ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଜରିପୁଟ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଥିବା ଏକ କୂଅ ରୁ ପୁଲିସ ଗତକାଲି ଯୁବତୀ ନିତୁ ରଣାଙ୍କ ମୃତ ଦେହ ଉଦ୍ଧାର କରିଥିବା ଘଟଣାରେ ଆଜି ଉକ୍ତ ଗ୍ରାମର ସୌଦାମିନୀ ସୁବୁଦ୍ଧି ଓ ତାଙ୍କ ପୁଅ ହାପି ସୁବୁଦ୍ଧି । ଗିରଫ ଦୁଇଜଣଙ୍କୁ ପୁଲିସ ଆଜି କୋର୍ଟଚାଲାଣ କରିଛି ।
ସୂଚନାଅନୁସାରେ, ମୃତା ନିତୁର ବାପା ବେଣୁପାଣି ରଣା ତାଙ୍କ ଝିଅ ମୃତ୍ୟୁ ପାଇଁ ହାପି ଓ ତାର ମାଆ ଦାୟୀ ବୋଲି ଗୁରୁବାର ଦିନ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ସେମାନେ ତାଙ୍କ ଝିଅ ନାଁରେ କୂସ୍ୟ ରଚନା କରିଥିବାରୁ ସେ କୂଅ କୁ ଡେଇଁ ମୃତୁ୍ୟ ବରଣ କରିଥିବା ନେଇ ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ । ବେଣୁ ପାଣିଙ୍କ ଅଭିଯୋଗ ଅନୁସାରେ ପୁଲିସ ୨୧୩/୨୦ରେ ଏକ ମାମଲା ରୁଜୁ କରି ଗୁରୁବାର ଦିନ ହାପି ଓ ତାର ମାଆଙ୍କୁ ଅଟକ ରଖିଥିବାବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।