Odisha news

ଅବ୍ୟକ୍ତ ହରିହର ଖାଡଙ୍ଗା ହେଲେ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ

0

ଖୋର୍ଦ୍ଧା,୨୮ା୯ : ରାଜ୍ୟର ଶାସନାଧିନ ବିଜୁ ଜନତା ଦଳ ତାର ସାଂଗଠନିକ ବୃଦ୍ଧି କରିବା ପାଇଁ ଯୁବ ଗୋଷ୍ଠୀଙ୍କ ଉପରେ ଦୃଢ ଆସ୍ତା ପ୍ରକଟ କରିଛି । ଏହି ପରିପ୍ରେକ୍ଷିରେ ଦଳ ପକ୍ଷରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ଆଗକୁ ଆଣିବା ତଥା ସଂଗଠନକୁ ମଜଭୁତ କରିବା ପାଇଁ ଯୁବକମାନଙ୍କୁ ଦାୟୀତ୍ୱ ଦେବା ସହିତ ରାଜ୍ୟର ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ଖୋର୍ଦ୍ଧାର ଅବ୍ୟକ୍ତ ହରିହର ଖାଡଙ୍ଗାଙ୍କୁ ନିଯୁକ୍ତ କରିଛନ୍ତି ।ଏଥି ପାଇଁ ରାଜ୍ୟ ତଥା ଜିଲାର ଯୁବକମାନଙ୍କ ମଧ୍ୟରେ ୁଉସôାହ ବୃଦ୍ଧି ପାଇଛି । ବିଗତ ୧୫ବର୍ଷର୍ ଧରି ଶ୍ରୀ ଖାଡଙ୍ଗା ଦଳ ପାଇଁ ତୃଣମୁଳ ସ୍ତରରେ ଯୁବ ସଂଗଠକ ଭାବେ କାର୍ଯ୍ୟ ତୁଲାଇଛନ୍ତି ।

ଏପରିକି ୫ବର୍ଷ ଧରି ଖୋର୍ଦ୍ଧା ନଗର ଉପ ସଭାପତି ଭାବରେ କାର୍ଯ୍ୟ ତୁଲାଇଛନ୍ତି । ତାଙ୍କର ଦୃଢ କାର୍ଯ୍ୟ ଦକ୍ଷତାକୁ ନେଇ ରାଜ୍ୟ ନେତୃ ବୃନ୍ଦ ତାଙ୍କ ଉପରେ ଆସ୍ତା ପ୍ରକଟ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଭାଗ ନେଇ ବିଧାୟକ ପା୍ରର୍ଥିଙ୍କୁ ନିର୍ବାଚିତ କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ ।ଆଗାମୀ ଦିନରେ ରାଜ୍ୟ ରାଜନିତିରେ ପ୍ରବେଶ କରି ରାଜ୍ୟର ଯୁବ ସଂଗଠନକୁ ସଦୃଢ କରିବାପାଇଁ ଦୃଢ ଆସ୍ଥା ପ୍ରକଟ କରିଛନ୍ତି ।

ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ,ଅମେରଶ ପତ୍ରୀ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବିଧାୟକ ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପୂର୍ବତନ ନଗର ସଭାପତି ଅଭିଶେକ୍ ସିଂସାମନ୍ତ ଏବଂ ଜିଲା ତଥା ରାଜ୍ୟ ନେତୃବୃନ୍ଦଙ୍କୁ ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଖାଡଙ୍ଗା କୃତଜ୍ଞତା ଜଣାଇଛନ୍ତି

Nalco
Leave A Reply