ଖଲ୍ଲିକୋଟ–୧୪/୦୬–ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ନାରାୟଣୀ ମନ୍ଦିର ରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଜଣାପଡିଛି ।ମା ନାରାୟଣୀ ଙ୍କ ବିଜେ ପ୍ରତିମ।ସମ୍ମୁଖରେ ଥିବା ହୁଣ୍ଡି ରେ ଗତକାଲି ସନ୍ଧ୍ୟାରେ ଜଣେ ଭକ୍ତ ଦାନ ଅର୍ଥ ପକାଇବା ପାଇଁ ଯାଇଥିବା ବେଳେ ହୁଣ୍ଡି ର କବାଟ ଖୋଲା ଥିବା ଦେଖି ପୂଜାରୀ ଙ୍କୁ କହିଥିଲେ ।କିନ୍ତୁ ମନ୍ଦିର ରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଏ ସମ୍ପର୍କରେ ଜାଣିପାରି ନ ଥିଲେ ।
ରାତିରେ ମନ୍ଦିର କବାଟ ବନ୍ଦ କରି ସମସ୍ତେ ଚାରି ଯାଇଥିଲେ ।ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ସଦଳେବଳେ ନାରାୟଣୀ ମନ୍ଦିର ରେ ପହଞ୍ଚି ନିଯାଆଡୁ ତଦନ୍ତ ଆରମ୍ଭ କରିଥିଲେ ।ଫାଣ୍ଡି ଅଧିକାରୀ ଙ୍କ କହିବା କଥା ହୁଣ୍ଡି ର କବାଟ ଖୋଲାଥିଲା ।ଭଙ୍ଗାଯିବାଭଳି ସେମିତି କିଛି ଲାଗୁନଥିଲା ।ହୁଣ୍ଡି ଭିତରେ ଦୁଇ ଚାରି ତା ଶହେ ଟଙ୍କିଆ ଓ ପଚାଶ ଟଙ୍କିଆ ନୋଟ କୁ ଛାଡି ଦେଲେ ଆଉସବୁ ଦଶ ଓ କୋଡିଏ ଟଙ୍କିଆ ନୋଟ ଭରପୁର ହୋଇ ରହିଥିଲା ।ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଙ୍କୁ ପୋଲିସ ପଚାରିବାରୁ ସେମାନେ କେହି ଦୁର୍ବୁତ୍ତ ହୁଣ୍ଡି ଖୋଲି ୫୦୦ ଓ ୧୦୦ ଟଙ୍କିଆ ନୋଟ ଗୁଡିକ ନେଇ ଯାଇଥିବା ଅଭିଯୋଗ କରିଥିଲେ ।
ତେବେ ଫାଣ୍ଡି ଅଧିକାରୀ ଙ୍କ କହିବା କଥା ଯଦି ବାହାରୁ କେହି ଚୋରି କରିବା ପାଇଁ ଆସିଥାନ୍ତା ତାହେଲେ କେବଳ ୫୦୦ ଓ ୧୦୦ ଟଙ୍କିଆ ନୋଟ ନ ନେଇ ସେ ସବୁ ଟଙ୍କା ଲୁଟ କରି ନେଇଯାଇଥାନ୍ତା ।ତାପରେ ଚୋରି ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମନ୍ଦିର ପରିଚାଳନା କମିଟିର କୌଣସି ସଦସ୍ୟଙ୍କ ର ଦେଖା ନାହିଁ କି ସେମାନେ ପୋଲିସ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ନାହାନ୍ତି ।ଏହା ପରିଚାଳନା କମିଟିର ଭୂମିକା କୁ ସନ୍ଦେହ ଘେରକୁ ଟାଣିଆଣିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।ମନ୍ଦିର ରେ ସିସିଟିଭି ଲାଗିଥିଲେ ମଧ୍ୟ ଚୋରି ସମୟରେ ଏହା ବନ୍ଦ ଥିବା ପୋଲିସ ତଦନ୍ତ ରେ ଜାଣିବାକୁ ପାଇଛି ।ମନ୍ଦିର ର ଜଣେ ମାଳି ଉଲ୍ଲାସ ମହାପାତ୍ର କହିଛନ୍ତି ଯେ ଏମିତି ପୂର୍ବରୁ ତିନି ଥର ହୁଣ୍ଡି ରୁ ଚୋରି ହେଲାଣି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ଏପରିକି ଥରେ ହୁଣ୍ଡି କୁ କେହି ଦୁର୍ବୁତ୍ତ ଟେକି ନେଇ ପଳେଇ ଯାଇଥିଲା ।ପରିଚାଳନା କମିଟିର ବୈଠକ ଦୀର୍ଘ ଦିନ ହେଲା ବସିନାହଁ କି କର୍ମକର୍ତ୍ତା ପରିବର୍ତ୍ତନ ହୋଇପାରୁନାହିଁ ।ମନ୍ଦିର ରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ତାହା ମନ୍ଦିର ର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ରେ ତାହା ଖର୍ଚ୍ଚ ହେଉନାହିଁ ବୋଲି ସେ ଅଭିଯୋଗ କରି ସେ ଟଙ୍କା କୁଆଡେ ଯାଉଛି ତାହାର ଏକ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଉଲ୍ଲାସ ମହାପାତ୍ର ଦାବି କରିଛନ୍ତି ।ମନ୍ଦିର ର ଗୁମାସ୍ତା ବାବୁ ରାଉଳ ଙ୍କୁ ଏହି ଚୋରୀ ବିଷୟରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ।