Odisha news

ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁଙ୍କ ସହ ଅଭିନୟ କରିବେ ଅଭିନେତ୍ରୀ କିଆରା ଆଡଭାନୀ

0

ଅଭିନେତ୍ରୀ କିଆରା ଆଡଭାନୀ ନିଜ ଅଭିନୟ ଯୋଗୁ ଫ୍ୟାନ୍‌ଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ସେ ସୋସାଲ ମିଡିଆରେ ବି ସବୁବେଳେ ଟପ୍‌ ନୁ୍ୟଜ୍‌ରେ ରୁହନ୍ତି । ଚଳିତ ବର୍ଷ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍‌’, ‘ଇନ୍ଦୁ କି ଜୱାନି’ ଓ ‘ଶେରଶାହ’ ରିଲିଜ୍‌ ଅପେକ୍ଷାରେ । ‘ଭୁଲ ଭୁଲେୟା’ର ଅଳ୍ପ ସୁଟିଂ ବି ବାକି ଅଛି । ଇତିମଧ୍ୟରେ କିଆରା ଆଉ ଏକ ତେଲୁଗୁ ଫିଲ୍ମ ‘ସରକାରୁ ଭାରି ପାଟା’ ସାଇନ୍‌ କରିଛନ୍ତି । ଏଥିରେ ସେ ସାଉଥ୍‌ ସୁପରଷ୍ଟାର୍‌ ମହେଶ ବାବୁଙ୍କ ସହ ଅଭିନୟ କରିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ପର୍ଶୁରାମ । ଏହାର କାହାଣୀ ଏକ ବଡ଼ ବ୍ୟାଙ୍କ ଘୋଟାଲା ଉପରେ ଆଧାରିତ । ସିନେମାରେ କିଆରାଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

Leave A Reply