ରେଲୱେର ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକ ଏବେ ଅସାମାଜିକ ବ୍ୟକ୍ତିଙ୍କ କଵଜାରେ : ପ୍ରଶାସନିକ ଅଧିକାରୀମାନେ ସବୁଜାଣି ନୀରବ କାହିଁକି?
ଖୋର୍ଦ୍ଧା : ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ କାର୍ଯ୍ୟ କରୁଥିବା ଶହ ଶହ ରେଳ କର୍ମଚାରୀଙ୍କ ପାଇଁ ରେଳ ପ୍ରଶାସନ ପକ୍ଷରୁ ବିଭିନ୍ନ କଲୋନୀ ଅଂଚଳରେ ବିଭିନ୍ନ ଟାଇପର କ୍ୱାର୍ଟର ନିର୍ମାଣ କରାଯାଇ ସେମାନଙ୍କ ପରିବାର ରହିବା ପାଇଁ ସୁବନେ୍ଦାବସ୍ତ କରାଯାଇଥିଲା । କ୍ୱାର୍ଟର ନିର୍ମିତ୍ତ ଆବଶ୍ୟକୀୟ ଭଡ଼ା ଓ ବିଦୁ୍ୟତ୍ ବିଲ ରେଳ କର୍ମଚାରୀମାନଙ୍କୁ ମାସିକ ବେତନ ସମୟରେ କଟା ଯାଉଥିଲା । ଏହା ସହିତ ରେଳ କର୍ମଚାରୀମାନଙ୍କ ପରିବାର ପାଇଁ ରେଳ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା ନିମିତ୍ତ ଡାକ୍ତରଖାନା ଯୋଗାଇ ଦେଇଥିବା ସହ ତାଙ୍କ ପିଲାମାନଙ୍କୁ ପଢ଼ାଇବା ପାଇଁ ଏକ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ସମୟ ଆସିଲା ନିର୍ମାଣ ହୋଇଥିବା କ୍ୱାର୍ଟରମାନଙ୍କ ମଧ୍ୟରୁ କେତେଗୁଡ଼ିଏ ବାସପଯୋଗୀ ନହେବାରୁ ରହୁଥିବା ରେଳ କର୍ମଚାରୀମାନଙ୍କୁ ସେଠାରୁ ବାହାରି ଯିବାକୁ ପଡ଼ିଥିଲା ।
କେହି କେହି କର୍ମଚାରୀ ନିଜ ଗ୍ରାମକୁ ଚାଲିଯାଇଥିôବା ବେଳେ ଆଉ କେତେକ କର୍ମଚାରୀ ଜଟଣୀ ସହର ମଧ୍ୟରେ ନିଜ ପରିବାର ସହ ଭଡ଼ାରେ ରହୁଛନ୍ତି । କିନ୍ତୁ ରେଳ ପ୍ରଶାସନ ପରବର୍ତ୍ତୀ ସମୟରେ ୩୯୬ଗୋଟି କ୍ୱାର୍ଟରକୁ ପରୀକ୍ଷା କରି ପରିତ୍ୟକ୍ତ (ଆବାଣ୍ଡନ) ଘୋଷଣା କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ପଠାଇଥିôବା ବେଳେ ସେଥିରୁ ୩୭୪ଗୋଟି କ୍ୱାର୍ଟରକୁ ପ୍ରଥମ ପର୍ଯ୍ୟାୟରେ ଆବାଣ୍ଡନ ଭାବରେ ଗ୍ରହଣ କରାଯାଇ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ ରେଳ ପ୍ରଶାସନ ବିଭିନ୍ନ ପ୍ରକାର ବାଦ ବିବାଦ ଓ ରାଜନୈତିକ ଚାପ ଫଳରେ ମାତ୍ର ୭୩ଗୋଟି କ୍ୱାର୍ଟର ଓ ଝୁମ୍ପୁଡ଼ିକୁ ରେଳ ପ୍ରଶାସନ ତରଫରୁ ଭଙ୍ଗା ଯାଇଛି । ଏହି ଭାଙ୍ଗିବା ସମୟରେ ବିଭିନ୍ନ ରାଜନୈତିକ ଲୋକମାନେ ଝୁମ୍ପୁଡ଼ି ବାସିନ୍ଦାମାନଙ୍କୁ ଥଇଥାନ କରିବା ପାଇଁ ରେଳ ପ୍ରଶାସନ ନିକଟରେ ଦାବି କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଏମାନଙ୍କୁ ଥଇଥାନ କରିବା ପାଇଁ ରେଳ ପ୍ରଶାସନ ସହ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ଓ ପତ୍ର ବିନିମୟ ହୋଇଛି ।
ପ୍ରାୟତଃ ରାଜ୍ୟ ସରକାର ଏମାନଙ୍କୁ ବିଭିନ୍ନ ଆବାସ ଯୋଜନାରେ ଥଇଥାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ତା’ର ସ୍ଥାନ ନିରୂପଣ କରିଛି । ସେହି ସ୍ଥାନରେ ମଧ୍ୟ କେତେକ ଅସାଧୁ ଓ ଅସାମାଜିକ ବ୍ରକ୍ତି ନିଜର ବାହାଦୁରୀ ଦେଖାଇ ସରକାରୀ ଜାଗାକୁ ହଡପ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ରେଳ ପ୍ରଶାସନ ଘୋଷରା କରିଥିବା ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକରୁ ରେଳ କର୍ମଚାରୀମାନେ ଯିବା ପରେ ବିଭିନ୍ନ କଲୋନୀ ଅଞ୍ଚଳରେ ଓ ସ୍ଥାନରେ ରହିଥିବା କ୍ୱାର୍ଟରଗୁଡ଼ିକରୁ ବିଦୁ୍ୟତ୍ ଓ ପାଣି ସଂଯୋଗ କଟା ନଯିବାରୁ ସେହି କ୍ୱାର୍ଟରଗୁଡ଼ିକକୁ ଅନେକ ଅସାମାଜିକ ଓ ବାହାଦୁରିଆ ନିଜ ନିଜ କବ୍ଜାକୁ ଆଣି ଉକ୍ତ କ୍ୱାର୍ଟରଗୁଡ଼ିକରେ ପ୍ରବେଶ କରି ନିଃଦ୍ୱନ୍ଦରେ ବିନାମୂଲ୍ୟରେ (ରେଳବାଇ ଅର୍ଥ) ପାଣି ଓ ବିଦୁ୍ୟତ୍ ବ୍ୟବହାର କରି ଆସୁଛନ୍ତି । ଏ ସମ୍ପର୍କରେ ବିଭାଗର ଅଧିକାରୀଙ୍କୁ ପଚାରିବାରେ ସେମାନେ କୁହନ୍ତି ଘରଗୁଡ଼ିକ ଭଙ୍ଗା ହେବା ପାଇଁ ନିର୍ଦ୍ଧିିଷ୍ଟ ଠିକାଦାର ନିଯୁକ୍ତି ହୋଇଛି ଆମେ ମଧ୍ୟ ପାଣି ଓ ବିଦୁ୍ୟତ୍ ସଂଯୋଗ କାଟି ଦେଇଛୁ । ଯେଉଁମାନେ ନେଇଥିବେ ସେମାନେ ଚୋରିକରି ନେଇଥିବେ ବୋଲି ଅଧିକାରୀମାନେ କୁହନ୍ତି । ଅତଏବ ଏଥିରୁ ଜଣାପଡ଼ୁଛି ପ୍ରଶାସନିକ ଅଧିକାରୀମାନେ ପରିତ୍ୟକ୍ତ କ୍ୱାର୍ଟର ଘୋଷଣ କରି ଚୁପ୍ ବସିଛନ୍ତି ।
କେତେକ ତଳିଆ କର୍ମଚାରୀମାନେ କ୍ୱାର୍ଟର, ପାଣି ଓ ବିଦୁ୍ୟତ୍ ପାଇଁ ସେମାନଙ୍କ ବଟି ଆଦାୟ କରିଚାଲିଛନ୍ତି । ରେଳବାଇ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ରେଳ ସୁରକ୍ଷାବଳ ଓ ଜିଆରପି ରେଳ ସମ୍ପତ୍ତିକୁ ସୁରକ୍ଷା ନଦେଇ ଚୁପ୍ ବସିବାର କାରଣ କ’ଣ । ରେଳ ପ୍ରଶାସନିକ ଅଧିକାରୀ ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକୁ ବିଦୁ୍ୟତ୍ ପାଣି ସଂଯୋଗ କାଟୁ ନାହାଁନ୍ତି କାହିଁକି ଏବଂ ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକୁ ଭାଙ୍ଗିବା ପାଇଁ ଦୀର୍ଘ ମାସ ଧରି ଠିକାଦାର ନିଯୁକ୍ତ ହୋଇଥିଲେ ମଧ୍ୟ ଏଯାବତ୍ ଭଙ୍ଗାଯାଇପାରୁନାହିଁ କାହିଁକି? ଠାରେ ଇଞ୍ଜିନିୟରିଙ୍ଗ ଓ ବିଦୁ୍ୟତ୍ ବିଭାଗ ସହ ଅନ୍ୟ ବିଭାଗଗୁଡ଼ିକ ଜାଣି ଅଜଣା ହେବାରେ କି ପ୍ରକାର ରହସ୍ୟ ରହିଛି । ଝୁମ୍ପୁଡ଼ି ବାସିନ୍ଦାକୁ ସିନା ରାଜ୍ୟ ସରକାରଙ୍କ ତରଫରୁ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଯେଉଁମାନେ ଭିନ୍ନ ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକ ମାଡ଼ିବସିଛନ୍ତି । ସେମାନଙ୍କୁ ରେଳ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ଅଛିକି? ଯଦି ନାହିଁ ରେଳ ପ୍ରଶାସନ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତ ପରିତ୍ୟକ୍ତ କ୍ୱାର୍ଟରରେ ରହି ରେଲୱେର ଜଳ ଓ ବିଦୁ୍ୟତ୍ ବ୍ୟବହାର କରୁଛନ୍ତି । ଏହା ଜାଣି ମଧ୍ୟ ରେଳ ବିଦୁ୍ୟତ୍ ବିଭାଗ ଓ ଇଞ୍ଜିନିୟରିଙ୍ଗ୍ ବିଭାଗ ଚୁପ୍ ବସିଛି ।
କେବଳ ବରିଷ୍ଠ ଅଧିକାରୀମାନେ ସମୟ ଗଡ଼େଇ ଚାଲିଛନ୍ତି । ଏବେ ସମୟ ଆସିବ ରେଳ ପ୍ରଶାସନ ଦ୍ୱାରା ନିର୍ମିତ କ୍ୱାର୍ଟରଗୁଡ଼ିକରେ ସାଧାରଣ ଲୋକମାନେ ପ୍ରବେଶ କରି ଆରାମରେ ରହିପାରିବେ ତେଣୁ ମଣ୍ଡଳ ସ୍ତରରେ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ସମସ୍ତ ଘଟଣା ଜାଣି ନିରବ ଦ୍ରଷ୍ଟା ସାଜିଥିବାରୁ ଇଷ୍ଟକୋଷ୍ଟ ଠାରେ ଥିବା ଜେନେରାଲ୍ ମ୍ୟାନେଜର ଖୋର୍ଦ୍ଧାଠାରେ ଏପରି ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ଏଠାରେ ଯେଉଁ ଅଧିକାରୀ ଓ ଯନ୍ତ୍ରୀମାନେ ଏପରି ଘଟଣାରେ ସଂପୃକ୍ତ ଥିବାର ଅନୁମାନ କରାଯାଏ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକୁ ଯଥା ଶୀଘ୍ର ଭଙ୍ଗା ଯାଇ ନୂତନ କ୍ୱାର୍ଟର ଓ ରେଳ କର୍ମଚାରୀମାନଙ୍କ ହିତରେ ଲାଗିବା ପାଇଁ ଯେଉଁ / ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସାକାର କରାଯାଉ ।
ଏଠାରେ ପ୍ରଶ୍ନଉଠେ କାଙ୍କ ନଜାଣି ଗାଡ଼ିଆ ନ୍ୟାୟରେ ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ନଜାଣି ରେଳବାଇ ସମ୍ପତିର ଅପବ୍ୟବହାର ହେଉଛି ଏବଂ ଏହି ଅପବ୍ୟହାର ରୋକିବାରେ ନିଯୁକ୍ତ ଥିବା ରେଳ ସୁରକ୍ଷା ବଳ ଓ ଜିଆରପି ଏଠାରେ କରୁଛି କ’ଣ ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଇଷ୍ଟକୋଷ୍ଟ ଠାରେ ଥିବା ମହାପ୍ରବନ୍ଧକଙ୍କ ଏଥିପ୍ରତି ଦୃଷ୍ଟି ଦେବା ସହ ଦୃଢ଼ ପଦକ୍ଷେପ ଗ୍ରହଣ କଲେ ଆବାଣ୍ଡନ କ୍ୱାର୍ଟରରେ ରହୁଥିବା ଜବର ଦଖଲକାରୀ ଓ ବାହାଦୁରିଆ ଏଠାରୁ ହଟିବେ ଓ ରେଳ ପ୍ରଶାସନର ଅର୍ଥର ଅପବ୍ୟହାର ହେବ ନାହିଁ ।