Odisha news

ରଜରେ ଅଘଟଣ, ଦୋଳି ବନ୍ଧାଯାଇଥିବା ଦୁଲା ଓ କାନ୍ଥ ଭାଙ୍ଗି ପଡିଯିବା ରୁ ୫ମ ଶ୍ରେଣୀ ଛାତ୍ରୀ ମୃତ

0
ଖଲ୍ଲିକୋଟ:ପହିଲି ରଜରେ ଅଘଟଣ ।ଦୋଳି ବନ୍ଧାଯାଇଥିବା ଦୁଲା ଓ କାନ୍ଥ ଭାଙ୍ଗି ପଡିଯିବା ରୁ ଜଣେ ୫ମ ଶ୍ରେଣୀ ଛାତ୍ରୀ ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ଗ୍ରାମର ଭୀମ ଵାଲା ।ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଦିନମଜୁରିଆ ।ଭୀମଙ୍କ ଗୋଟିଏ ପୁଅ, ତିନୋଟି ଝିଅ ଓ ସ୍ତ୍ରୀକୁ ନେଇ ତାଙ୍କ ପରିବାର ।ପୁଅ ଶ୍ରୀଧର ଵାଲା(୧୭)ଚେନ୍ନାଇ ରେ ଦାଦନ ଶ୍ରମିକ ଭାବେ କାମ କରୁଥିଲା ।
କରନା ଯୋଗୁଁ ସେଠାରୁ ଫେରି ବାହାଡ଼ାପଲ୍ଲୀ ସଙ୍ଗରୋଧ କେନ୍ଦ୍ର ରେ ରହିବା ପରେ ବର୍ତ୍ତମାନ ଗୃହ ସଙ୍ଗରୋଧ ରେ ରହିଛି ।ବଡଝିଅ ପିଙ୍କି ଵାଲା(୧୫)ଦଶମ ଶ୍ରେଣୀରେ ପାଠ ପଢ଼ୁଛି ।ଦିତୀୟ ଝିଅ ଶକୁନ୍ତଳା ଵାଲା(୧୦)ପଞ୍ଚମ ଓ ସାନ ଝିଅ ଆରତୀ ଵାଲା(୭)ଦିତୀୟ ଶ୍ରେଣୀ ରେ ପାଠ ପଢୁଥିଲେ ।ଭୀମ ଙ୍କ ଘରଟି ବହୁ ପୁରାତନ ଓ ଝାଟିମାଟି ର ଘର ଅଟେ ।
ପୁରୁଣା ମାଟି କାନ୍ଥରେ ଥିବା ଦୁଲା ରେ ଦୋଳି ବାନ୍ଧି ମଝିଆ ଝିଅ ତଥା ୫ମ ଶ୍ରେଣୀ ଛାତ୍ରୀ ଶକୁନ୍ତଳା ଵାଲା ପହିଲି ରଜରେ ଦୋଳି ଖେଳୁଥିବା ବେଳେ ବର୍ଷା ରେ ବତୁରି ଯାଇଥିବା ମାଟି କାନ୍ଥ ଟି ହଠାତ ଦୁଲା ସହ ଶକୁନ୍ତଳା ଉପରେ ପଡିଯାଇଥିଲା ।ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ୫ମ ଶ୍ରେଣୀ ଛାତ୍ରୀ ଶକୁନ୍ତଳା ।ଅତ୍ୟନ୍ତ ଗରୀବ ପରିବାର ହୋଇଥିବାରୁ ଖଲ୍ଲିକୋଟ ବିଧାୟିକା ଙ୍କ ପ୍ରତିନିଧି ଦୈତାରୀ ବେହେରା ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।ଗୁରୁକଲ୍ୟାଣ ପାଣ୍ଠିରୁ ଜିଲ୍ଲା ଶିକ୍ଷାଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ୫ ହଜାର ଟଙ୍କା ଓ ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ପଥରା ସରପଞ୍ଚ ବନମାଳୀ ଵାଲା ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ ।ତେବେ ପ୍ରାୟ ଶହେ ବର୍ଷ ର ପୁରୁଣା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଘରେ ଭୀମ ଵାଲା ଓ ତାଙ୍କ ଭାଇ ଙ୍କ ଦୁଇ ପରିବାର ର ୧୦ ଜଣ ସଦସ୍ୟ ରହୁଥିବା ବେଳେ କେତେବେଳେ ଯେ ଘରଟି ଭୁଶୁଡି ଅଘଟଣ ଘଟିବ କହିହେବ ନାହିଁ ।ଗତ ଫାଇଲିନ ବାତ୍ୟା ପରେ ବିଶ୍ଵବ୍ୟାଙ୍କ ଅର୍ଥ ରେ ନିର୍ମିତ ହୋଇଥିବା ବାତ୍ୟା ନିରୋଧକ ଗୃହ ପାଇବା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ ତାଙ୍କୁ ଘର ଟିଏ ଯୋଗାଇ ଦିଆଯାଇନାହିଁ ।ଏହି ଘଟଣା ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି ।ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

Leave A Reply