ଖୋର୍ଦ୍ଧା,୫ା୮ : ଅଯୋଦ୍ଧାରେ ଶ୍ରୀରାମମନ୍ଦିର ଶିଳାନ୍ୟାସ ଅବସରରେ ସ୍ଥାନୀୟ ଜରିପୁଟ ସ୍ଥିତ ତନ୍ତମୁଣ୍ଡିଆ ଶ୍ରୀ ଶ୍ରୀ ମହାବୀରଙ୍କ ନିକଟରେ ଖୋର୍ଦ୍ଧା ବିଜେପି ତରଫରୁ ପ୍ରଦୀପ ପ୍ରଜ୍ୱଳନ ଓ ସାମୁହିକ ହନୁମାନ ଚାଳିଶା ଗାନ କରାଯାଇଥିଲା । ବିଜେପି ନେତା କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ କଅଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ମଧ୍ୟ ମଣ୍ଡଳ ସଭାପତି ମାନସ ପଟ୍ଟନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ ଓ ରଞ୍ଜନ ବରାଳ, ପୂର୍ବତନ ନଗର ସଭାପତି ଦେବବ୍ରତ ଆଚାର୍ଯ୍ୟ, ଯୁବନେତା କିଶୋର ବରାଳ, ବିଶ୍ୱଭୁଷଣ ପଟ୍ଟନାୟକ, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ହନୁମାନ ଚାଳିଶା ଗାନ କରିଥିଲେ ।
