Odisha news

ପରିତ୍ୟକ୍ତ କୂଅରୁ ନବଜାତ ମୃତ ଶିଶୁପୁତ୍ର ଉଦ୍ଧାର

0

ଖୋର୍ଦ୍ଧା ୨୨.୯ : ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଚାଂୟତ ଅର୍ନ୍ତଗତ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଉଇଲିକିଶନନଗର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଇଲିକିଶନନଗର ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ନବଜାତ ମୃତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ଆଜି ସକାଳୁ କିଛି ମହିଳା ଶୈାଚ କରିବାକୁ ଯାଇଥିବାବେଳେ ଏହାକୁ ଦେଖିଥିଲେ । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାକୁ ଖବର ଦେବା ସହ ପୁଲିସ ଶବକୁ କୁଅରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲା ସରକାରୀ ଗୋପବନ୍ଧୁ ହାସାପାତାଳକୁ ନେଇଛି ।

ଏହି କୂଅ ଭିତରକୁ କିପରି ଆସିଲା,କିଏ ପକାଇଲା ତାର କୈାଣସି ସନ୍ଧାନ ମିଳିନଥିବାବେଳେ ଗ୍ରାମରେ ଏ ନେଇ ଅସନ୍ତୋଷ ଦେଖାଦେଇଛି । ସୂଚନା ଯୋଗ୍ୟ ଯେ ଗ୍ରାମରେ ଦୀର୍ଘ ୨୦ ବର୍ଷ ହେବ ସ୍ୱାସ୍ଥ୍ୟ ଉପକେନ୍ଦ୍ର କେବଳ କାଗଜପତ୍ରରେ ଚାଲୁଥିବାବେଳେ ଏହି ଉପକେନ୍ଦ୍ରର ନିଜସ୍ୱ ଘର ନ ଥିବାରୁ ଗର୍ଭବତୀ ଓ କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ସେବା ସଠିକ ରୂପେ ହୋଇପାରୁନି ।

ଏ ନେଇ ଦୀର୍ଘ ବର୍ଷ ବର୍ଷ ଗ୍ରାମ ପକ୍ଷରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଇଁ ପଚାଂୟତ ପକ୍ଷରୁ ଆବେଦନ ହୋଇଥିଲେ ମଧ୍ୟ ତା ପ୍ରତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି । ଯଦି ସ୍ୱାସ୍ଥ୍ୟ କେନ୍ଦ୍ର ଥାନ୍ତା ତେବେ ମହିଳା ସ୍ୱାସ୍ଥ୍ୟ କର୍ମୀ ଉକ୍ତ କେନ୍ଦ୍ରରେ ରହି ଜନସଚେତନତା କରିପାରନ୍ତେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି

Nalco
Leave A Reply