ଖଲ୍ଲିକୋଟ:ସଙ୍ଗରୋଧ କେନ୍ଦ୍ରରୁ ବିଦାୟ କାଳିନ ସମୟରେ ଅନ୍ତେବାସୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଭାବବିହୋଳ ପରିଵେଶ ସୃଷ୍ଟି ହୋଇଥିଲା ଖଲିକୋଟ ବ୍ଳକ ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ସ୍ଥିତ ଗୁପ୍ତେଶ୍ବର ଉଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ । ଓଡ଼ିଶାର ଗଣପର୍ବ ରଜ ଅବସରରେ ସଙ୍ଗରୋଧ କେନ୍ଦ୍ରରେ ଥିବା ୪୪ ଜଣ ଅନ୍ତେବାସୀ ମାନଙ୍କୁ ରଜର ସ୍ବତନ୍ତ୍ର ପୋଡ ପିଠା,ଚକୋଲେଟ, ରଜ ପାନ ସଙ୍ଗରୋଧ ପ୍ରମାଣ ପତ୍ର ସହ ପୁଷ୍ପ ଦେଇ ବିଦାୟ କରାଯାଇଥିଲା ।
ଅନ୍ତେବାସୀ ମାନେ ସ୍ବେଛାକୃତ ଭାବେ କାମ କରୁଥିବା ସ୍ବେଛାସେବୀମାନଙ୍କୁ ଓ କର୍ମଚାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଲିକୋଟ ବିଡ଼ିଓ ନବକୃଷ୍ଣ ଜେନା ,ସ୍ଥାନୀୟ ସରପଞ୍ଚ ହରପ୍ରିୟା ଖୁଣ୍ଟିଆ, ଯୁବ ନେତା ଅରୁଣ କୁମାର ଖୁଣ୍ଟିଆ,ଆଶାକର୍ମୀ, ଅଙ୍ଗନବାଡୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଭାବବିହୋଳ ପରିବେଶ ସୃଷ୍ଟି ହୋଇଥିଲା । ଏତଦବ୍ୟତୀତ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ନିଜ ଘରକୁ ଫେରି ଥିବା ଚିକିଲି ପଞ୍ଚାୟତର ବାସିନ୍ଦା ମାନଙ୍କୁ ସରପଞ୍ଚ ଘରକୁ ଘର ଯାଇ ବିଡିଓଙ୍କ ଉପସ୍ଥିତିରେ ସରକାରଙ୍କ ଦ୍ଵାରା ନିର୍ଧାରିତ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଉଥିବା ଅନ୍ତେବାସୀଙ୍କ କୋରାନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରିବା ଏକ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି କରିଥିଲା ।