ଖଇରା: କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଲାଗି ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ବାଲେଶ୍ୱର ଜିଲା ଖଇରା ବ୍ଲକର ପୁରପଲ୍ଲୀରେ ପିଲା ଠାରୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି । ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ବରପଦା ଗ୍ରାମରେ ବନେ୍ଦ ଉକ୍ରଳ ଜନନୀ ପରିବେଷଣରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସରପଞ୍ଚ ବିଷ୍ଣୁ ଘଡେଇ ଓ ସ୍ଥାନୀୟ ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ସାମିଲ ହେଇଥିଲେ । ମନ୍ତ୍ରୀ ନିଜ ବକ୍ତବ୍ୟରେ ଓଡିଶାରେ କରୋନାକୁ ସଫଳ ଭାବେ ମୁକାବିଲା କରାଯାଇ ପାରିଥିବାରୁ ଏଥିଲାଗି ରାଜ୍ୟ ସରକାର ତଥା କୋଭିଡ-୧୯ ଯୋଦ୍ଧା ସାଜିଥିବା ଡାକ୍ତର,ନର୍ସ ଓ ସଫେଇ କର୍ମଚାରୀ,ପୋଲିସ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଖଇରା ବ୍ଲକ ପରିସରରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇଥିଲେ । ଜାଗୃତି ମହାସଂଘ ପକ୍ଷରୁ ବନେ୍ଦ ଉକ୍ରଳ ଜନନୀ ଆବୃତ୍ତି କରାଯାଇଥିଲା ।
ସିଡିପିଓ ନର୍ମଦା ଦେଓ,ଓଏଲଏମର ବ୍ଲକ ସଂଯୋଜିକା ଶୋଭନା ମହାନ୍ତି ତଥା ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ସେହିଭଳି ଖଇରା ହାଇସ୍କଲରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସରପଞ୍ଚ ସୁଦର୍ଶନ ସେଠୀଙ୍କ ନେତୃତ୍ୱରେ ସମସ୍ତ ପ୍ରବାସୀ,ଶିକ୍ଷୟତ୍ରୀ,ଶିକ୍ଷକ ସଙ୍ଗୀତ ଆବୃତ୍ତିରେ ସାମିଲ ହୋଇଥିଲେ । ଏହାଛଡା ଜନଜାଗରଣ ମଞ୍ଚ,ପ୍ରତିଭା ପରିବାର,ଖଇରା ସାହିତ୍ୟ ସଂସଦ ର ସଦସ୍ୟ ମାନେ ପ୍ରଫେସର ଉମେଶ ନାୟକ,ନିରଞ୍ଜନ ବେହେରା,ବିମନ ବାରିକ,କୈଳାସ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏହି ମହାନ କାର୍ଯ୍ୟରେ ସାମିଲ ହୋଇଥିଲେ । ସେହିଭଳି ସାରଡାଙ୍ଗ ପଞ୍ଚାୟତରେ ସରପଞ୍ଚ ହରିହର କୁଣ୍ଡୁଙ୍କ ନେତୃତ୍ୱରେ ଏହି ସଙ୍ଗୀତ କରୋନା ଯୋଦ୍ଧାଙ୍କ ଉଦେ୍ଧଶ୍ୟରେ ସମର୍ପଣ କରାଯାଇଥିଲା । ବ୍ଲକର ସମସ୍ତ ୩୭ ପଞ୍ଚାୟତରେ ଏହି ସଙ୍ଗୀତ ସମସ୍ତେ ହୃଦୟର ସହ ଆବୃତ୍ତି କରିଥିଲେ । ଖଇରା ତହସିଲ,ଖଇରା ଥାନା,ବିଇଓ ଅଫିସ,ଜଳସେଚନ ବିଭାଗ କାର୍ଯ୍ୟାଳୟରେ,ଗଣ୍ଡିବେଡ ବଜାର କମିଟି ପକ୍ଷରୁ ଏହି ସଙ୍ଗୀତ ଗାନ କରାଯାଇଥିଲା ।