Odisha news

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ବିଶ୍ୱକର୍ମା ସଂଗଠନର ଦାନ

0

ଖୋର୍ଦ୍ଧା,୫ା୮ : ଅଯୋଦ୍ଧାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଲାଗି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଶିଳାନ୍ୟାସ ପୂଜନ କରିଛନ୍ତି । କୋଟି କୋଟି ଭାରତୀୟଙ୍କର ଆରାଧ୍ୟ ଦେବତା ଶୀରାମଲାଲାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆଜିଠାରୁ ଶୁଭାରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ବିଶ୍ୱକର୍ମା ମହାସଭା ସଂଗଠନ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡକୁ ୧୦ହଜାର ଟଙ୍କା ଅନୁଦାନ ରାଶି ବ୍ୟାଙ୍କ ଯୋଗେ ପ୍ରଦାନ କରାଯାଇଥିବା ସଂଗଠନର ରାଜ୍ୟ ସଭାପତି ଗୌତମ ମହାରଣା ସୂଚନା ଦେଇଛନ୍ତି ।

ରାଜ୍ୟ ଉପସଭାପତି ହେମନ୍ତ ମହାରଣା, ଖୋର୍ଦ୍ଧା ଜିଲ୍ଲା ଯୁବ ସଭାପତି ତଥା ଅଖିଳଭାରତୀୟ ପରିବାର ପାର୍ଟି ର ଭୁବନେଶ୍ୱର ଲୋକସଭା ପ୍ରଭାରୀ ରଞ୍ଜନ କୁମାର ମହାରଣା, ଜିଲ୍ଲା ଉପସଭାପତି ନାରାୟଣ ମହାରଣା, ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣା, ନୟାଗଡ ସଭ୍ୟ ଦେବରାଜ ମହାରଣା, ବାଲିଅନ୍ତା ବ୍ଲକ୍ ସଭାପତି ରାମହରି ମହାରଣା ପ୍ରମୁଖ ଦେଶ ତଥା ରାଜ୍ୟ ବାସୀଙ୍କୁ ଶୁଭେଛା ଜଣାଇଛନ୍ତି

Nalco
Leave A Reply