KIIT ବିବାଦ ବର୍ତମାନ କେବଳ ଓଡିଶା ମଧ୍ୟରେ ସୀମିତ ହୋଇ ରହିନାହିଁ, ଏହା ଓଡିଶା ବାହାର ରାଜ୍ୟ ସହିତ ଗୋଟିଏ ଅନ୍ତର୍ଜାତୀୟ ସ୍ତରର ବିବାଦ ଭାବରେ ଦେଖା ଦେଇଛି, ଭାରତ ଭଳି ବିଶାଳ ଦେଶ ରେ ଯେଉଁଠି ବିଦେଶୀ ମାନେ ଦେବତା ସଦୃଶ ବୋଲି କୁହାଯାଇ ଥାଏ, ଏବଂ ଓଡିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏଭଳି ଘଟଣା ଘଟିବା କେତେଦୂର ଠିକ ତାହା ବର୍ତମାନ ଚିନ୍ତାର କାରଣ l ବର୍ତମାନ କିଟ କ୍ୟାମ୍ପସ ଘଟଣା କୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଅନ୍ତର୍ଜାତୀୟ ରାଜନୀତି ମଧ୍ୟ ଗୋଟିଏ ବିବାଦ ଭାବରେ ଦେଖା ଦେଇଛି l
ଯେଉଁଠି ଆମେ ନିଜକୁ ଗୋଟିଏ ଶାନ୍ତି ପ୍ରିୟ ଦେଶର ନାଗରିକ ଭାବରେ ଉପସ୍ଥାପନ କରୁଚୁ ସେଠାରେ ଏହିଭଳି ଗୋଟିଏ ପ୍ରସିଧ ଶିକ୍ଷାନୁଷ୍ଠାନ ପାଶବିକ ଅତ୍ୟାଚାର ଓ ଅମାନୁଷିକ କାଣ୍ଡ କେତେଦୂର ଠିକ ? ଭାରତ ର ଛାତ୍ରଛାତ୍ରୀ ଯଦି ବିଦେଶ ରେ ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ଅନ୍ତର୍ଜାତୀୟ ସ୍ତରରେ ବିବାଦ ଦେଖା ଦେଉଛି, ବର୍ତମାନ ଭାରତର ସେହି ସ୍ଥିତି , କେବଳ କିଟ ରେ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ନଥାଆନ୍ତି , ଭାରତର ବିଭିନ୍ନ IIT , NIT ,JNU ,DU , ଉତ୍କଳ ୟୁନିଭର୍ସିଟି ରେ ମଧ୍ୟ ଅନେକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ଆସୁଛନ୍ତି , କିନ୍ତୁ ବର୍ତମାନ ଯେଉଁ ଘଟଣାଟି KIIT ରେ ଘଟିଗଲା ତାହା ବିଦେଶୀ ଛାତ୍ରଛାତ୍ରୀ ଙ୍କ ଉପରେ କି ପ୍ରଭାବ ପକାଇବ ? ସେମାନେ ନିଜକୁ ସୁରକ୍ଷିତ ଭାବୁଥିବେ ତ ?
ଗୋଟିଏ ବିଶ୍ୱବିଦ୍ୟାଳୟ ର ଫାଉଣ୍ଡର ନିଜକୁ ବିଶ୍ୱରେ ଜଣେ ସଭ୍ୟ, ଶିକ୍ଷିତ ଓ ନିସ୍ଵାର୍ଥପର ସମାଜସେବୀ ଭାବରେ ଉପସ୍ଥାପନ କରୁଥିବା ବ୍ୟକ୍ତି କିଭଳି ଏଭଳି ପଦକ୍ଷେପ ନେଇପାରେ ? ଯେଉଁ ପଦକ୍ଷେପ କି ପାସବିକତା ର ସମସ୍ତ ସୀମା ଲଙ୍ଘି ଯାଇଛି , ଛାତ୍ରଛାତ୍ରୀ ଙ୍କୁ ଗୁଣ୍ଡl ଲଗାଇ ପିଟିବା କଣ ସଭ୍ୟ ଓ ଶିକ୍ଷିତ ବ୍ୟକ୍ତିର ପରିଚୟ ?