କୁଖ୍ୟାତ ପର୍ନହବ୍ େୱବ୍ସାଇଟ୍ରେ ଯାହାଙ୍କୁ ସବୁଠୁ ବେଶୀ ସର୍ଚ୍ଚ କରାଯାଏ ସେହି ଆଡଲଫ ଷ୍ଟାର୍ ହେଉଛନ୍ତି ମିଆଁ ଖଲିଫା । ଖଲିଫା ୨୦୧୪ରେ ମାତ୍ର ୩ ମାସରେ ୧୧ଟି ଆଡଲଫ ଫିଲ୍ମ କରିଥିଲେ । ପର୍ନ ଇଣ୍ଡଷ୍ଟ୍ରୀରୁ ୬ ବର୍ଷ ପୂର୍ବେ ଅବସର ଗ୍ରହଣ କରିଥିବା ଖଲିଫା ଏବେ କହିଛନ୍ତି ଏହି କାର୍ଯ୍ୟ ପାଇଁ ସେ ଅତ୍ୟନ୍ତ ଅନୁତପ୍ତ । ହେଲେ ମରିବା ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ମନକୁ ପାପ ଛୁଉଁଥିବ । ଅଶ୍ଳୀଳ ଫିଲ୍ମ କରିବା ସତ୍ତେ୍ୱ ତାଙ୍କୁ ମାତ୍ର ୧୨ ହଜାର ଡଲାର ପାରିଶ୍ରମିକ ମିଳିଥିଲା । ହିଜାବ ପିନ୍ଧି ଫିଲ୍ମରେ ଅଶ୍ଳୀଳତା ପ୍ରଦର୍ଶନ କରିଥିବାରୁ ୨୭ ବର୍ଷୀୟା ଏହି ଲେବାନିଜ୍- ଆମେରିକାନ୍ ଆକ୍ଟ୍ରେସ୍ଙ୍କୁ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ର ବିଭିନ୍ନ ଗୋଷ୍ଠୀ ହତ୍ୟା ଧମକ ଦେଇଆସୁଛନ୍ତି । ଜୀବନରକ୍ଷା ପାଇଁ ଖଲିଫା କହିଛନ୍ତି, ହିଜାବ ପିନ୍ଧି ଦୁଷ୍କର୍ମ ପ୍ରଦର୍ଶନ ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା । ପର୍ନହବ୍ ଓ ବ୍ୟାଙ୍ଗ୍ବ୍ରୋଜ୍ରୁ ନିଜର ସବୁ ପର୍ନ ଭିଡିଓ ହଟାଇବା ପାଇଁ ତାଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହେବା ପରେ ଏବେ ତାଙ୍କ ପ୍ରଶଂସକମାନେ ଚେଞ୍ଜ ଡଟ୍ ଓଆର୍ଜି ମାଧ୍ୟମରେ ‘ଜଷ୍ଟିସ୍ ଫର୍ ମିଆଁ ଖଲିଫା’ ସ୍ଲୋଗାନ ଦେଇଛନ୍ତି । କୋର୍ଟରେ ଲଢ଼ିବା ପାଇଁ ଖଲିଫାଙ୍କର ପର୍ଯ୍ୟାପ୍ତ ଅର୍ଥ ନାହିଁ । ଅନ୍ଲାଇନ୍ ପିଟିଶନରେ ମାତ୍ର ସପ୍ତାହକ ଭିତରେ ସ୍ୱାକ୍ଷର କରିଥିବା ୧୫ ଲକ୍ଷ ଫ୍ୟାନ୍ଙ୍କୁ ମିଆଁ ଧନ୍ୟବାଦ ଦେଇ ବର୍ଥଡେ’ ପାର୍ଟିକୁ ଆମନ୍ତ୍ରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜଣେ ଟିକ୍ଟକ୍ ୟୁଜରଙ୍କୁ ସେ ନିବେଦନ କରି ମେସେଜ୍ ଦେଇଛନ୍ତି ଗର୍ଲ ଡୋଣ୍ଟ ଡୁ ଇଟ୍ ।