୪୦ ବର୍ଷ ପରେ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ, ଏହି ସମୟରେ ଲୋକେ ରୋଗ ପ୍ରତି ସଚେତନ ରହିବl ଜରୁରୀ ହୋଇଥାଏ, ବିଶେଷଜ୍ଞ ଙ୍କ ଅନୁସାରେ ୪୦ ବର୍ଷ ହେବା ପୂର୍ବରୁ କିଡ୍ନୀ ପ୍ରତି ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିବା ଜରୁରୀ, କାହିଁକିନା ଏହି ସମୟ ରେ କିଡ୍ନୀ କ୍ୟାନ୍ସର ରେ ଅଧିକ ପୀଡିତ ହେବାର ସମ୍ଭାବନା ରହିଥାଏ l
କିଡ୍ନୀ କ୍ୟାନ୍ସର କଣ ?-
କିଡ୍ନୀ କ୍ୟାନ୍ସର କୁ ରୀନାଲ ସେଲ କାର୍ସିନାମ କୁହାଯାଇଥାଏ, ଏବଂ ୪୦ ବର୍ଷ ବୟସ ବେଳକୁ ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ କିଡ୍ନୀ ର କୋଷିକା ଗୁଡିକ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ହୋଇଥାଏ, ଏବଂ ଏହା ଟିୟୁମର ର ରୂପ ନେଇଥାଏ, ଏହାର ପ୍ରାରମ୍ଭିକ ପର୍ଯ୍ୟାୟ ରେ କୌଣସି ସଂକେତ ଦେଖିବାକୁ ମିଳି ନଥାଏ l କିନ୍ତୁ ଧୀରେ ଧୀରେ ଏହା ଭୟାବହ ହୋଇଥାଏ l
କିଡ୍ନୀ କ୍ୟାନ୍ସର ର ଲକ୍ଷଣ –
– ପରିସ୍ରାର ରଙ୍ଗ ଗୋଲାପୀ ହୋଇଥାଏ l
– ପିଠି ର ତଳ ପାର୍ଶ୍ୱରେ ଯନ୍ତ୍ରଣା ହୋଇଥାଏ l
– ଅଚାନକ ଭାବରେ ଓଜନ ହ୍ରାସ ହେବା l
– ଗୋଡ଼ ଫୁଲିବା
– ବିବାରମ୍ବାର ପରିସ୍ରା ଲାଗିବା
– ବିନା କାରଣରେ ଜ୍ୱର ଲାଗି ରହିବା
କାରଣ –
ଏହା ବିଶେଷ ଭାବରେ ଜେନେଟିକ କାରଣରୁ ହୋଇଥାଏ, ନଚେତ ମୋଟାପା, ଖରାପ ଜୀବନଶୈଳୀ, ଧୁମ୍ରପାନ ଓ ମଦ୍ୟପାନ, ହାଇ ବ୍ଲଡ଼ ପ୍ରେସର ଏବଂ ଡି -ହାଇଡ୍ରେସନ କାରଣରୁ l
କିପରି ରହିବେ ସୁରକ୍ଷିତ –
– ଓଜନ ସନ୍ତୁଳନ ରଖନ୍ତୁ
– ନିୟମିତ ବ୍ୟାୟାମ ଓ ଯୋଗାସନ
– ନିଶା ଦ୍ରବ୍ୟ ଠାରୁ ଦୁରେଇ ରୁହନ୍ତୁ
– ବାଲାନ୍ସ ଡାଏଟ ନିଅନ୍ତୁ
– ପର୍ଯ୍ୟାପ୍ତ ପାଣି ପିଅନ୍ତୁ
– ବ୍ଲଡ଼ ପ୍ରେସର ନିୟନ୍ତ୍ରିତ କରନ୍ତୁ
– ଏହାଛଡା ୪୦ ବର୍ଷ ପରେ ନିୟମିତ ହେଲଥ ଚେକ-ଅପ କରନ୍ତୁ l