଏହାଦ୍ୱାରା ଅନେକ ଲାଭ ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ l

ଚୁମ୍ବନକୁ ନେଇ ବୈଜ୍ଞାନିକ ମାନଙ୍କ ମତ –
ଚୁମ୍ବନ ଦ୍ୱାରା ଏତେ ବ୍ୟାକ୍ଟେରିଆର ଆଦାନ ପ୍ରଦାନ ପରେ ମଧ୍ୟ ହାତ ମିଳାଇବା ଦ୍ୱାରା ରୋଗ ଗ୍ରସ୍ତ ହେବାର ସମ୍ଭାବନା ଅଧିକ ଅଛି l ବିଜ୍ଞାନ ମତରେ ଚୁମ୍ବନ ଦ୍ୱାରା ଜୀବାଣୁ ଆଦାନ ପ୍ରଦାନ ରହିଲେ ମଧ୍ୟ ଏହା ଉଭୟଙ୍କ ପାଇଁ ଲାଭ ଦାୟକ l

ଶୈଶବରୁ ନେଇ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ –
ପ୍ରେମର ସମ୍ପର୍କ ଓଠ ସହିତ ରହିଛି l ଛୋଟ ବେଳେ ସ୍ତନ୍ୟ ପାନ କରିବା ସମୟରେ କିମ୍ବା ବୋତଲରେ ଦୁଗ୍ଧ ପାନ କରିବା ସମୟରେ ନିଜର ଓଠର ବ୍ୟବହାର ଯେଭଳି ଭାବରେ ମଣିଷ କରିଥାଏ ,ତାହା ଚୁମ୍ବନ ସହିତ ଅନେକ ସାମଞ୍ଜସ୍ୟ ରଖିଛି l ଏହା ପିଲାର ମସ୍ତିଷ୍କରେ ନ୍ୟୁରଲ /ଶିରା ପ୍ରଶିରାକୁ ରାସ୍ତା ତିଆରି କରିଥାଏ l ଯାହା ଚୁମ୍ବନକୁ ନେଇ ମନରେ ସକାରାତ୍ମକ ଭାବନା ଜାଗ୍ରତ କରିଥାଏ l

ଚୁମ୍ବନ ପରେ ହୋଇଥାଏ ସୁଖଦ ଅନୁଭୂତି –
କୁହାଯାଇଛି ଯେ ଓ଼ଷ୍ଠ ଶରୀରର ସବୁଠୁ ଅଧିକ ଏକ୍ସପୋଜଡ଼ ଅଂଶ ଅଟେ ,ଯାହା ମଣିଷ ଭିତରେ କାମୁକ ଭାବନା ଜାଗ୍ରତ କରିଥାଏ l ଆପଣ ହୁଏତ ଜାଣି ନଥିବେ ଓ଼ଷ୍ଠରେ ସମ୍ବେଦନଶୀଳ ଶିରା ପ୍ରଶିରା ଭାରି ହୋଇ ରହିଛି l ତେଣୁ କରି ତାର ସାମାନ୍ୟ ମାତ୍ର ଛୁଇଁବା ଦ୍ୱାରା ଆମ ଶରୀରରେ ଶିହରଣ ସୃଷ୍ଟି ହୋଇଥାଏ l

ମସ୍ତିଷ୍କର ଶିରାପ୍ରଶିରା ହୋଇଯାଇଥାଏ ଆକ୍ଟିଭ-
ଚୁମ୍ବନ ଆମ ମସ୍ତିଷ୍କର ଗୋଟିଏ ବଡ଼ ଅଂଶକୁ ସକ୍ରିୟ କରି ଦେଇଥାଏ l ଏହା ଦ୍ୱାରା ଅଚାନକ ଆମର ମସ୍ତିସ୍କ ଜାଗ୍ରତ ହୋଇ କାମ କରିବାକୁ ଲାଗିଯାଇଥାଏ l ଏହା ଭାବିବା ଆରମ୍ଭ କରି ଦେଇଥାଏ ଯେ ଆଗକୁ କଣ ଘଟିବାକୁ ଅଛି l ଚୁମ୍ବନର ଅସର କିଛି ଏହିଭଳି ହୋଇଥାଏ କି ଆମ ଶରୀରର ହର୍ମୋନ ଓ ନିୟୁରୋ ଟ୍ରାନ୍ସମିଟର ଘୁରିବାକୁ ଲାଗିଥାଏ l ଆମର ଭାବନା ଉପରେ ଏହା ପ୍ରଭାବ ପକାଇବା ଆରମ୍ଭ କରି ଦେଇଥାଏ l

ଚୁମ୍ବନ ସମୟରେ ହୋଇଥାଏ ଏଭଳି ଆଦାନ ପ୍ରଦାନ –
ଯେତେବେଳେ ଦୁଇଟି ଓଠ ମିଶିଥାଏ ୯ ମିଲିଗ୍ରାମ ପାଣି ,୭ ମିଲିଗ୍ରାମ ପ୍ରୋଟିନ ,୧୮ ମିଲିଗ୍ରାମ ଅର୍ଗାନିକ କମ୍ପାଉଣ୍ଡ ,୭୧ ମିଲିଗ୍ରାମ ବିଭିନ୍ନ ପ୍ରକାରର ଫ୍ୟାଟ ଓ ୪୫ ମିଲିଗ୍ରାମ ସୋଡିୟମ କ୍ଲୋରାଇଡ଼ର ଆଦାନପ୍ରଦାନ ହୋଇଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଚୁମ୍ବନ କ୍ୟାଲୋରୀ ବର୍ଣ କାରିବାର କାମ ମଧ୍ୟ କରିଥାଏ l ଚୁମ୍ବନ କରୁଥିବା ଯୋଡି ୨ରୁ ୨୬ କ୍ୟାଲୋରୀ ପ୍ରତି ମିନିଟିରେ ଥାନ୍ତି ଓ ଏହି ସୁଖକୁ ଅନୁଭବ କରିବା ସମୟରେ ପାଖାପାଖି ୩୦ ଟି ଅଲଗା ଅଲଗା ପ୍ରକାରର ମାଂସପେଶୀର ବ୍ୟବହାର ହୋଇଥାଏ l

ସଂକୃତି କଣ ମତ ଦେଉଛି –
ଅଲଗା ଅଲଗା ସଂସ୍କୃତିରେ ଚୁମ୍ବନର ମହତ୍ୱ ଅଲଗା ରହିଛି l ଅନେକ ଥର ଚୁମ୍ବନକୁ ଛେପର ଆଦାନପ୍ରଦାନ ବୋଲି କୁହାଯାଇଥାଏ l କିନ୍ତୁ ଆପଣ ଜାଣିବା ଜରୁରୀ ଅଟେ ଯେ ଚୁମ୍ବନର ଆରମ୍ଭ ୨ ହଜାର ବର୍ଷ ପୂର୍ବରୁ ହୋଇ ସାରିଥିଲା ,ତାହା ପୁଣି ବିଶ୍ୱର ପଶ୍ଚିମ ପାର୍ଶ୍ୱରେ l ୨୦୧୫ ରେ ହୋଇଥିବା ଏକ ଗବେଷଣା ଅନୁସାରେ ୧୬୮ ଟି ସଂସ୍କୃତିରୁ ମାତ୍ର ଅଧା ସଂସ୍କୃତିରେ ଓଠର ମିଳନର ଚୁମ୍ବନକୁ ସ୍ୱୀକାର କରିଥିଲେ l ଅଧିକାଂଶ ସଂକୃତିରେ ଏହାକୁ ପାପ ବୋଲି କୁହାଯାଏ l

କଣ ରହିଛି ଲାଭ –
ସମ୍ପର୍କ ହେବ ସୁଦୃଢ -ମା ଓ ଛୁଆର ସମ୍ପର୍କ ଯେପରି ଚୁମ୍ବନ ଯୋଗୁ ସୁଦୃଢ ହୋଇଥାଏ ସେଭଳି ଅନ୍ୟ ସମ୍ପର୍କ ମଧ୍ୟ ସୁଦୃଢ ହୋଇଥାଏ l ଏହା ଶାରୀରିକ ସମ୍ପର୍କ ପାଇଁ ଆବଶ୍ୟକ ଓ ପ୍ରେମ ବାଢିବାରେ ସାହାଯ୍ୟ କରିଥାଏ l
ଚିନ୍ତା କମ କରେ -ଚୁମ୍ବନ କରିବା ଦ୍ୱାରା ମସ୍ତିସ୍କରୀ ଏଭଳି କେମିକାଲ ବାହାରିଥାଏ ଯାହା ମସ୍ତିସ୍କକୁ ଶାନ୍ତ କରିଥାଏ l ଏହା ଦ୍ୱାରା ମଣିଷ ଚିନ୍ତାମୁକ୍ତ ରହିବ ସହିତ ମନ ଶାନ୍ତ ରୁହେ l
ମେଟାବୋଲିଯିମ -ଚୁମ୍ବନ କରିବା ଦ୍ୱାରା କ୍ୟାଲୋରୀ ବର୍ଣ ହୋଇଥାଏ ଯାହା ଦ୍ୱାରା ମେଟାବୋଲିଯିମ ବଢିବାର ସମ୍ଭାବନା ଥାଏ l
ମୁଖ ଗହ୍ୱର ପାଇଁ ସ୍ୱାସ୍ଥ୍ୟକର -ଆମର ମୁଖ ଗହ୍ୱରରୁ ଲାଳ ଦ୍ୱାରା ବ୍ୟାକ୍ଟେରିଆ ,ଭାଇରସ ଆଦି ସହିତ ଲଢ଼ିବାର ପଦାର୍ଥ ରହିଛି l ସେଥିପାଇଁ ଚୁମ୍ବନ କରିବା ଦ୍ୱାରା ମୁହଁ ,ଦାନ୍ତ ଓ ମାଢି ସୁସ୍ଥ ରୁହେ l
ଇମ୍ୟୁନିଟି ବାନ୍ଧିଥାଏ -ନିଜର ସ୍ଥିର ମୁହଁରେ ରହୁଥିବା ବ୍ୟାକ୍ଟେରିଆଙ୍କ ସଂପର୍ଶରେ ଆସିବାରୁ ଆମର ଇମ୍ୟୁନିଟି ମଜବୁତ ହୋଇଥାଏ l

ଚୁମ୍ବନ କରିବା ଦ୍ୱାରା କଣ ହୁଏ କ୍ଷତି –
ଚୁମ୍ବନ କରିବା ଦ୍ୱାରା ସବୁଠୁ ବଡ଼ କ୍ଷତି ହେଉଛି ଏହାଦ୍ୱାରା କିଛି ରୋଗ ସହଜରେ ବ୍ୟାପି ଯାଇଥାଏ l ନାକ ଓ ଗଳାର କିଛି ସଂକ୍ରମିତ ଜୀବାଣୁ ଛୋଟ ଆକାରରେ ଦୀର୍ଘ ସମୟ ଧରି ପବନରେ ରହିଥାନ୍ତି l ତାକୁ ଡ୍ରପ୍ଲେଟ କୁହାଯାଏ ,ଏହା ଦ୍ୱାରା ଅନେକ ପ୍ରକାରର ରୋଗ ଶ୍ୱାସ ନଳିରେ ବ୍ୟାପିବାର ସମ୍ଭାବନା ରହିଥାଏ l ଏହା ଆପଣଙ୍କୁ ରୋଗାଗ୍ରସ୍ତ କରିବାର କାରଣ ହୋଇଥାଏ l

Comments are closed.