Odisha news

ପରିଚୟ ଖୋଜୁଛି ଶହୀଦ ପାଇକଙ୍କ ତ୍ୟାଗ ଓ ବଳିଦାନ ର ଖୋର୍ଦ୍ଧାଗଡ଼

0

ଖୋର୍ଦ୍ଧା: ପାଇକ ବିପ୍ଳବର ଏନ୍ତୁଡ଼ିଶାଳ ହେଉଛି ଖୋର୍ଦ୍ଧା ।ଏଠାରେ ଖୋର୍ଦ୍ଧା ତହସିଲର ଗଡ଼ଖୋର୍ଦ୍ଧା ମୈାଜାର ୫୮୨/୫୮୩ ପ୍ଳଟରେ ୨୦.୭୨ ଆୟତନ ବିଶ୍ିଷ୍ଟ ଏହି ଗଡ଼ ଭଗ୍ନଅବସ୍ଥା ଆଜି ମଧ୍ୟ ତାର ଐତିହ୍ୟ ବଜାୟ ରଖିଛି । ଐତିହାସିକ ମତରେ ଏକଦା ଓଡ଼ିଶା ପ୍ରଦେଶ ଉତରରେ ଗଙ୍ଗାନଦୀ ଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ଯାଏଁ ବିସ୍ତାର କରିଥିଲା । ୧୫୬୮ ମସିହାରେ ଘରୋଇ ଚକ୍ରାନ୍ତରେ ଗଜପତି ମୁକୁନ୍ଦଦେବ ନିହତ ହୋଇଥିଲେ ।ତେଣୁ ରାଜ୍ୟରେ ଦେଖାଯାଇଥିଲା ଅରାଜକତା ।ତାଙ୍କର ଦୁଇ ପୁଅ କ୍ଷମତା ଦଖଲ ଅସମ୍ବବ ହେବାରୁ ବଙ୍ଗଶାସକ ସୁଲେମାନଙ୍କ ଦୁର୍ଦ୍ଦଶ ସେନାପତି କଳାପାହଡ଼ ଉକôଳରେ ଦଳ ବଳ ସହିତ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲା । ଏଥିରେ ମଠ, ମନ୍ଦିର ଧ୍ୱଂସ ପାଇଥିବାବେଳେ ହୁନ୍ଦୁରାଷ୍ଟ୍ର କୁ କିଏ ରକ୍ଷା କରିବ ତାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଥିଲା ।ଉକ୍ତ ସମୟରେ କଟକକୁ ମୁସଲମାନ ସୁବେଦାର ଅକ୍ତିଆର କରିସାରିଥିଲେ । ଉକôଳ ପ୍ରଦେଶ ଓ ଜଗନ୍ନାଥ ସଂସ୍କୃତି ରକ୍ଷା ନିମନ୍ତେ କୋକଲଗଡ଼ ଦଳବେହେରା ବାଘୁ ପାତ୍ର, କୁରୁମ୍ ମଳିପଡ଼ାର ସରଣୀପାତ୍ର ଏବଂ ଘୋରଡ଼ିଆ ଗଡ଼ର ଝାଡ଼ୁ ପରିଡ଼ା ଦକ୍ଷିଣ ଦିଗସ୍ତ ବିଶାଖାପାଟଣା ନିକଟ ତୋଟମା ଗଡ଼ରେ ଆତ୍ମଗୋପନ କରିଥିଲେ ।ଓଡ଼ିଶାର ପୂର୍ବତନ ସେନାପତି ଜର୍ନାଦନ ବିଦ୍ୟାଧର ପୁତ୍ର ରମେଇ ରାଉତରାୟଙ୍କୁ ଆଣି ବରୁଣେଇ ପାଦଦେଶରେ ଥିବା ଏକ ଦୁର୍ଗ ସ୍ଥାପନ କରିଥିଲେ । ରମେଇ ରାଉତରାୟ ବିନା ରକ୍ତପାତରେ ପୁରୀ-କଟକ ମଧ୍ୟବର୍ତି ବରୁଣେଇ ପାଦଦେଶରେ ଜଗନ୍ନାଥପୁର କଟକ ନାମରେ ୧୫୬୮ ପରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ । ରମେଇ ରାଉତରାୟ ଗଜପତି ରାମଚନ୍ଦ୍ର ଦେବ ରୂପେ ଖୋର୍ଦ୍ଧାର ପ୍ରଥମ ଶାସନ ଭାର ନେଇ ରାଜ୍ୟ ଶାସନ କଲେ ।ଗଡ଼ର ଲମ୍ବା ୪ହଜାର ଫୁଟ ଓ ଓସାର ୩ ହଜାର ଫୁଟ ରହିଛି ।ଚତୁଃପାର୍ଶରେ ପାଚେରି ରହିଛି । ଦୁର୍ଗର ଚାରିପଟେ ୭୫ ଫୁଟର ଚଉଡ଼ାର ଏକ ଗଡ଼ଖାଇ ଥିଲା ।ଉଭୟ ପାଶ୍ୱର୍ରେ ଜଗୁଆଳି ରହିବା ବ୍ୟବସ୍ଥା ଥିବା ସହିତ ସ୍ୱତନ୍ତ୍ର ସେନା ଗଡ଼ର ରକ୍ଷା ଦାୟିତ୍ୱରେ ନ୍ୟସ୍ତ ହୋଇଥିଲେ ।ଏହା ମଧ୍ୟରେ ଆଜି ମଧ୍ୟ ଅବହେଳିତ ହୋଇ ଏକ ପୁଷ୍କରଣୀ ରହିଛି ।ଯାହା ରାଣୀ ପୋଖରୀ ନାମରେ ପରିଚିତ ।ଏହା ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲ ।ଯାହା ଇଷ୍ଟଦେବୀ ବୋଲି କୁହାଯାଏ ।

କିନ୍ତୁ ଲକ୍ଷେ ରାଜାର ମଉଣମଣୀ ସେ ଖୋର୍ଦ୍ଧା ରାଇଜର ରାଜା, ବରୁଣେଇ ତଳେ ତେଳାଇ ନଅର ସୁଖେ ପାଳୁଥିଲେ ପ୍ରଜା ବୋଲି ଗର୍ବ କରୁଥିବା ରାଜାଙ୍କ ଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।ଏହାର ନିଜର ପରିଚୟ ହଜାଇ ବସିଥିବାବେଳେ ଗଡ଼ର ରକ୍ଷଣାବେକ୍ଷକ ପତ୍ନତତ୍ୱ ବିଭାଗ ଉପରେ ନ୍ୟସ୍ତ କରାଯାଇଛି ।କିନ୍ତୁ ଐତିହ,ସଂସ୍କୃତି ଏ ଗଡ଼ ଏବେ ପରିଚୟ ହରାଇଥିବାବେଳେ ଏ ଦିଗରେ କାହାରି ଆନ୍ତରିକତା ଦେଖାଯାଉନଥିବା ଅନୁମାନ କରାଯାଉଛି ।ଗଡ଼ର ଚତୁଃପାର୍ଶ ଜଙ୍ଗଲରେ ପରିଣତ ହୋଇଥିବାବେଳେ ଭିତରେ ଖୋଳା ମଳତ୍ୟାଗ ଅଂଚଳରେ ପରିଣତ ହୋଇଛି । ତେବେ ପାଇକଙ୍କ ସ୍ମୃତି କୁ ଭବିଷ୍ୟତ ବଂଶଧରମାନେ ମନେରଖିବା ପାଇର୍ ଗତ ଡିସେମ୍ବର ୮ ତାରିଖରେ ବରୁଣେଇ ପାହାଡ ପାଦ ଦେଶରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପାଇକ ବିଦ୍ରୋହ ସ୍ମାରକୀ ର ଶିଳାନ୍ୟାସ ହୋଇଥିଲା । ମାତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକଙ୍କ ପରିଚୟ କୁହାଯାଉଥିବା ଖୋର୍ଦ୍ଧା ଗଡକୁ ଯେପରି ଭୁଲିଯାଇଛନ୍ତି ତାହା ସହରରେ ବେଶ ଚର୍ଚ୍ଚା ହେଉଛି । ତେବେ ପରିଚୟ ହଜାଇ ବସିଥିବା ଗଡ଼ କେବେ ତାର ପରିଚୟ ପାଇବ ତାକୁ କେବଳ ଦେଖିବାକୁ ବାକି ରହିଛି ।

ସୂଚନାଯୋଗ୍ୟ, ଐତିହାସକଙ୍କ ମତରେ ୧୮୫୭ ମସିହାରେ ଏ ମାଟିରେ ଏକ ମହାସଂଗ୍ରାମ ଇଂରେଜ ସରକାର ବିରୋଧରେ ହୋଇଥିଲା ।ଯାହାକୁ ସିପାହୀ ବିଦ୍ରୋହ କୁହାଯାଏ ।ନାବାଳକ ରାଜା ଦ୍ୱିତୀୟ ମୁକୁନ୍ଦଦେବ ରାଜା ଥିବା ସମୟରେ ଇଂରେଜମାନେ ରାଜସିଂହାସନ ଉପରକୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ ମାତ୍ର ଜୟୀରାଜଗୁରୁ ଙ୍କ ଯୋଗଁ ସକ୍ଷମ ହୋଇପାରିନଥିଲା ।୧୮୦୩ରେ କର୍ଣ୍ଣେଲ ହାରକର୍ଟ ଗଞ୍ଜାମ ସେନାପତି ହୋଇ ଆସିବା ପରେ ଓଡ଼ିଶା ଆକ୍ରମଣ କରିଥିବା ବେଳେ ୧୮୦୪ ମସିହା ଡ଼ିସେମ୍ବର ମାସ ୫ ତାରିଖରେ ରାଜା ମୁକୁନ୍ଦଦେବଙ୍କୁ ବିଦ୍ରୋହୀ ଘୋଷଣା କରିଥିଲେ ।ଏହା ପରେ ଇଂରେଜମାନେ ମୁକୁନ୍ଦ ପ୍ରସାଦ ଠାରେ ସାତ ହଜାର ସେନା ଛାଉଣୀ କରିଥିଲେ ।ମାତ୍ର ଉକ୍ତ ସମୟରେ ଜୟୀରାଜଗୁରୁଙ୍କ ପାଇକ ସେନା ଆଗରୁ ପ୍ରସ୍ତୁତ ନ ଥିବାରୁ ଇଂରେଜଙ୍କ ଅତର୍କିତ ଆକ୍ରମଣର ପ୍ରତିରୋଧ କରିପାରିନଥିଲେ । ଯାହାଫଳରେ ଇଂରେଜମାନଙ୍କ ତୋପମାଡ଼ରେ ଦୁର୍ଗ ଧ୍ୱଂସ ହୋଇଯାଇଥିଲ ।ଏହା ସତ୍ୱେ ପାଇକମାନେ ଦୀର୍ଘ ସାତଦିନ ଅନାହାରରେ ରହି ପ୍ରାଣମୂଚ୍ଛା ହୋଇ ସଂଗ୍ରାମ କରିଥିଲେ ।କେବଳ ଜୟୀରାଜଗୁର ନୁହଁନ୍ତି ବରଂ ନିର୍ଭିକତା ସହିତ ଦେଶଌାଇଁ ବିପ୍ଳବୀ ବକ୍ସ ଜଗବନ୍ଧୁ, ତାପଙ୍ଗ ଦଳବେହେରା, ବାଣପୁର ର କୃତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ପ୍ରମୁଖ ଅଗଣିତ ପାଇକଙ୍କ ତ୍ୟାଗ, ବଳିଦାନ ଆଜି ମଧ୍ୟ ଇତିହାସରେ ଲିପିବଦ୍ଧ ହୋଇରହିଛି । ଦେଶରେ ସ୍ୱାଧିନତା ଆନେ୍ଦାଳନରେ ଶହୀଦ ହୋଇଥିବା ବୀର ପାଇକଙ୍କ ତ୍ୟାଗ ଓ ବଳିଦାନ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥିବାବେଳେ ମା’ ବରୁଣେଇ କରୁଣେଇଙ୍କର ପାଇକ ଆନେ୍ଦାଳନ ସହିତ ନିବିଡ଼ି ସମ୍ପର୍କ ରହିଛି । ମା’ ବରୁଣେଇ ଓ କରୁଣେଇ ପାଇକଙ୍କୁ ଯୁଦ୍ଧରେ ସହଯୋଗ କରୁଥିଲେ ।ମା’ ନିକଟରେ ପୂଜା ଅର୍ଚ୍ଚନା ପରେ ପାଇକସେନା ଇଂରେଜ ବିରୋଧରେ ଯେଉଁ ସଂଗ୍ରାମ କରିଥିଲେ ସେଥିରେ ରକ୍ତ ରଞ୍ଜିତ ହୋଇଥିଲା ଏ ବୀର ଐତିହମାଟି ।ତେବେ ଗୋରାସେନା ଏକ କୃର୍ଷ୍ଣ ବୃକ୍ଷଭଙ୍କୁ ବଳିଦେବାପରେ ମା’ ବରୁଣେଇଙ୍କର କାୟା ନଷ୍ଟ ଯଦିଓ ହୋଇଥିଲା ଏବଂ ସେ ପାଇକମାନଙ୍କୁ ଯୁଦ୍ଧରେ ସହଯୋଗ କରିନଥିଲେ ତଥାପି ଆଜି ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ର ମୁଖଶାଖୀ ଭାବେ ବରୁଣେଇ ପାହାଡ଼ ଦଣ୍ଡାୟମାନ ହୋଇଠିଆ ହୋଇଛି ।ଆଜି ମଧ୍ୟ ମା’ ବରୁଣେଇ ଓ କରୁଣେଇ ପାହାଡ଼ର ନାଭିଦେଶରେ ପୂଜା ପାଇଥିବାବେଳେ ଭାରତ ସ୍ୱାଧିନତା ଆନେ୍ଦାଳନର ଇତିହାସ ଏବଂ ଶହୀଦ ପାଇକଙ୍କ ତ୍ୟାଗ,ବଳିଦାନ ବିଶ୍ୱଦରବାରରେ ପରିଚିତ କରିବାକୁ କେନ୍ଦ୍ର ସରକାର ପ୍ରାୟାସ ଆରମ୍ଭ କରିଥିବା ଜଣାଯାଇଛି । ମାତ୍ର ଖୋର୍ଦ୍ଧା ଗଡ଼ପ୍ରତି କାହାର ଟିକେ ନିଘା ନାହିଁ । ଯାହା ଐତିହାସିକମାନଙ୍କ ମନ ମଧ୍ୟରେ ବିଶାଦ ଭରି ଦେଇଛି ।

Leave A Reply