ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ମଣ୍ଡଳ ୨୦୨୫-୨୬ ଆର୍ଥିକ ବର୍ଷରେ ଭିତ୍ତିଭୂମି ଏବଂ ଯାତ୍ରୀ ସୁବିଧା କ୍ଷେତ୍ରରେ ଅପୂର୍ବ ସଫଳତା ହାସଲ କରିଛି। ସୁରକ୍ଷା, କ୍ଷମତା ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଦିଗରେ ବିଭାଗର ଅଟଳ ପ୍ରତିବଦ୍ଧତାକୁ ଏହା ପୁନର୍ବାର ପ୍ରମାଣିତ କରେ ।
କପିଳାସ ରୋଡ଼-ନିର୍ଗୁଣ୍ଡି ମଧ୍ୟରେ ଥିବା ୧୭୪ ନମ୍ବର ଲେଭଲ୍ କ୍ରସିଂରେ ଏକ ରୋଡ୍ ଓଭର ବ୍ରିଜ୍ (ROB) କାର୍ଯ୍ୟକ୍ଷମ ହୋଇଛି। ଏହାସହ ଦୁଇଟି ମାନବ ଚାଳିତ ଲେଭଲ୍ କ୍ରସିଂକୁ ବନ୍ଦ କରାଯାଇ ରେଳ ଚଳାଚଳକୁ ଅଧିକ ନିରାପଦ କରାଯାଇଛି।
ଯାତ୍ରୀମାନଙ୍କ ସୁବିଧା ପାଇଁ ୬ଟି ନୂତନ ଫୁଟ୍ ଓଭର ବ୍ରିଜ୍ (FOB) ନିର୍ମାଣ କରାଯାଇଛି। ଏଥିମଧ୍ୟରେ ଇଚ୍ଛାପୁରମ୍ ଠାରେ ଏକ ୧୨ ମିଟରରୁ ଅଧିକ ଚଉଡ଼ା ବିଶିଷ୍ଟ ବ୍ରିଜ୍ ଏବଂ ସୁକିନ୍ଦା, ନୟାଭାଗୀରଥିପୁର, ନୟାଗଡ଼ ଟାଉନ୍, ଗୋଳବାଈ ଓ ସୁମ୍ମାଦେବୀ ଷ୍ଟେସନରେ ୫ଟି ବ୍ରିଜ୍ ଅନ୍ତର୍ଭୁକ୍ତ
ପ୍ରାୟ ୧୫୨.୮୫୫ କିଲୋମିଟର ରେଳପଥରେ ଟ୍ରେନର ଗତି ୧୧୦ କିଲୋମିଟର ପ୍ରତି ଘଣ୍ଟାକୁ ବୃଦ୍ଧି କରାଯାଇଛି। ସାଳଗାଁ-ରାଜାଆଠଗଡ଼, ଢେଙ୍କାନାଳ-ହିନ୍ଦୋଳ, ମଞ୍ଚେଶ୍ୱର-ଭୁବନେଶ୍ୱର ,ନୟାଗଡ଼ ଟାଉନ୍- ନୂଆଗାଁ ଏବଂ -ନୂଆଗାଁ-ଦଶପଲ୍ଲା ଭଳି ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଏହି ସଫଳତା କାର୍ଯ୍ୟ ହୋଇଥିବାରୁ ପରିଚାଳନା କ୍ଷମତା ବୃଦ୍ଧି ସହ ଯାତ୍ରା ସମୟ କମିଛି
ଏହି ବର୍ଷ ମଧ୍ୟରେ ୪୬.୨୩୦ କିଲୋମିଟର ଦୋହରୀକରଣ, ତୃତୀୟ ଏବଂ ଚତୁର୍ଥ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି। ବୈତରଣୀ ରୋଡ଼-ଯାଜପୁର କେନ୍ଦୁଝର ରୋଡ଼ ,ହିନ୍ଦୋଳ-ମେରାମଣ୍ଡଳୀ ଏବଂ ଯାଜପୁର କେନ୍ଦୁଝର ରୋଡ଼- ଯଖପୁରା ମୁଖ୍ୟ ସେକ୍ସନଗୁଡିକ ଚାଲୁ ହୋଇ ନେଟୱର୍କ କ୍ଷମତା ବୃଦ୍ଧି ସହ ଯାତାୟାତ ଜନିତ ଚାପ କମାଇଛି
ଯାତ୍ରୀ ସୁବିଧା କ୍ଷେତ୍ରରେ ବିଭାଗ ୨୦ଟି ଷ୍ଟେସନରେ ୫୦ଟି ଉଚ୍ଚ ସ୍ତରୀୟ ପ୍ଲାଟଫର୍ମ (High-level Platforms) ନିର୍ମାଣ କରାଯାଇଛି ଯାହା ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ବୃଦ୍ଧି କରିଛି । ଏହାସହ ୪୩ଟି ପ୍ଲାଟଫର୍ମର ଚଟାଣକୁ କଂକ୍ରିଟ୍ କରାଯାଇ ସ୍ୱଚ୍ଛତା ଓ ସୁନ୍ଦରତା ଉପରେ ଗୁରୁତ୍ୱ ଦିଆଯାଇଛି
ଏହି ସଫଳତାଗୁଡ଼ିକ ଭିତ୍ତିଭୂମି ଆଧୁନିକୀକରଣ, ସୁରକ୍ଷା ସୁଦୃଢିକରଣ ଏବଂ ଯାତ୍ରୀ-କେନ୍ଦ୍ରିକ ବିକାଶ ପ୍ରତି ଖୋର୍ଦ୍ଧା ରୋଡ୍ ବିଭାଗର ସୁସ୍ପଷ୍ଟ ଓ କେନ୍ଦ୍ରିତ ଆଭିମୁଖ୍ୟକୁ ପ୍ରତିବିମ୍ବିତ କରେ। ବିଭିନ୍ନ ପ୍ରକଳ୍ପରେ ନିରନ୍ତର ଅଗ୍ରଗତି ଏକ ଅଧିକ ଦକ୍ଷ, ନିର୍ଭରଯୋଗ୍ୟ ଏବଂ ଯାତ୍ରୀ-ଅନୁକୂଳ ରେଳ ନେଟୱର୍କ ପ୍ରଦାନ ପ୍ରତି ବିଭାଗର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରେ। ଖୋର୍ଦ୍ଧା ରୋଡ୍ ବିଭାଗ ଏହି ଗତିକୁ ଅବ୍ୟାହତ ରଖି ଆଗାମୀ ବର୍ଷଗୁଡ଼ିକରେ ଆହୁରି ଉଚ୍ଚ ମାନଦଣ୍ଡ ସାଧନ କରିବା ପାଇଁ ପ୍ରତିବଦ୍ଧ ରହିଛି