Odisha news

ଖୋର୍ଦ୍ଧା : ଜିଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

0

ଖୋର୍ଦ୍ଧା : ଲକଡାଉନ ଯୋଗୁ ରକ୍ତଦାନ ଶିବିର ବନ୍ଦ ରହିଛି । ଫଳରେ ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତାଭାବକୁ ଦୂରକରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ରକ୍ତଦାନ ଲାଗି ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାମୁଖ୍ୟ ଚିକିସôାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ଜିଲା ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ମାନେ ରକ୍ତଦାନ କରିଥିଲେ । ଏଥିରେ ୨୧ ୟୁନିଟ ସଂଗ୍ରହ ହୋଇଥିଲା । ଜିଲାପାଳ ଶିତାଂଶୁ କୁମାର ରାଉତ ଏହାକୁ ଉଦ୍ଘାଟନ କରିଥିଲେ । ଜିଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ, ଡିଏସପି ଶତିଷ ପାଢୀ, ସିଡିଏମଓ ବିଶ୍ୱରଞ୍ଜନ ପତି, ଏଡିଏମଓ(ପରିବାର କଲ୍ୟାଣ) ଦ୍ୱାରିକା ନାଥ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ସିଡିଏମଓ ଶ୍ରୀ ପତିଙ୍କ ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଦୈନିକ ୬୦ଥାଲେସେମିଆ ରୋଗୀ ରକ୍ତ ନେଉଥିବା ବେଳେ ଅନ୍ୟ ରୋଗୀଙ୍କ ଲାଗି ରକ୍ତର ଆବଶ୍ୟକତା ରହିଛି । ଲକଡାଉନ ଯୋଗୁ ରକ୍ତଦାନ ଶିବିର ବନ୍ଦ କରାଯାଇଛି । ଅନ୍ୟପଟେ ରକ୍ତଭାବକୁ ଦୂର କରିବା ଲାଗି ଏହି ପ୍ରୟାସ ଆରମ୍ଭ କରାଯାଇଛି ।ଗତ ୧୪ ତାରିଖ ଠାରୁ ଆଜି ସୁଦ୍ଧା ଶହେ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ତେବେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ବିଷ୍ଣୁପ୍ରସାଦ ଡେଙ୍ଗ, ରୁଦ୍ରନାଥ ଦତ, ତୁଷାରକାନ୍ତ ଦତ, ଅମିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଏହିପରି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଆସି ରକ୍ତଦାନ କରୁଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି

Leave A Reply