ଖଲ୍ଲିକୋଟ–୬/୬–କରନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ ସମେତ ୧୧ ଜିଲ୍ଲା ରେ ଶନିବାର ଓ ରବିବାର ଦୁଇ ଦିନ ସଟ ଡାଉନ ଘୋଷଣା କରିଛନ୍ତି ।ଆଜି ସଟ ଡାଉନ ପାଇଁ ଖଲ୍ଲିକୋଟ ରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିଲା ।କୌଣସି ଗାଡ଼ି ମଟର ଚଳାଚଳ କରୁ ନ ଥିବା ରୁ ରାସ୍ତାଘାଟ ସୁନସାନ ଲାଗୁଥିଲା ।କରନା ଭୟ ରେ ଲୋକମାନେ ଘରୁ ବାହାରକୁ ବାହାରି ନ ଥିଲେ ।ଏପଟେ ଖଲ୍ଲିକୋଟ ବ୍ଲକ ର ଆଇତିପୁର ଓ ବାଦପଲ୍ଲୀ ପଞ୍ଚାୟତ ରେ ୧୫ ଜଣ କରନା ପଜିତିଭ ଚିହ୍ନଟ ହୋଇଥିବା ଶୁଣିବାକୁ ମିଳୁଛି ।ଏହି ଦୁଇଟି ପଞ୍ଚାୟତ ରେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱ ରେ ଥିବା ୭ ଜଣ ଶିକ୍ଷକ, ୪ ଜଣ ଅଙ୍ଗନବାଡି କର୍ମୀ, ୨ ଜଣ ଆଶାକର୍ମୀ, ଜଣେ ସ୍ୱାସ୍ଥ୍ୟ କର୍ମୀ ଓ ଜଣେ ସରପଞ୍ଚ ଙ୍କ ସ୍ୱାମୀ ପଜିତିଭ ଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି ।ସରକାରୀ ଭାବେ ଏ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଉନାହିଁ ।
ତେବେ ଏ ସମ୍ପର୍କରେ ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନା ଙ୍କୁ ପଚାରିବାରୁ ସେ ଆଇତିପୁର ଓ ବାଦପଲ୍ଲୀ ପଞ୍ଚାୟତ କୁ କଣ୍ଟେନମେଣ୍ଟ ଯୋନ କରିବା ପାଇଁ ଗଞ୍ଜାମ ଜିଲାପାଳ ଙ୍କ ଅନୁମତି ମାଗିଛୁ ଏବଂ ତା ପୂର୍ବରୁ ଗ୍ରାମର ମୁଖ୍ୟ ରାସ୍ତାକୁ ବ୍ୟାରିକେଡ କରିବା ସହ ଅନ୍ୟାନ୍ୟ ରାସ୍ତାକୁ ମଧ୍ୟ ସିଲ କରାଯାଇଛି ।ଆସନ୍ତା କାଲି ମାଇକ ଯୋଗେ ପ୍ରଚାର କରାଯିବ ।ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆସିଗଲେ ଏହି ଦୁଇଟି ପଞ୍ଚାୟତ କୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯିବ ବୋଲି ସେ କହିଥିଲେ ।ଦୁଇ ଜଣ ଆଶାକର୍ମୀ ଓ ଜଣେ ସ୍ୱାସ୍ଥ୍ୟ କର୍ମୀ ପଜିତିଭ ଜଣାପଡିବା ପରେ ଖଲ୍ଲିକୋଟ ମେଡ଼ିକାଲ କୁ ଆଜି ଦମକଳ ଦ୍ୱାରା ସାନିଟାଇଜ କରାଯାଇଛି ।