ଖୋର୍ଦ୍ଧା (ସ.ବୁ୍ୟ): ପ୍ରକୃତି ର ତାଣ୍ଡବ କେତେ ବେଳେ ଆସିବ ତାହା କହିବା ମୁସକିଲ ।କାହା ମୁଣ୍ଡରେ କେତେ ବେଳେ ବଜ୍ରପାତ ପରି ଚଡ଼କ ପଡ଼ିବ ତାକୁ ମଧ୍ୟ ଜାଣିବା କଷ୍ଟକର । ପ୍ରତିଶେଧକ ପାଇଁ କେବଳ ସଚେତନତାକୁ ବାଦ୍ ଦେଲେ ଆଉ କିଛି ଉପାୟ ମଧ୍ୟ ବୈଜ୍ଞାନିକମାନେ ଖୋଜି ପାଇନଥିବା କୁହାଯାଉଛି । କିନ୍ତୁ ସଚେତନତା ଅଭାବରୁ ୨୧ବର୍ଷ ମଧ୍ୟରେ ବଜ୍ରପାତ ରେ ୨୪୩ଟି ମୁଣ୍ଡ ଗଡ଼ିଲାଣି । କିଏ ପରିବାର ମୁଖିଆଙ୍କୁ ହରାଇ ବେ-ସାହାରା ହୋଇପଡ଼ିଛି ତ’ ଆଉ କିଛି ପରିବାର ର ଦୁଃଖ ନ କହିଲେ ଭଲ । ସ୍ୱାମୀଙ୍କୁ ହରାଇ ପନôୀ ବାହୁନି ବାହୁନି ଖୋଜୁଥିବାବେଳେ ବିଧବା ପନôୀ ଉପରେ ପରିବାର ବୋଝ । ପିଲାଙ୍କୁ ହରାଇ ବାପା ଓ ମା’ ଦୁଃଖରେ ଭାଙ୍ଗି ପଡିଥିବାବେଳେ କିଛି ପିଲା ଖେଳକୁଦ ବୟସରେ ବାପା,ମା’ଛେଉଣ୍ଡ ହୋଇଯାଇଛନ୍ତି । ବଜ୍ରପାତ ମା’ କୋଳରୁ ଛୁଆକୁ ସବୁଦିନ ପାଇଁ ଛଡ଼ାଇନେଇଥିବାବେଳେ ବାପା,ମା’ଙ୍କ ହରାଇ ବହୁ ଶିଶୁ ଏବେ ଅସହାୟ ପ୍ରକାଶ କରୁଛନ୍ତି ।ଏମାନଙ୍କ ପାଇଁ ଆକାଶରେ କଳାବାଦଲ ଘୋଟାଇଲେ ସତ୍ୱେ ଯେମିତି ଯାହାର ପୁଅକୁ ସାପ କାମୁଡ଼େ ତା’ ମା’ ପାଳ ଦଉଡ଼ିକୁ ଦେଖିଲେ ଭୟ ସଦୃଶ୍ୟ ହୋଇଛି ।ଆଉ ଏବେ ବର୍ଷା ଆସିଲେ ତାଙ୍କ ପରିବାର ମଧ୍ୟରେ ଏକ ପ୍ରକାର ଭୟର ବାତା ବରଣ ସୃଷ୍ଟି ହେଉଛି । ବଜ୍ରପାତରୁ ରକ୍ଷା ପାଇବାକୁ ସଚେତନତା ଏକ ମାତ୍ର ମାଧ୍ୟମ ପାଲଟିଥିବା ବେଳେ ପ୍ରଶାସନିକ ଆନ୍ତରିକତା ଅଭାବରୁ ଗତ ୨୦୦୦ ଠାରୁ ୨୦୨୦ମସିହା ବର୍ତମାନ ସୁଧା ୨୪୪ ଜୀବନ ବଜ୍ରପାତ ନେଇଥିବା ସରକାରୀ ତଥ୍ୟରୁ ଜଣାଯାଇଛି ।
ଜିଲ୍ଳା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତଥ୍ୟ ମୁତାବକ ୨୦୧୯ ମସିହାରେ ବାଣପୁର ଥାନା ହରିହରପୁର ଗ୍ରାମର ପ୍ରତାପ ଘଢେଇ ଓ ବଡପଦର ଗ୍ରାମର ଭୀମସେନ ନାୟକ, ବେଗୁନିଆ ଥାନା ପିଚୁକୁଳି ର ପ୍ରଫୁଲ୍ଲ ନାୟକ, ଟାଙ୍ଗି ଥାନା ଅନ୍ତର୍ଗତ ଝରିଆ ଗ୍ରାମର ତୁଷାର ପଲେଇ ଓ ଟାଙ୍ଗି ଗ୍ରାମର ଚିତରଞ୍ଜନ ରାଉତ, ଜଟଣୀ ଥାନା ବଡ଼ତୋଟା ଗ୍ରାମର ଭରତ ପାଲଟାସିଂ ଓ ରାଜକିଶୋର ଦଳେଇ, ବାଲିପାଟଣା ଥାନା ଅନ୍ତର୍ଗତ ଶିବରହମାନପୁର ଗ୍ରାମର ଲଳିତା ଭୋଇ, ଜଙ୍କିଆ ଥାନା ଅନ୍ତର୍ଗତ ଲେଖନପୁର ଗ୍ରାମର ଉତମ ବେହେରା ଏବଂ ଖୋର୍ଦ୍ଧା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ପ୍ରହଲ୍ଲାଦ ବେହେରା ପ୍ରମୁଖଙ୍କୁ ମିଶାଇ ଉକ୍ତ ବର୍ଷ ମୋଟ ୧୦ଜଣଙ୍କ ଜୀବନ ବଜ୍ରପାତରେ ଟଳି ପଡିଛି । ତେବେ କାଳବ÷ଶାଖୀ ପ୍ରଭାବରେ ଗତକିଛିଦିନ ଧରି ଜିଲ୍ଲାର ବିଭିନ୍ନ ଅଂଚଳରେ ବର୍ଷା ଓ ବଜ୍ରପାତ ହେଉଛି । ଚଳିତବର୍ଷ ର ପ୍ରଥମ ବଜ୍ରପାତ ଜନିତ ମୃତୁ୍ୟ ଗତ ମାସ ୨ ତାରିଖରେ ବେଗୁନିଆ ବ୍ଲକ୍ ରେ ହୋଇଥିଲା । ଏଥିରେ ଉକ୍ତ ବ୍ଲକ୍ ର ଗୋବିନ୍ଦପୁର ପଂଚାୟତ ଅନ୍ତର୍ଗତ ପରିଛଳ ଗ୍ରାମର ସୁଦର୍ଶନ ମୁଦୁଲି(୬୦)ଙ୍କର ମୃତୁ୍ୟ ହୋଇଥିବାବେଳେ ମଙ୍ଗଳବାର ଅପରାହ୍ନରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବ୍ରଜପାତରେ ଗଞ୍ଜାମ ଜିଲା ବ୍ରହ୍ମପୁର ଗେଟ ବଜାର ଓଆରଟି କଲୋନୀର ରାମକୃଷ୍ଣ ଦାସ(୩୪)ଙ୍କର ମୃତୁ୍ୟ ଘଟିଛି । ତେବେ ରାମକୃଷ୍ଣ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେଠାରୁ ଆଜି ଗାଁ କୁ ଫେରୁଥିବାବେଳେ ଜାତୀୟ ରାଜପଥର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଥିବାବେଳେ ହଠାତ୍ ବ୍ରଜପାତ ହେବାରୁ ସେ ସେଠାରେ ଟଳିପଡିଥିଲେ । ଖବରପାଇ ଖୋର୍ଦ୍ଧା ଟାଉନ ପୋଲିସ ଘଟଣା ସ୍ଥଳରେ ପହଂଚି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ୨୦୦୦ ମସିହାରେ ବଜ୍ରପାତରେ ୧୩ ଜଣଙ୍କ ମୂଲ୍ୟବାନ ଜୀବନ ଟଳିପଡ଼ିଛି । ୨୦୦୧ ମସିହାରେ ଏହାର ସଂଖ୍ୟା ହ୍ରାସ ପାଇ ୦୪ ରେ ସିମୀତ ଥିବାବେଳେ ୨୦୦୨ ରେ ବଜ୍ରପାତ ଜନିତ ମୃତୁ୍ୟ ସଂଖ୍ୟା ସାମାନ୍ୟ ବୃଦ୍ଧି ହୋଇ ୦୬ରେ ପହଁଚିଥିଲା । ଏହିକ୍ରମରେ ୨୦୦୩ ରେ ୧୦ଜଣଙ୍କର ବଜ୍ରପାତ ଯୋଗୁଁ ମୃତୁ୍ୟ ଘଟିଥିବାବେଳେ ୨୦୦୪ ରେ ୧୨ ଓ ୨୦୦୫ ରେ ୧୦ଜଣଙ୍କର ପ୍ରାଣବାୟୁ ବଜ୍ରପାତ ରେ ଉଡ଼ିଯାଇଥିଲା । ୨୦୦୬ ଓ ୨୦୦୭ରେ ୦୬ଜଣ ଲେଖାଏଁଙ୍କ ର ମୃତୁ୍ୟ ହୋଇଥିବାବେଳେ ୨୦୦୮ ମସିହାରେ ୮ଜଣ, ୨୦୦୯ରେ୧୩, ୨୦୧୦ରେ ୧୬, ୨୦୧୧ରେ ୨୧, ୨୦୧୨ରେ ୧୬ ଜଣ ଏବଂ ୨୦୧୩ ରେ ୧୫ ଜଣଙ୍କ ମୂଲ୍ୟବାନ ଜୀବନ ବଜ୍ରପାତରେ ଟଳିପଡ଼ିଛି । ଆହୁରି ମଧ୍ୟ ୨୦୧୪ ମସିହାରେ ୯ ଜଣଙ୍କର ମୃତୁ୍ୟ ବଜ୍ରପାତ ଯୋଗୁଁ ହୋଇଥିବାବେଳେ ୨୦୧୫ରେ ୧୪, ୨୦୧୬ରେ ୨୦, ୨୦୧୭ରେ ୧୮ ଓ ୨୦୧୮ରେ ୧୫ଜଣଙ୍କର ବଜ୍ରପାତରେ ମୃତୁ୍ୟ ଘଟିଛି ।
ତେବେ ବିଗତ ୨୧ବର୍ଷରେ ସମୁଦାୟ ୨୪୪ଜଣଙ୍କ ଜୀବନ ବଜ୍ରପାତ ଯୋଗୁ ଯାଇଥିବାବେଳେ ବହୁ ଆହତ ହୋଇଥିବା ମଧ୍ୟ ଜଣାଯାଇଛି । ସେହିପରି ବହୁ ଗୃହପାଳିତ ଜନ୍ତୁଙ୍କର ମଧ୍ୟ ମୃତୁ୍ୟ ଘଟିଥିବାବେଳେ ଅନେକ ଆହତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ବଜ୍ରପାତରୁ ରକ୍ଷାନିମନ୍ତେ ଏଯାବତ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବଥିବା ପରିବେଶବତ୍ମାନେ ମତପ୍ରକାଶ କରିଛନ୍ତି ।ପ୍ରଶାସନ ତରଫରୁ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି । ମାତ୍ର କେତେ ଦୂର ଠିକଣାଭାବେ ତଳସ୍ତରରେ ଅଧିକାରୀମାନେ ସଚେତନତା ସୃଷ୍ଟି କରୁଛନ୍ତି ତାହା ବଜ୍ରପାତ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏଥିରୁ ସ୍ପଷ୍ଟ ବାରି ହେଉଛି ।ପ୍ରଶାସନ ତରଫରୁ ବଜ୍ରପାତରୁ ଘରକୁ ରକ୍ଷା କରିବାକୁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରାଯାଉଥିବାବେଳେ ଅଧିକାଂଶ ଘର ମାଲିକ ବଜ୍ରପାତ ପ୍ରତିଶୋଧକ କଣ୍ଡକ୍ଟର କ’ଣ ଜାଣିନଥିବା ପ୍ରକାଶ କରିଛନ୍ତି ।
ବଜ୍ରପାତ ସମୟରେ ଖୋଲାସ୍ଥାନରେ ନ ରହିବା ଏବଂ ପକ୍କାଘରେ ଆଶ୍ରୟ ନେବାକୁ କୁହାଯାଇଛି ।ଉକ୍ତ ସମୟରେ ଘର ମଧ୍ୟରେ ଥିବା ଝରକା,କବାଟ ଏବଂ କାନ୍ଥଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।କୈାଣସି କାରଣରୁ ନିରାପଦ ସ୍ଥାନ ନ ମିଳିଲେ ଖାଲୁଆ ସ୍ଥାନରେ ଜାକି ହୋଇ ରହିବା ଉପରେ ଗୁରୁତ୍ୱରୋପ କରାଯାଇଛି ।ବଜ୍ରପାତ ର ଶବ୍ଦ ଶୁଣିବା ମାତ୍ରେ ମୁଣ୍ଡରେ କିମ୍ବା ଶରୀରରେ ଥିବା ବୈଦୁ୍ୟତିକ ଓ ଧାତୁ ଉପକରଣ ଗୁଡ଼ିକ କାଢିନେବା ଏବଂ ଜଳାଶୟରେ ରହିବାକୁ ବାରଣ କରାଯାଇଛି ।ମାଛ ଧରାଳିମାନଙ୍କୁ ଜଳାଶୟରେ ପ୍ରବେଶ ଉପରେ କଟକଣା ସମେତ ବିଦ୍ୟୁତ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ ଓ ମୋବାଇଲ ଫୋନ ବ୍ୟବହାରକୁ ମଧ୍ୟ ବାରଣ କରାଯାଇଛି ।ଗୃହପାଳିତ ସମ୍ପଦଙ୍କ ନିରାପଦ ପାଇଁ ବାହାରକୁ ନ ଛାଡ଼ିବାକୁ ମଧ୍ୟ କୁହାଯାଉଛି । ଅନ୍ୟ ପକ୍ଷରେ ବଜ୍ରପାତରେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଅର୍ଥ ଦେଇ ପ୍ରଶାସନ ନିରବ ସାଜିଥିବାବେଳେ ବଜ୍ରପାତ ଜନିତ ଅଘଟଣା ବେଳକୁ ବେଳ ବଢିବାରେଲାଗିଛି ।ତେଣୁ ଏ ଦିଗରେ ପ୍ରଶାସନ ବ୍ୟାପକ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିବା ପରିବେଶବିତ୍ମାନେ ମତ ପ୍ରକାଶ କରିଛନ୍ତି ।