ଖୋର୍ଦ୍ଧା : ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମରେ ଜାଗାବାଡି କୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ବୋମାମାଡ ହୋଇଛି । ପୁଲିସ ଏହି ଘଟଣାରେ ଉକ୍ତ ଗ୍ରାମର ପ୍ରଦୀପ ବେହେରା ଓରଫ୍ କାଳୁ(୨୭) କୁ ଗିରଫ କରିଛି । ଅଭିଯୋଗ ରୁ ଜଣାଯାଇଛି, ଗ୍ରାମର ଏକ ଜମିବାଡି ବିବାଦକୁ କେନ୍ଦ୍ରକରି ହୃଦାନନ୍ଦ ଓ ପ୍ରଦୀପଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା ।
ତେବେ ଏହି ଘଟଣାକୁ ନେଇ ପ୍ରଦୀପ ହୃଦାନନ୍ଦଙ୍କ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଥିଲା । ଏପରିକି ଏଥବନିମନ୍ତେ ପ୍ରଦୀପ ହୃଦାନନ୍ଦଙ୍କ ଠାରୁ ଟାଙ୍କା ଦାବି କରିଥିଲେ । ହୃଦାନନ୍ଦ ଏହା ନଦେବାରୁ ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ତାଙ୍କ ଘରଉପରକୁ ବୋମାମାଡ କରିଛି । ତେବେ ଏଥିରେ ତାଙ୍କ ପରିବାରର କାହାର କିଛି କ୍ଷତି ହୋଇନଥିବାବେଳେ ପୁଲିସ ଏହି ଘଟଣାରେ ୧୩୮/୨୦ରେ ଏକ ମାମଲା ରୁଜୁ କରି ପ୍ରଦୀପ କୁ ଗିରଫ କରିଥିବା ସୂଚନା ଦେଇଛି ।
