Odisha news

୨ୟ ପର୍ୟ୍ୟାୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା : ଅଯୋଧ୍ୟା – ବାରାଣାସୀ ପାଇଁ ସମନ୍ୱୟ କମିଟି ବୈଠକ

0

ଖୋର୍ଦ୍ଧା(Suvendra Pattanaik) : ଆଜି ଓସ୍ୱ।ନ ସମ୍ମିଳନୀ କକ୍ଷରେ ଅପରାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ୨ୟ ପର୍ୟ୍ୟାୟରେ ଅଯୋଧ୍ୟା -ବାରାଣାସି ଅଭିମୁଖେ ଯାତ୍ରା ପାଇଁ କାର୍ୟ୍ୟକ୍ରମ ଉପରେ ଆଲୋଚନା କରାଯାଇଛି। ପ୍ରାରମ୍ଭରେ ଜିଲ୍ଲା ପର୍ୟ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ଚଳିତ ମାର୍ଚ୍ଚ ୧୯ ତାରିଖ ରେ ଖୋର୍ଦ୍ଧା ଜିଲ୍ଲା ର ୧୬୯ ତୀର୍ଥଯାତ୍ରୀ ସହ ୫ ଜଣ ସୁରକ୍ଷା ସେବା ଅଧିକାରୀ ଙ୍କୁ ନେଇ କଟକ,ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେ଼ଙ୍କାନାଳ କୁ ନେଇ ୬ଗୋଟି ଜିଲ୍ଲାର୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ରୁ ଯାତ୍ରା ଆରମ୍ଭ କରିଥିବାର ସୁଚନା ପ୍ରଦାନ କରିଥିଲେ।
ଏଥି ନିମନ୍ତେ ୬ ଗୋଟି ଜିଲ୍ଲା ର ୨୫ ଜଣ ସୁରକ୍ଷା ସେବା ଅଧିକାରୀ ତୀର୍ଥ ଯାତ୍ରୀ ମାନଙ୍କ ଯତ୍ନ ନେବା ନିମନ୍ତେ ନିଯୁକ୍ତ କରାଯାଇଛି ଜ୍ଝ ଏହି ୬ ଗୋଟି ଜିଲ୍ଲା ର ସମସ୍ତ ତୀର୍ଥ ଯାତ୍ରୀ ମାନେ ଭୁବନେଶ୍ୱର ସଦର ମହକୁମାରେ ୧୮ ତାରିଖ ଦିନ ପହଂଚି ରାତ୍ରି ଜାପାନ କରିବେଜ୍ଝ ୧୯ ତାରିଖ ଦିନ ଭୁବନେଶ୍ୱର ରେଳ ଷ୍ଟେସନ ରୁ ଅଯୋଧ୍ୟ୍ୟ-ବାରଣାସୀ ଅଭିମୁଖେ ସେମାନେ ଯାତ୍ରା ଆରମ୍ଭ କରିବେଜ୍ଝ ଏହି ଉପଲକ୍ଷେ ଜିଲ୍ଲାପାଳ ଚଂଚଳ ରାଣା ସୁରକ୍ଷା ସେବାଧିକାରୀଙ୍କ ଦାୟିତ୍ୱ ୧୮ ତାରିଖ ଦିନ ସାମୟିକ ରହଣି ସ୍ଥଳ ରେ ସେମାନଙ୍କର ବିଭିନ୍ନ ସେବା ସମ୍ବଦ୍ଧ ରେ ଗୁରୁତ୍ୱାରୋପ କରିବା ସହ ସମ୍ପୃକ୍ତ ଅଧିକାରୀ ମାନେ ନିଷ୍ଠାର ସହ ନିଜ ନିଜ ଦାୟିତ୍ୱ ସମ୍ପାଦନା କରି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାକୁ ସଫଳ କରିବାକୁ ନିର୍ଦେଶ ଦେଇଥିଲେ
ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା ପ୍ରତାପ ଚନ୍ଦ୍ର ବେଉରା , ମୁଖ୍ୟଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଜ୍ୟୋତିଶଙ୍କର ସାହୂ , ଉପଜିଲ୍ଲାପାଳ ଭୁବନେଶ୍ୱର ଡ଼. ମନୋରଞ୍ଜନ ସାହୁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ

Leave A Reply