ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିସôାଳୟରେ ସ୍ୱାବ କଲେକସନ ସେଟଂର (ସ୍ୱାବ ସଂଗ୍ରହ କେନ୍ଦ୍ର)ଖୋଦ୍ଧା ର୍ଜିଲାପାଳ ସୀତାଂଶୁ କୁମାର ରାଉତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଠାରେ ସନ୍ଦିଗ୍ଧ ରୋଗୀମାନଙ୍କର ସ୍ୱାବ ସଂଗ୍ରହ କାର୍ଯ୍ୟ ସୁବିଧାରେ ହୋଇପାରିବ । ସଂଗୃହୀତ ସ୍ୱାବ ପରୀକ୍ଷା ପାଇଁ ଆରଆରଏମସି ଭୁବନେଶ୍ୱର , ଏମସ ଭୁବନେଶ୍ୱର ପଠାଯିବ । ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିସôାଳୟରେ ମଧ୍ୟ ରାପିଡ ଆଟିଂଜେନସୀ ଟେଷ୍ଟ କରାଯାଇପାରୁଛି । ଏହି ଜିଲାରେ ଅଧିକ ସ୍ୱାବ ସଂଗ୍ରହ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଜିଲାରେ ସ୍ୱାସ୍ଥ୍ୟ ସର୍ଭେ କାର୍ଯ୍ୟକ୍ରମ ଚାଲୁ ରହିଛି ।
ଖୋର୍ଦ୍ଧା ଜିଲାର ପ୍ରତ୍ୟେକ ଗ୍ରାମ ପଚାଂୟତରେ କୋଭିଡ କେୟାର ହୋମ କରାଯାଇଛି । ଥଣ୍ଡା, କାଶ, ଜ୍ୱର ଆଦି ସାମାନ୍ୟ ଲକ୍ଷଣ ଦେଖାଦେଲେ ରୋଗୀମାନଙ୍କୁ କୋଭିଡ କେୟାର ହୋମ ନିଆଯାଇ ଚିକିସôା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲା ଏସପି ଅଜେୟ ପ୍ରତାପ ସ୍ୱାଇଁ, ଜିଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି.ହାସାପାତାଳ ଅଧିକ୍ଷକ ଡାକ୍ତର ରଘୁନାଥ ନାଏକ, ପରିବାର କଲ୍ୟାଣ ଏଡିଏମଓ ଡାକ୍ତର ଦ୍ୱାରିକା ମୋହନ ଶତପଥୀ, ଏଡିଏମଓ ଡାକ୍ତର ଜୀବନ୍ତ କୁମାର ଆଚାର୍ଯ୍ୟ, ସହକାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର, ଡାକ୍ତର ଶ୍ୟାମପ୍ରସନ୍ନ ମିତ୍ର, ଡାକ୍ତର ଶୁଭା୍ରଂଶୁ ସାହୁ, ହାସାପାତାଳ ମ୍ୟାନେଜର ଡାକ୍ତର ମୀରା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।
