Odisha news

ଭୁବନେଶ୍ୱର ମୁନିସିପାଲ କର୍ପୋରେସନ କୁ ଛାଡି ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୬କରୋନା ପଜିଟିଭ ଚିହ୍ନଟ : ଡାକ୍ତର ଚିହ୍ନଟ ପରେ ସାନିଟାଇଜ ହେଲା ମେଡିକାଲ

0

ଖୋର୍ଦ୍ଧା,୧୪ା୭ : ଭୁବନେଶ୍ୱର ମୁନିସିପାଲ କର୍ପୋରେସନ କୁ ଛାଡି ଜିଲ୍ଲାରୁ ଆଜି ୨୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବାଲିପାଟଣା ଫକୀରପୁର ର ଜଣେ ୨୧ ବର୍ଷ ମହିଳା, ତିହରପୁର ରୁ ଜଣେ ୨୨ବର୍ଷୀୟ ମହିଳା ଓ ଜଣେ ୨୧ ବର୍ଷ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ଜଣ ଗୁଜୁରାଟ ରୁ ଫେରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିଲେ । ଟାଙ୍ଗି ବ୍ଲକ୍ ରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଟାଙ୍ଗୀର ଜଣେ ୨୫ବର୍ଷୀୟ ପୁରୁଷ ପଜିଟିଭ ବାହାରିଥିବାବେଳେ ସେ ହୋମ କ୍ୱାରେଂଟାଇନ୍ ରେ ରହିଥିଲେ । ନାଲସିଂ ଅଚୁ୍ୟତପୁରରେ ଜଣେ ୩୩ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିଲେ । କୁହୁଡିର ଜଣେ ୭୬ବର୍ଷ ପୁରୁଷ, ଭୁଷୁଣ୍ଢପୁର ର ଜଣେ ୪୫ବର୍ଷ ମହିଳାଙ୍କ ସମେତ ୫୬ବର୍ଷ ପୁରୁଷ ଓ ୧୮ବର୍ଷର ଜଣେ ଯୁବକ ପଜେଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଉରୁମୁଖି ଭୁଷୁଣ୍ଢପୁର ର ଜଣେ ୪୫ବର୍ଷ ପୁରୁଷ ପଜେଟିଭ ଚିହ୍ନଟ ହୋଇଛନ୍ତି । ବାଲୁଗାଁ ଅଂଚଳରୁ ଜଣେ ୨୮ବର୍ଷୀୟ ମହିଳାଙ୍କ ସମେତ ୫୪ ବର୍ଷର ଜଣେ ପୁରୁଷ ଏବଂ ୧୬ ଓ ୧୦ ବର୍ଷ ର ଦୁଇଜଣ ନାବାଳଙ୍କୁ ମିଶାଇ ମୋଟ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଣପୁର ଶଳପଡିଆରୁ ଜଣେ ୩୨ ବର୍ଷ ପୁରୁଷ ଓ ଲୋକିପୁର ରୁ ଜଣେ ୨୯ବର୍ଷ ପୁରୁଷ ପଜେଟିଭ ଚିହ୍ନଟ ହୋଇଥିବାବେଳେ ବାଣପୁର ସବଜେଲ ରେ ଜଣେ ୩୪ବର୍ଷ ପୁରୁଷ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ବୋଲଗଡ ବ୍ଲକ୍ ଦୟାସିଂହପୁର ଶାସନ ରୁ ଜଣେ ୬୦ବର୍ଷ ମହିଳା, ବୃନ୍ଦାବନପୁର ର ଜଣେ ୪୧ବର୍ଷ ର ପୁରୁଷ,ଦିଘିରି ର ୬୩ବର୍ଷର ଜଣେ ମହିଳାଙ୍କ ସମେତ ୭୮ବର୍ଷ ର ପୁରୁଷ ଓ ୮ବର୍ଷର ନାବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଉପରୋକ୍ତ ୫ଜଣ ହୋମ କ୍ୱାରେଂଟାଇନ୍ ରେ ରହିଥିଲେ । ବେଗୁନିଆ ବ୍ଲକ୍ ରୁ ଜଣେ ୨୯ବର୍ଷ ର ପୁରୁଷ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ପୌରାଂଚଳ ଅନ୍ତର୍ଗତ ଗୁରୁଜଙ୍ଗ ଅଂଚଳର ଜଣେ ୫୦ବର୍ଷ ର ପୁରୁଷ ଏବଂ ଭାଲିଆବାଡି ପଲ୍ଲାହାଟ ଛକର ଅନ୍ୟଜଣେ ୫୦ବର୍ଷ ର ପୁରୁଷ ମଧ୍ୟ ପଜେଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସôାଳୟର ଜଣେ ୪୨ବର୍ଷିୟ ଡାକ୍ତର ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଖୋର୍ଦ୍ଧାର ଏ ସମସ୍ତ ଆକ୍ରାନ୍ତ ହୋମ କ୍ୱାରେଂଟାଇନ୍ ରେ ରହିଥିଲେବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ମୁଖ୍ୟ ଚିକିସôାଳୟର ଜଣେ ଡାକ୍ତର ପଜେଟିଭ ଚିହ୍ନଟ ହେବା ପରେ ମଙ୍ଗଳବାର ଦିନ ମେଡିକାଲର ଓପିଡ଼ି କୁ ସାନିଟାଇଜ କରାଯାଇଛି ବୋଲି ଏଡିଏଓ(ମେଡିକାଲ) ଡା.ରଘୁନାଥ ନାୟକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ତକତାମୂଳକ ପଦକ୍ଷେପ ନିମନ୍ତେ ଜଣେ ରୋଗୀଙ୍କ ସହିତ ଜଣେ ମାତ୍ର ଆଟେଂଣ୍ଡାଂଟ ଅନୁମତି ଦିଆଯିବ । ରୋଗିଙ୍କ ନିମନ୍ତେ ପ୍ରବେଶ ଓ ପ୍ରସ୍ଥାନ ପାଇଁ କେବଳ ଗୋଟିଏ ଗେଟ ଖୋଲାଯିବ । ଏହାପରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply