Odisha news

ନୂଆପଡା ଗାଁ ୭୨ଘଂଟା ସଟଡାଉନ

0

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ମଲ୍ଲିପୁର  ପଂଚାୟତ ର ନୂଆପଡା (ଓଡିଆ ସାହି) ଗ୍ରାମ ରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ସରପଂଚ ବିଜୟ କୁମାର ଦାସ ଜିଲାପାଳ କ୍ଷମତା ପ୍ରୟୋଗ କରି ବୁଧବାର ସନ୍ଧ୍ୟା ୭ଟାରୁ ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭୨ଘଂଟା ଲାଗି ଶଟଡାଉନ ଘୋଷଣା କରିଛନ୍ତି ।

ତେବେ ପଂଚାୟତରେ ଗୋଷ୍ଠି ସଂକ୍ରମଣ ଭୟରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ସରପଂଚ ସଟଡାଉନ ଘୋଷଣା କରିଥିବା କହିଥିବାବେଳେ ଉପରୋକ୍ତ ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ଯିବେ ନାହିଁ । ବାହାର ଲୋକେ ଏହି ଗ୍ରାମ ମଧ୍ୟକୁ ପ୍ରବେଶ କରିବେ ନାହିଁ ।

ଏଥିସହିତ କୈାଣସି ସାମାଜିକ, ସାଂସ୍କୃତିକ, ପର୍ବପର୍ବାଣି ମେଳା, ମହୋସôବ, ତାସ ଖେଳ, କି୍ରକେଟ ଖେଳ ପ୍ରଭୃତି ଉପରେ ରୋକ ଲଗାଯାଇଛି । ସେହିପରି କୈାଣସି ସ୍ଥାନରେ ଲୋକମାନେ ଏକାଠି ବସିବେ ନାହିଁ ଏବଂ ଗ୍ରାମରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଥିବାବେଳେ ଛୋଟ ଶିଶୁ, ବୟସ୍କ ଓ ଗର୍ଭବତୀ ବିଶେଷଙ୍କୁ ଧ୍ୟାନ ଦିଆଯିବ । ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ବିଭୁତି ଭୁଷଣ ସାହୁ ଓ ଭାରତୀ ବେଉରା, ଅଙ୍ଗନାବାଡି କର୍ମୀ ପୁଷ୍ପିତା ପରିଡା ଏବଂ ଆଶାକର୍ମୀ କୁନି ମହାରଣା ପ୍ରମୁଖଙ୍କୁ ଯୋଗାଯୋଗ କରିବେ ବୋଲି ସରପଂଚ ଶ୍ରୀ ଦାସ କହିଛନ୍ତି

Leave A Reply