ଖୋର୍ଦ୍ଧା,୧୩ା୭: କରୋନା ସଂକ୍ରମିତ ରୋଗୀମାନଙ୍କର ଚିକିତ୍ସ୍ୟା ସୁବିଧା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ କେୟାର ସେଂଟର ଖୋଲାଯିବ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି । ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏବଂ ଆଇଏମଏସ୍ ଓ ସମ୍ ହସ୍ପିଟାଲ ଆଜି ଏଥିନିମନ୍ତେ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଜିଲ୍ଲାର ଜାମୁଝାରୀଠାରେ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ଓ ଆଇଏସଏସ ଏସଏସପିଇଡି ଖୁଦୁପୁର, ଜଟଣୀ ଠାରେ ୩ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ଖୋଲାଯିବ ।
ଏହି କୋଭିଡ କେୟାର ସେଂଟର ରେ କୋଭିଡ ପଜେଟିଭ ରୋଗୀ ଓ ସାମାନ୍ୟ କରୋନା ଲକ୍ଷଣ ଯୁକ୍ତ ରୋଗୀମାନେ ଚିକିସôିତ ହେବେ । ଏହି ଏମଓୟୁ(ବୁଝାମଣାପତ୍ର) ସ୍ୱାକ୍ଷର କାର୍ଯ୍ୟକ୍ରମରେ ସମ ହସ୍ପିଟାଲ ସିଇଓ, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡା.ବିଶ୍ୱରଞ୍ଜନ ପତି, ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ମନୋଜ କୁମାର ପାଢୀ, ଉପଜିଲ୍ଲାପାଳ ଭୁବନେଶ୍ୱର ଦେବବ୍ରତ ସାହୁ, ସମ୍ପୃକ୍ତ ପ୍ରାଧିକୃତ ଚିକିତ୍ସ୍ୟା ଅଧିକାରୀ ପ୍ରମୁଖ ଉପସ୍ଥିତଥିଲେ ।