ବୋଲଗଡ :- ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶେଧକ ସ୍ୱରୁପ ବହୁ ପଦକ୍ଷେପ ନିଆଯାଇଛି । ଏପରିକି ଗୋଷ୍ଠୀ ସଂକ୍ରମଣ ରୋକିବାପାଇଁ ମାର୍ଚ୍ଚ ୨୪ ତାରିଖରୁ ୨୧ ଦିନ ପାଇଁ ଲକ୍ ଡାଉନ୍(ତାଲା ବନ୍ଦ) ଜାରୀ ରହିଛି । ଏହାରସ୍ଥିତି ପରଖିବା ପାଇଁ ଏବଂ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ବ୍ୟକ୍ତିମାନଙ୍କ ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ବୋଲଗଡ ବ୍ଲକର ବିଭିନ୍ନ ପଞ୍ଚାୟତ ଗ୍ରସ୍ଥ କରିଥିଲେ ।
ବୁଧବାର ଦିନ ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା ଜିଲ୍ଲାପାଳ,ଏସପିଙ୍କ ସହିତ ବୋଲଗଡ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କୋଭିଡ-୧୯ ଉପରେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ । ଏହାପରେ ଖଙ୍ଗୁରିଆ ଗ୍ରାମପଞ୍ଚାୟତର ଅରଖପଲ୍ଲୀ ଓ ଇଚ୍ଛାପୁର ଗ୍ରାମମାନଙ୍କ ଠାରେ ଥିବା ମସଚିଦ୍ର ମ÷÷ାଲବୀ ଓ ବରିଷ୍ଠ ନାଗରିକ ତଥା ମୁସଲିମ୍ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଥିଲେ । ଅନ୍ୟ ରାଜ୍ୟରୁ କିମ୍ବା ଅନ୍ୟ ଦେଶରୁ କେହି ଆସି ମଦ୍ରାସା କିମ୍ବା ମସଚିଦରେ ଆଶ୍ରୟ ନେଇଥିବା ସମ୍ପର୍କରେ ପଚାରି ବୁଝିଥିଲେ । ଗୋଷ୍ଠୀଗତ ଭାବେ ସମୁହ ନମାଜ ପାଠ ନକରିବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଦଳାଇସାହି ପଞ୍ଚାୟତର ମାଣିକଗୋଡା ଠାରେ ଥିବା ଦୁଇଟି ମସଚିଦ୍ ମଧ୍ୟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବୋଲଗଡ ତହସିଲଦାର ମୋନାଲିସା ପଣ୍ଡା,ବିଡିଓ ଶୁଭଶ୍ରୀ ତ୍ରିପାଠୀ, ଥାନା ଅଧିକାରୀ ଶେଖ୍ ଆକବର ଅଲ୍ଲୀ, ବିପିଏମ ପ୍ରକାଶ ବଳିୟାରସିଂହ,ନୋଡାଲ ଅଧିକାରୀ ସୈାମ୍ୟରଞ୍ଜନ ରାୟ ପ୍ରମୁଖ ଗ୍ରସ୍ଥରେ ସାମିଲ ଥିଲେ ।
ବୋଲଗଡ ବ୍ଲକରେ ୨୧୫ଗ୍ରାମରେ ରାପିଡ୍ ରେସପନ୍ସ ଟିମ୍ ଗଠିତ
ବୋଲଗଡ,ତା୦୮ା୪(ସ.ବୁ୍ୟ)-ଖୋର୍ଦ୍ଧା ଜିଲ୍ଲାରେ ଅନେକ ଅଞ୍ଚଳରେ ରାଜ୍ୟ ବାହାରୁ ଏବଂ ଦେଶ ବାହାରୁ ଲୋକମାନେ ନିଜ ନିଜ ଘରକୁ ଫେରିଛନ୍ତି । କରୋନା ସଂକ୍ରମିତ ଭୟରେ ସେମାନେ ସନ୍ଧିଗ୍ଧ ଭାବେ ଚିହ୍ନଟ ନହେବା ପାଇଁ ଘରମାନଙ୍କରେ ଲୁଚିବାଫଳରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଚିହ୍ନଟ କରି ଠାବ କରିବାପାଇଁ ପ୍ରତି ରାଜସ୍ୱ ଗ୍ରାମରେ ରାପିଡ୍ ରେସପନ୍ସ ଟିମ୍ ଗଠନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ପରୀପ୍ରେକ୍ଷୀରେ ବୋଲଗଡ ବ୍ଲକରେ ୨୧୫ଟି ଗ୍ରାମରେ ୪ଜଣିଆ ସଭ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି । ଏଥିରେ ସଂପୃକ୍ତ ଗ୍ରାମରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକ,ଅଙ୍ଗନବାଡି କର୍ମି,ଆଶା କର୍ମି ଓ ସଂପୃକ୍ତ ୱାଡର ୱାଡ ମେମ୍ବରଙ୍କୁ ନେଇ ରାପିଡ୍ ରେସପନ୍ସ ଟିମ୍ ଗଠିତ ହୋଇଛି । ସେମାନେ ପ୍ରତ୍ୟେକ ଗ୍ରାମରେ କୋଭିଡ-୧୯ ସଂକ୍ରାନ୍ତିୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଏବଂ ସେମାନେ ଏସଂକ୍ରାନ୍ତରେ ବିଡିଓଙ୍କୁ ଜଣାଇବେ । ଏହି କମିଟିକୁ ମନିଟରିଙ୍ଗ କରିବାପାଇଁ ବିଡିଓ,ସିଡିପିଓ,ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର,ବ୍ଲକରଶି୩ା ଅଧିକାରୀଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାପାଇଁ ନିଦେ୍ର୍ଦଶ ଦିଆଯାଇଛି । ଗ୍ରାମରେ ସାମାଜିକ ଦୁରତା ରକ୍ଷା କରିବାର ବ୍ୟବସ୍ଥା,ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଓ ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷଣ ପାଇଁ ପରାମର୍ସ ଦେବା ଏହି ଟିମ୍ର କାର୍ଯ୍ୟ ବୋଲି ନିଦେ୍ର୍ଦଶ ଦିଆଯାଇଛି ।
ଗଙ୍ଗାଧର ଦାଶ,ପ୍ରତିନିଧି,ବୋଲଗଡ
Next Post