ନୂଆଦିଲ୍ଲୀ : ଉତ୍ତର କୋରିଆର ଶାସକ କିମ ଜୋଂଗ ଉନଙ୍କୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି l ଏହା ପୂର୍ବରୁ କେତେ ମାସ ପର୍ଯ୍ୟନ୍ତ କିମ ଜୋଂଗ ଉନ ନିରୁଦ୍ଧିଷ୍ଟ ରହିବାର ଖବର ଆସିଥିଲା l ତାପରେ ଦାବି କରାଯାଇଥିଲା ଯେ କିମ ସୁସ୍ଥ ଅଛନ୍ତି ଓ ତାଙ୍କୁ କିଛି କାର୍ଯ୍ୟକ୍ରମରେ ଭାଗ ନେଇଥିବାର ଦେଖା ଯାଇଥିଲା l ବର୍ତ୍ତମାନ ଏହି ଫୋଟୋ ଗୁଡିକୁ ନେଇ ନୂଆ ଦାବି ହେଉଛି l ଉତ୍ତର କୋରିଆରେ ଗଣମାଧ୍ୟମକୁ କୌଣସି ସ୍ୱାଧୀନତା ଦିଆଯାଇନାହିଁ l ଆନ୍ତଜାତୀୟ ପତ୍ରକାରଙ୍କୁ ମଧ୍ୟ ଉତ୍ତର କୋରିଆରେ ସହଜରେ ପ୍ରବେଶ ମିଳିନଥାଏ l
ଏହି କାରଣରୁ ଉତ୍ତରକୋରିଆ ବିଷୟରେ ଅଧିକାଂଶ ଖବର ଓ ଫୋଟୋ ସେଠାକାର ସରକାରୀ ଏଜେନ୍ସି ଜାରି କରିଥାଏ l ତେଣୁ ବର୍ତ୍ତମାନ ଏହି ପୁରୁଣା ଫୋଟୋକୁ ନେଇ ଅନେକ ପ୍ରଶ୍ନ ଉଠୁଛି l ଦକ୍ଷିଣ କୋରିଆର ପୂର୍ବ ରାଷ୍ଟ୍ରପତି କିମ ଡେ ଜଂଗଙ୍କ ପୂର୍ବ ସହଯୋଗୀ ଚାଙ୍ଗ ଦାଵା କରିଛନ୍ତି ଯେ ଗତ କିଛି ମାସ ଧରି ଉତ୍ତର କୋରିଆର ଗଣମାଧ୍ୟମ କିମ ଜୋଂଗଙ୍କର ଯେଉଁ ଫୋଟୋ ଦେଖାଉଛି ତାହା ମିଥ୍ୟା ଅଟେ l ମତେ ଲାଗୁଛି କିମ ଜୋଂଗ କୋମାରେ ଅଛନ୍ତି ,କିନ୍ତୁ ତାଙ୍କର ମୃତ୍ୟୁ ହୋଇନାହିଁ l
ଉତ୍ତର କୋରିଆ ସହିତ ଯୋଡି ହୋଇଥିବା କିଛି ଏକ୍ସପଟ ତାଙ୍କର ମୃତ୍ୟୁ ହୋଇଥିବାକୁ ସତ୍ୟ ବୋଲି ଦାବି କରିଛନ୍ତି l ଉତ୍ତର କୋରିଆର ମାମଲାକୁ ନେଇ ଏକ୍ସପଟ ଚାଙ୍ଗ କହିଛନ୍ତି ଯେ କିମ ଜୋଂଗଙ୍କ ୩୩ ବର୍ଷୀୟ ଭଉଣୀ କିମ ଯୋ ଭବିଷ୍ୟତରେ ଉତ୍ତର କୋରିଆର ନେତୃତ୍ୱ ନେଇ ପାରନ୍ତି l କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିମ ଯୋଙ୍କୁ ଅତିରିକ୍ତ ପାୱାର ମଧ୍ୟ ପୂର୍ବରୁ ଦିଆଯାଇଛି l ଚଳିତ ବର୍ଷ କିମ ଜୋଂଗ ବହୁତ କମ ସର୍ବଜନିତ କାର୍ଯ୍ୟ କ୍ରମରେ ଉପସ୍ଥିତ ରହିଥିଲେ l ୩୬ ବର୍ଷୀୟ କିମ ଜୋଂଗଙ୍କର କାର୍ଯ୍ୟକ୍ରମରୁ ଦୁରେଇ ରହିବାକୁ ନେଇ ପ୍ରଥମଥର ଏପ୍ରିଲ ମାସରେ ବିଭିନ୍ନ ପ୍ରକାର ଦାବି କରାଯାଇଥିଲା l ଦକ୍ଷିଣ କୋରିଆର ସରକାରୀ ଏଜେନ୍ସି ମଇ ମାସରେ କିମ ଜୋଂଗଙ୍କର ଗୋଟିଏ ଫୋଟୋ ଜାରିକରି କହିଥିଲା ଯେ ଗୋଟିଏ ଫ୍ୟାକ୍ଟ୍ରିର ଉଦ୍ଘାଟନ ସାମିଲ ହୋଇଥିଲେ l
