Odisha news

ଟାଙ୍କୋଳ ଅଗ୍ନି ବିପନ୍ନଙ୍କୁ ସହଯୋଗ କଲା ବିଶ୍ୱକର୍ମା ସଂଗଠନ

0

ଖୋର୍ଦ୍ଧା : ଗତ ରବିବାର ରାତିରେ ଜଙ୍କିଆଥାନା ଅନ୍ତର୍ଗତ ଟାଙ୍କୋଳ ଗ୍ରାମରେ ଗ୍ୟାସ ଟାଙ୍କି ଫାଠି ୪ ଟି ପରିବାରର ପ୍ରାୟ ୧୨ ବଖରା ଘର ପୋଡି ନଷ୍ଟ ହୋଇଯାାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ୪ପରିବାରର ସମ୍ପୁର୍ଣ୍ଣ ଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କା ମୂଲ୍ୟ ସମ୍ପତି ନଷ୍ଟ ହୋଇଥିଲା ।

ତେବେ ଅଗ୍ନିବିପନ୍ନ ସୁଦର୍ଶନ ମହାରଣା ଓ ଡମା ମହାରଣାଙ୍କ ଘରକୁ ଆଜି ବିଶ୍ୱକର୍ମା ମହାସଭା ସଂଗଠନର ରାଜ୍ୟ ସଭାପତି ଗୌତମ ମହାରଣା ଓ ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତାମାନେ ଯାଇ ଅନୁଧ୍ୟାନ କରିବା ସହିତ ତାଙ୍କୁ ଚାଉଳ, ଡାଲି, ପନିପରିବା ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଏଥିସହିତ ଉକ୍ତ ପରିବାରମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାଲାଗି ରାଜ୍ୟ ସଭାପତି ଗୌତମ ମହାରଣା ଓ ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣା ଜିଲ୍ଲାପ୍ରଶାସନକୁ ଅନୁରୋଧ କରିଛନ୍ତି

Leave A Reply