ଖୋର୍ଦ୍ଧା : ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱକର୍ମା ମହାସଭା ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ର ଭୟବହତା ସତ୍ୱେ ସଂଗଠନ ର କିଛି ସଦସ୍ୟ ପରିବେଶ ର ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷ ଅପରିଂହାର୍ଯ୍ୟ ମନେକରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବିଶ୍ୱକର୍ମା ଭବନ ରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଭାପତି ଗୌତମ ମହାରଣା ଯୋଗାଦେଇ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ପିଛା ଛାଡ଼ୁନି ।ବାତ୍ୟା ଫାନି, ତିତିଲ, ହୁଡୁହୁଡ଼ରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିବାବେଳେ ସବୁଜିମା ବ୍ୟାପକ କ୍ଷୟକ୍ଷତି ହୋଇଛି ।ଏହାର କୃପ୍ରଭାବ ପଡ଼ିବା ଦ୍ୱାରା ଜଳବାୟୁରେ ମଧ୍ୟ ବ୍ୟାପକ ପରିବର୍ତନ ହେବାରେ ଲାଗିଛି ।ତେଣୁ ପରିବେଶ ମଧ୍ୟରେ ସନ୍ତୁଳନା ରକ୍ଷା କରିବାକୁ ବ୍ୟାପକ ସଚେତନତା ସତ୍ୱେ ଜଙ୍ଗଲ ଅବକ୍ଷୟ ଏବେ ପରିବେଶବିତ ଚିନ୍ତା ବଢାଇ ଦେଇଛି ବୋଲି କହିଥିଲେ ।
ତେଣୁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାର ଯନô ନେବା ସହିତ ପିଲାଙ୍କୁ ଯେପରି ବାପା ମାଆ ଲାଳନ ପାଳନ କରନ୍ତି ସେହଭଳି ଗଛକୁ ବଢାଇବା ପାଇଁ ନିଜକୁ ବାପା ମାଆ ପରି ସମର୍ପିତ କରିବା ଉଚିତ ବୋଲି ସେ କହିଥିଲେ । ପରେ ଭବନ ପରିସରରେ ବିଭିନ୍ନ ଔଷଧୀୟ ବୃଷ ରୋପଣ କରାଯାଇଥିବାବେଳେ ରାଣୀପୁରସ୍ଥିତ ହନୁମାନ ମନ୍ଦିର ପରିସରରେ ମଧ୍ୟ ବହୁ ଚାରା ରୋପଣ କରାଯାଇଛି । ତେବେ ଉକ୍ତ ଚାରାଗୁଡିକ ବଡ ହେବା ଯାଏଁ ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ଶ୍ରୀ ମହାରଣା ନେଇଥିବା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକ୍ ଯୁବସଭାପତି କାମଦେବ ମହାରଣା, ରଘୁନାଥ ବେହେରା, ରାମଚନ୍ଦ୍ର ନାୟକ, ଗୌତମ ଚଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।
ସେହିପରି ଆଜି ସଂଗଠନ ପକ୍ଷରୁ ଯାଯପୁରଠାରେ ରାଜ୍ୟ ଉପସଭାପତି ହେମନ୍ତ ମହାରଣା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିଥିଲେ । ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ପାରିବ ନାହିଁ । ଆବଶ୍ୟକ ପରିମାଣ ର ଗଛ ନଥିବାରୁ ଆର୍ଷାଢ ମାସରେ ମଧ୍ୟ ବର୍ଷା ପରିବର୍ତେ ଟାଣଖରାରେ ସମସ୍ତଙ୍କୁ ହନ୍ତସନ୍ତ ହେବାକୁ ପଡୁଛିା ବ୍ୟାପକ ପରିମାଣର ବୃକ୍ଷ ରୋପଣ କରାନଗଲେ ଆଗକୁ ଆହୁରୀ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ପରିବେଶବିତମାନେ ଆଶଙ୍କା ପ୍ରକାଶ କଲେଣି ବୋଲି ସେ କହିଥିଲେ । ଏହିକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବୃକ୍ଷରୋପଣ କରାଯାଇଥିବା ରାଜ୍ୟ ସଭାପତି ଗୌତମ ମହାରଣା ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।