ନୁଆଦିଲ୍ଲୀ : ଉତ୍ତର କୋରିଆର ଶାସକ କିମ୍ ଯୋଙ୍ଗ ଉନ୍ ଓ ଚୀନ୍ ରାଷ୍ଟ୍ରପତି ଶି ଜୀଙ୍ଗପିଙ୍ଗ ତାଙ୍କ ଶତ୍ରୁ ମାନଙ୍କୁ ଜବାବ୍ ଦେବା ପାଇଁ ହାତ ମିଶାଇଛନ୍ତି । ଉଭୟ ଦେଶର ନେତା ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତି , ବନ୍ଧୁତା , ସହଯୋଗ ଓ ପାରସ୍ପରିକ ସହାୟତା କୁ ନେଇ ଉଭୟ ଉଭୟ ଙ୍କୁ କଥା ମଧ୍ୟ ଦେଇଛନ୍ତି ।
ଚୀନ୍ ବିଶ୍ଵର ସବୁଠୁ ସିକ୍ରେଟ ଦେଶ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଉତ୍ତର କୋରିଆର ସବୁଠୁ ବଡ଼ ସହଯୋଗୀ ଅଟେ । ଉତ୍ତର କୋରିଆର ସରକାରୀ ସମାଚାର ଏଯେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଚୀନ୍ ର ରାଷ୍ଟ୍ରପତି ସି ଜୀଙ୍ଗପୀଙ୍ଗ ଙ୍କୁ ଗୋଟିଏ ସନ୍ଦେଶ ରେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ କହିଛନ୍ତି ସତୃତପୂର୍ଣ୍ଣ ବିଦେଶୀ ଶକ୍ତି ଆଗରେ ତାଙ୍କର ସମ୍ପର୍କ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାର ପ୍ରତି ଉତ୍ତରରେ ଜିଙ୍ଗପିଙ୍ଗ କହିଛନ୍ତି ଉତ୍ତର କୋରିଆର ସହିତ ଚୀନ୍ ର ସମ୍ପର୍କ ଗୋଟିଏ ନୂଆ ଯୁଗର ଆରମ୍ଭ ହେବ । କରୋନା ମହାମାରୀ କାରଣରୁ ଚଳିତ ଥର ଦୁଇ ଦେଶର ସମ୍ପର୍କର ବାର୍ଷିକ ଉତ୍ସବ ବୈଠକ ଭର୍ଚୁଆଲ ହୋଇଥିଲା ।
୧୯୬୧ ରେ ଦୁଇ ଦେଶ ମଧ୍ୟରେ ସନ୍ଧି କୁ ନେଇ ହସ୍ତାକ୍ଷର ହୋଇଥିଲା , ଚୀନ୍ ଉତ୍ତର କୋରିଆର ଏକମାତ୍ର ସହଯୋଗୀ ଦେଶ ହୋଇ ଆସୁଛି । କିମ୍ ଜୋଙ୍ଗ ଙ୍କ ପରମାଣୁ ହତିଆର ଓ ବାଲି ଷ୍ଟିକ୍ ମିଶାଇଲ ପୋଗ୍ରାମ୍ ଲଗା ଯାଇଥିବା ଅନ୍ତ ରାଷ୍ଟ୍ରୀୟ ପ୍ରତିବନ୍ଧକ ଦ୍ଵାରା ଉତ୍ତର କୋରିଆ କୁ ଚୀନ୍ ଉପରେ ଅଧିକ ନିର୍ଭର ଶିଳ କରି ଦେଇଥିଲା । ବର୍ତ୍ତମାନ୍ ଉତ୍ତର କୋରିଆରେ ଆମଦାନୀ ହେଉଥିବା ୯୦ ପ୍ରତିଶତ ଜିନିଷ ଚୀନ୍ ରୁ ଆମଦାନୀ ହେଉଛି । ବାକି ୧୦ ପ୍ରତିଶତ ବିଶ୍ଵର ଅନ୍ୟ ଦେଶରୁ ଆମଦାନୀ ହେଉଛି ।
ଏହି ଅବସରରେ କିମ୍ ଯୋଂଗ କହିଛନ୍ତି ନିକଟରେ ବିଶ୍ଵର ଅଦ୍ଭୁତ ପୂର୍ବ ଆନ୍ତର୍ଜାତୀୟ ଜଟିଳ ସ୍ଥିତି ସତ୍ତ୍ୱେ ଉତ୍ତର କୋରିଆ ଓ ଚୀନ୍ ମଧ୍ୟରେ କୋମରେଡଲି ବିଶ୍ବାସ ଓ ସୈନ୍ୟ ସମ୍ବନ୍ଧ ପ୍ରତିଦିନ ମଜବୁତ୍ ହେବାକୁ ଲାଗିଛି । କିମ୍ ଆହୁରି ମଧ୍ୟ କହିଛନ୍ତି ଜିଙ୍ଗପୀଙ୍ଗ ଙ୍କ ସହଯୋଗ କ୍ରମେ ଏହା ଏସିଆରେ ସମାଜବାଦ ଓ ଶାନ୍ତି ରକ୍ଷା କରୁଛି।
ଶୀ ଜିଙ୍ଗ ପୀଙ୍ଗ କହିଛନ୍ତି ଯେ କିମ୍ ଯୋଙ୍ଗା ଙ୍କ ସହିତ ଚୀନ୍ ର ଗୋଟିଏ ଘନିଷ୍ଠ ସମ୍ପର୍କ । ଏହି ସମ୍ପର୍କ ଆହୁରି ମଜବୁତ୍ ହେବ । ଉତ୍ତର କୋରିଆ ଓ ଚୀନ୍ ନିଜ ଦେଶର ଜନ ସାଧାରଣ ଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି । କରୋନା ମହାମାରୀ କାରଣରୁ କିମ୍ ଜୋଙ୍ଗ ଚୀନ୍ ଓ ଉତ୍ତର କୋରିଆର ସୀମାକୁ ବନ୍ଦ୍ କରି ଗତ ୧ବର୍ଷ ହେଲାଣି ରଖିଛନ୍ତି ।
Comments are closed.